ହନୁମାନ ମନ୍ଦିର ପାଇଁ ମୁସଲିମ ବ୍ୟକ୍ତି ଦାନ କଲେ ୧ କୋଟି ଟଙ୍କାର ଜମି, ମିଳୁଛି ଭୁରି ଭୁରି ପ୍ରଶଂସା । ଏହି ” ମୁସଲିମ ଭାଇ ” ଙ୍କ ପାଇଁ ଗୋଟେ ସେୟାର ନିଶ୍ଚୟ କରନ୍ତୁ….

ଭାରତ ହେଉଛି ଦେବତାଙ୍କ ଜନ୍ମ ଭୂମି,ତେଣୁ ଭାରତ କୁ ଦେବଭୂମି ମଧ୍ୟ କୁହା ଯାଏ।ଏଠାରେ ଅନେକ ଦେବା ଦେବୀ ଜନ୍ମ ଗ୍ରହଣ କରିଛନ୍ତି ବୋଲି ଆମ ଶାସ୍ତ୍ର କହୁଛି।ଏଠାରେ ଅନେକ ମନ୍ଦିର ମାନ ମଧ୍ୟ ରହିଛି।ଏହି ଦୁନିଆ ରେ ଅନେକ ଅଦ୍ଭୁତ ଓ ଆଶ୍ଚର୍ଯ୍ୟ ଜନକ ଘଟଣା ସବୁ ଘଟିଥାଏ।

ଅନେକ ଥର ଆମ ସାମ୍ନା କୁ ଏମିତି ସବୁ ଘଟଣା ମାନ ଆସି ଥାଏ, ଯାହାକୁ ସହଜ ରେ ବିଶ୍ୱାସ କରି ହୋଇନଥାଏ।ସେହିପରି ଏକ ଆଶ୍ଚର୍ଯ୍ୟକର ଘଟଣା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ।ତେବେ ହିନ୍ଦୁ ମୁସଲିମି ଧର୍ମକୁ ନେଇ ସବୁବେଳେ ବିବାଦ ଲାଗି ରହିଥିବା ବେଳେ ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ଏବଂ ସୋସିଆଲ ମିଡିଆର ଚର୍ଚ୍ଚାର ଶୀର୍ଷକ ପାଲଟି ଯାଇଛି।

ତେବେ ଘଟଣାଟି ଆସିଛି ବେଙ୍ଗାଲୁରୁ ସହରରୁ।ବେଙ୍ଗାଲୁରୁ ସହରର ବାହ୍ୟ ଅଞ୍ଚଳରେ ଏକ ହନୁମାନ ମନ୍ଦିର ରହିଛି।ଏହି ମନ୍ଦିରରେ ସବୁବେଳେ ଅଗଣିତ ଭକ୍ତ ମାନଙ୍କର ଭିଡ ଦେଖିବାକୁ ମିଳିଥାଏ କିନ୍ତୁ ଏହି ମନ୍ଦିରର ପରିସର ଭକ୍ତ ଙ୍କ ତୁଳନା ରେ କମ୍ ଥିଲା ।

ତେବେ ମନ୍ଦିର ର ଟ୍ରଷ୍ଟ ପକ୍ଷରୁ ମନ୍ଦିର ର ପରିସର କୁ ବିସ୍ତାର କରିବା ପାଇଁ ଓ ଭକ୍ତ ମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଯୋଜନା ଚାଲି ଥିବା ବେଳେ ଭକ୍ତଙ୍କ ତୁଲନାରେ ଓ ଆବଶ୍ୟକତା ପୂରଣ କରିବା ପାଇଁ ଏହି ମନ୍ଦୀରକୁ ବଡ କରିବା ପାଇଁ ଟ୍ରଷ୍ଟ ପକ୍ଷରୁ ଯୋଜନା ଚାଲିଥିବା ବେଳେ ଜଣେ ମୁସଲମାନ ବ୍ୟବସାୟୀ ଜମି ଦାନ କରିବା ପାଇଁ ଆଗେଇ ଆସିଛନ୍ତି ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଚାଲିଛି ।

ବ୍ୟକ୍ତି ଜଣଙ୍କ ନାମ ଏମ୍ଏମଯି ବାଶା ସେ ନିଜ ଇଚ୍ଛା ରେ ନିଜ ଜମି ମନ୍ଦିର ନିର୍ମାଣ ପାଇଁ ଦାନ କରିବା ପାଇଁ ଚାହୁଁଛନ୍ତି ବୋଲି କହିଛନ୍ତି।ଏହି ଘଟଣା ସୋସିଆଲ ମିଡିଆରେ ଆସିବା ପରେ ଲୋକ ମାନେ ତାଙ୍କର ଏହି କାର୍ଯ୍ୟକୁ ବହୁତ ପ୍ରଶଂସା କରିଛନ୍ତି ।

ତାଙ୍କର ଏକ ୧୬୩୪ ବର୍ଗ ଫୁଟ ର ଜମି ରହିଛି ଯାହାର ମୂଲ୍ୟ ପ୍ରାୟ ୮୦ ଲକ୍ଷ ଟଙ୍କା ହେବ।ସେ ସ୍ୱଇଛାରେ ଏହି ଜମିକୁ ମନ୍ଦିରକୁ ଦାନ କରିବା ପାଇଁ ନିଷ୍ପତି ନେଇଛନ୍ତି। ମନ୍ଦିର ଟ୍ରଷ୍ଟ ୧୦୮୯ ବର୍ଗ ଫୁଟ ର ଜମି ମନ୍ଦିର ପାଇଁ ଆବଶ୍ୟକ ବୋଲି କହିଥିଲେ ମଧ୍ୟ ଏମ୍ଏମଯି ବାଶା ନିଜର ୧୬୩୪ ଫୁଟ୍ ଜମି ଦାନ କରିବାକୁ ଇଚ୍ଛୁକ ବୋଲି କହିଛନ୍ତି।ତେବେ ଅର୍ଥାଭାବ ରୁ ବିସ୍ତାର ହୋଇ ପାରୁନଥିବା ମନ୍ଦିର ଆଜି ଏମ୍ଏମଯି ବାଶା ଙ୍କ ପାଇଁ ବିସ୍ତାର ହେବାକୁ ଯାଉଛି।

ଜମିର ମୂଲ୍ୟ ଆକଳନ ଅନୁସାରେ ପ୍ରାୟ ଏକ କୋଟି ଟଙ୍କା ହେବ ବୋଲି ଜଣା ପଡିଛି ।ଏମ୍ଏମଯି ବାଶାଙ୍କ ଦାନ ଯୋଗୁ ଟ୍ରଷ୍ଟ ତାଙ୍କୁ ଓ ତାଙ୍କ ପରିବାରବର୍ଗକୁ ଧନ୍ୟବାଦ ଜ୍ଞାପନ କରିଛି। ତେବେ ଏହି ପ୍ରସଙ୍ଗ ରେ ଏମ୍ଏମଯି ବାଶା କହିଛନ୍ତି ଯେ ହିନ୍ଦୁ ମୁସିଲିମ୍ ଦୀର୍ଘ ସମୟ ଧରି ଏକାଠି ରହିଥିଲେ ମଧ୍ୟ କେବଳ ବିବାଦ ଚର୍ଚ୍ଚା କୁ ଆସିଥାଏ। ଆମ ଦେଶର ପ୍ରଗତି ଓ ଆମ ମାନଙ୍କ ର ପ୍ରଗତି ପାଇଁ ଆମକୁ ଏକାଠି ହେବାକୁ ପଡିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।