ଦେଖନ୍ତୁ ଭିଡିଓ – ହଜିଗଲା ମାନବିକତା ରାସ୍ତା ଉପରେ ଶାଶୁକୁ ଘୋଷାଡ଼ି ଘୋଷାଡ଼ି ପିଟିଲା ବୋହୁ ଭିଡ଼ିଓ ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ
କୁହାଯାଏ ଯେ ଜୀବନ ରେ ସବୁ କିଛି ଦ୍ୱିତୀୟ ଥର ମିଳି ପାରିବ,ହେଲେ ମା’ ନୁହେଁ।କୁହାଯାଏ ଯେ ଯାହାର ମା’ ନାହିଁ ତା’ର ସାହା ନାହିଁ।ବାପା ମାଆ ପିଲାଟିକୁ ଜନ୍ମ ଦେଲା ପରେ ତାର ଲାଳନ ପାଳନ କରନ୍ତି।ପିଲାର ଖୁସି ପାଇଁ ନିଜର ଖୁସି କୁ ଭୁଲି ଯାଆନ୍ତି।ନିଜେ ଭୋକିଲା ରହି ନିଜର ସନ୍ତାନ କୁ ଖୁଆନ୍ତି।ନିଜେ ଛିଣ୍ଡା ଫଟା ବସ୍ତ୍ର ପିନ୍ଧନ୍ତି ସତ କିନ୍ତୁ ନିଜ ପିଲା କୁ ଭଲ ବସ୍ତ୍ର ଆଣି ଦିଅନ୍ତି।ନିଜେ ଅଶିକ୍ଷିତ ଥିଲେ ମଧ୍ୟ ନିଜ ସାନ୍ତାନ କୁ ଶିକ୍ଷିତ କରିବାକୁ ଚେଷ୍ଟା କରନ୍ତି।
କିନ୍ତୁ ଯେବେ ପୁଅ ବଡ଼ ହୋଇ ଯାଏ ଏବଂ ବିବାହ କରେ ସେତେବେଳେ ତା ପାଇଁ ବାପା ମାଆ ବୋଝ ହୋଇ ଯାଆନ୍ତି,ଅନାବଶ୍ୟକ ହୋଇ ଯାଆନ୍ତି।ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ସମ୍ପର୍କରେ କହିବୁ ଯାହାକୁ ଜାଣିଲା ପରେ ଆପଣ କହିବେ ପ୍ରଭୁ ମୋର ସନ୍ତାନ ଦରକାର ନାହିଁ।ଆମେ ମିଛ କହୁ ନାହୁଁ, ଏହି କଥା ଟି ସମ୍ପୁର୍ଣ୍ଣ ସତ୍ୟ।
ମରିଗଲା ମାନବିକତା । ସାମାନ୍ୟ କଥା ପାଇଁ ରାସ୍ତା ଉପରେ ଶାଶୁ କୁ ଘୋଷାଡି ମାରିଲା ବୋହୂ ।ମିଳିଥିବା ସୂଚନା ଅନୁଯାୟୀ, ଏହିପରି ଏକ ନିନ୍ଦନୀୟ ଘଟଣା ଟି ଘଟିଛି ଢେଙ୍କାନାଳ ଜିଲ୍ଲାର ପର୍ଯ୍ୟଙ୍ଗ ଥାନା ମୁଣ୍ଡେଇଲ ଗ୍ରାମ ପଞ୍ଚାୟତ ର ଗେଲେହିପାଟଣା ଗ୍ରାମ ର।ମାତ୍ର ଗୋଟିଏ ଛୋଟିଆ କାରଣ ପାଈଁ ବୋହୁଟି ନିଜ ମାଆ ପରି ଶାଶୁକୁ ଅତି ନିର୍ମମ ଭାବେ ମାରିଛି।
ପାଖ ପଡୋଶୀ ଘର ଦେଇଥିବା ତରକାରୀ କୁ ଶାଶୂ ଖାଇ ଦେଇଥିବାରୁ ଓ ବୋହୂ ପାଈଁ ରଖି ନଥିବାରୁ ବୋହୂ ଗାଁ ଦାଣ୍ଡରେ ବୃଦ୍ଧା ଙ୍କୁ ଘୋଷାଡି ଘୋଷାଡି ଏପରି ମାଡ ମାରିଛି ବୋହୂ ସବିତା ବିଶ୍ଵାଳ । ୮୨ ବର୍ଷୀୟ ଶାଶୁ କୁ ଘୋଷାଡି ମାରିଛି ବୋହୂ । ବୃଦ୍ଧା ଜଣକ ତାଙ୍କ ବୋହୂ କୁ ଯେତେ କାକୁତି ମିନତି ହେଇଥିଲେ ମଧ୍ୟ ସେ କିଛି ବି ଶୁଣି ନଥିଲେ,ନିସ୍ତୁକ ମାଡ଼ ମାରି ଚାଲିଥିଲେ।
ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ପରେ ପୋଲିସ୍ ବୃଦ୍ଧା ଙ୍କୁ ଉଦ୍ଧାର କରି ହସ୍ପିଟାଲ୍ ରେ ଭର୍ତ୍ତି କରିଛି ଓ ନିଜ ଆଡୁ ଏକ ମାମାଲା ରୁଜୁ କରି ଏହାର ତଦନ୍ତ କରୁଛି ଏବଂ ବୋହୂ ସବିତା ଙ୍କୁ ପୋଲିସ ଥାନାରେ ଅଟକ ରଖିଛି।ତେବେ ଏହି ଘଟଣା ଟି ସମସ୍ତ ଙ୍କୁ ସ୍ତବ୍ଧ କରି ଦେଇଛି। ସାମାନ୍ୟ ତରକାରୀ କୁ କେନ୍ଦ୍ର କରି ଏମିତି ଏକ ଅମାନବୀୟ କାଣ୍ଡ ଘଟାଇଛି ବୋହୂ।
ଏମିତି ଏକ ଘଟଣା ବୟାନ କରୁଛି ଯେ ମାନବିକତା ଆଉ ବଞ୍ଚି ନାହିଁ। ତେବେ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକ ମାନେ ଏହି ଘଟଣା କୁ ଦେଖି ଭିଡିଓ ଉତ୍ତୋଳନ କରିଛନ୍ତି କିନ୍ତୁ ଏମିତି ଏକ କାଣ୍ଡ କୁ ପ୍ରତିବାଦ କରି ନାହାନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।