କେଶ ଝଡ଼ିବା ଓ ଚନ୍ଦାପଣ ( Hairfall & Baldness ) କିପରି ପାଇବେ ମୁକ୍ତି ? Dr .Anita Ratha ….

ଆପଣ ମାନେ ତ ବେସ ଭଲ ଭାବରେ ଜାଣିଛନ୍ତି ଆଜିକାଲି ର ଯୁଗରେ ପ୍ରାୟ ବ୍ୟକ୍ତି ଙ୍କର ଚୁଟି ଉପୁଡିବା ବହୁତ ବଡ଼ ସମସ୍ୟା ହୋଇ ଗଲାଣି ସେ ପୁଅ ହେଉ କି ଝିଅ ଚୁଟି ଉପୁଡିବା ଏବେ ସମସ୍ତ ଙ୍କର ପ୍ରାୟ ଦେଖା ଦେଲାଣି | ଚୁଟି ଉପୁଡିବା ସହିତ ଚୁଟି ଫାଟି ମଧ୍ୟ ଯାଇ ଥାଏ ଯାହା ଦ୍ୱାରା ଚୁଟି କମ ଦେଖା ଯିବା ସହିତ ଅସୁନ୍ଦର ମଧ୍ୟ ଦେଖା ଯାଏ ଆଉ ଏହାଦ୍ୱାରା କେହି ଚୁଟି ଖୋଲା ରଖି ପାରନ୍ତି ନାହିଁ |

ଏମିତି ସମସ୍ୟା ଯୋଗୁଁ କେହି କେହି କେଶ ରେ ଭିନ୍ନ ଭିନ୍ନ ଉପାୟ କରି ଥାଆନ୍ତି କିନ୍ତୁ ଏହା ସମସ୍ୟା ଦୂର କରିବା ଅପେକ୍ଷା ଆହୁରି ବଢ଼େଇ ଦେଇ ଥାଏ | କିନ୍ତୁ ଆଜି ଏଭଳି ଏକ ଉପଚାର ସମ୍ପର୍କ ରେ କହିବୁ ଯାହା ଦ୍ୱାରା ଆପଣ ଙ୍କ କେଶ ଉପୁଡିବା ବହୁତ ଜଲଦି କମି ଯିବ |

କେଶ ଝଡ଼ିବା କାରଣ :-

ତେବେ ଆଜିକାଲି ର ଯୁଗରେ କେଶ ଝଡ଼ିବା ର ସବୁଠୁ ବଡ଼ କାରଣ ହେଉଛି ଅଧିକ ଟେନ୍ସନ ରହିବା, ଯଦି ଜଣେ ବ୍ୟକ୍ତି ଅଧିକ ଷ୍ଟ୍ରେସ ନେବ ତେବେ ତାର କେଶ ନିହାତି ଭାବରେ ଉପୁଡିବ ଆଉ କେଶ ବୃଦ୍ଧି ମଧ୍ୟ ହେବା କମି ଯିବ | ତେବେ ଏହା ସହିତ କେଶ ଝଡ଼ିବା ର ଆଉ ଏକ କାରଣ ହେଉଛି ସଠିକ ପୋଷଣ ର ଅଭାବ | ଖାଦ୍ୟ ଖାଇବା ଯଦି ଆମେ ଠିକ ନ କରିବା ଓ ଭିଟାମିନ ଯୁକ୍ତ ଖାଦ୍ୟ ର ଅଭାବ ରହିବ ତେବେ ମଧ୍ୟ କେଶ ଉପୁଡିବ | ଏହା ସହିତ ବଂଶଗତ କାରଣ ରୁ ମଧ୍ୟ କେଶ ଉପୁଡିବା ସ୍ୱଭାବିକ ହୋଇ ଥାଏ |

କେଶ ଝଡ଼ିବା ଓ ଚନ୍ଦାପଣ ମଧ୍ୟରେ ଫରକ :-

ତେବେ ପୁରୁଷ ମାନଙ୍କର 5 ରୁ 10 ଟି କେଶ ଉପୁଡିବା ସାଧାରଣ କଥା ହୋଇ ଥାଏ କିନ୍ତୁ ମହିଳା ଙ୍କ ଠାରେ ତାହା 50 ରୁ 100 ଭିତରେ କେଶ ଉପୁଡି ଥାଏ | ଯଦି ଆପଣଙ୍କର ସମୟ ଅନୁସାରେ କେଶର ଗହଳ କମି କମି ଯାଉଛି ଏବଂ ଅଧିକ ରୁ ଅଧିକ କେଶ ଝଡ଼ୁଛି ତେବେ ତାହା ଚନ୍ଦାପଣ ହୋଇ ଥାଏ | ତେବେ ଚନ୍ଦାପଣର ବିଭିନ୍ନ ସୋପାନ ମଧ୍ୟ ରହିଛି, ଯେମିତିକି ଯଦି ମୁଣ୍ଡରେ ସାମ୍ନା ରୁ କେଶ ଝଡ଼ିବା ରେ ଲାଗିଛି ତାକୁ ଗ୍ରେଡ଼ 1 ଚନ୍ଦା ପଣ କୁହାଯାଏ, ସେମିତି ମୁଣ୍ଡର ମଝି ଅଂଶକୁ ଗ୍ରେଡ଼ 2 ଏପରି ଭାବେ ଗ୍ରେଡ଼ 3, ଗ୍ରେଡ଼ 4 ଚାରୋଟି ଟି ଚନ୍ଦାପଣ ରହିଛି |

କେଶ ସମସ୍ୟା ଦୂର କରିବା ପାଇଁ ଘରେଇ ଉପଚାର କେତେ ଭଲ :-
କେଶ ଝଡ଼ିବା କୁ ରୋକିବା ପାଇଁ ଲୋକ ମାନେ ବିଭିନ୍ନ ପ୍ରକାର ଘରେଇ ଉପଚାର କୁ ବ୍ୟବହାର କରିଥାନ୍ତି | ଯେମିତିକି ପିଆଜ ରସ ଆଦି ର ବ୍ୟବହାର କରିଥାନ୍ତି, ଯାହାର କୌଣସ ସାଇଣ୍ଟିଫିକ ପ୍ରମାଣ ମିଳି ନଥାଏ |

କେଶ ଝଡ଼ିବାର ଚିକିତ୍ସା :-


ତେବେ ସୁନ୍ଦର କେଶ ପାଇଁ ଆମେ ଡାଏଟ କରିବା ନିହାତି ଜରୁରୀ ଅଟେ, ଏହା ସହିତ ଭିଟାମିନ ଡି ଯୁକ୍ତ ଖାଦ୍ୟ ଖାଆନ୍ତୁ ଏବଂ ସବୁଜ ପନିପରିବା ଆଦି ଖାଦ୍ୟ ଖାଆନ୍ତୁ | ଏହା ସହିତ ଦେଖିବାକୁ ମିଳିଛି ଯେ କୋଭିଡ ରୁ ସୁସ୍ଥ ହେବା ପରେ ଅଧିକାଂଶ ଲୋକଙ୍କର କେଶ ଝଡ଼ୁଛି | ତେଣୁ କୋଭିଡ ରୁ ସୁସ୍ଥ ହେବା ପରେ ଆଇରନ ଯୁକ୍ତ ଖାଦ୍ୟ, ପ୍ରୋଟିନ ଯୁକ୍ତ ଖାଦ୍ୟ, କ୍ୟାଲସିୟମ, ଭିଟାମିନ ଡି ଆଦି ସେବନ କରନ୍ତୁ |