Hair Tips – ଆପଣାନ୍ତୁ ଏହି ଘରୋଇ ଉପାୟ, ସବୁଦିନ ପାଇଁ ମୁଣ୍ଡରୁ ଉଙ୍କୁଣି ଗାୟବ ହୋଇଯିବେ ମାତ୍ର ୧ ସପ୍ତାହରେ…
ଆମ ପୃଥିବୀରେ ବହୁତ ପ୍ରକାରର ସଜୀବ ଓ ନିର୍ଜୀବ ପ୍ରାଣୀ ବସବାସ କରି ଥାନ୍ତି l ଏହି ସଜୀବ ପ୍ରାଣୀ ମଧ୍ୟରେ ବହୁତ ଉପଜୀବୀ ପ୍ରାଣୀ ରହି ଥାନ୍ତି l ଯେଉଁ ମନୁଷ୍ୟ ମାନଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇ ଥାନ୍ତି l ସେହି ଉପଜୀବୀ ପ୍ରାଣୀ ଭିତରୁ ଗୋଟିଏ ହେଉଛି ଉକୁଣୀ l ସାଧାରଣତଃ ଝିଅ ପିଲା ମାନଙ୍କ ମୁଣ୍ଡରେ ଅଧିକ ଉକୁଣୀ ସମସ୍ୟା ଦେଖା ଦିଏ l ଏହି ମାନେ ଆମ ମୁଣ୍ଡରେ ରହି ଆମର ରକ୍ତ ଶୋଷି ନେଇ ଥାନ୍ତି l
ଏମାନେ ବହୁତ ସହଜରେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଶୀଘ୍ର ଯାଇ ପାରନ୍ତି l ଏହି ସମସ୍ୟା ଅଧିକାଂଶ ଉଭୟ ପୁରୁଷ ଏବଂ ମହିଳା ମାନଙ୍କ କ୍ଷେତ୍ରରେ ଦେଖା ଯାଇଥାଏ l
ଏହି ଉକୁଣୀ ମାନଙ୍କ ଠାରୁ ଆମେ ରକ୍ଷା ପାଇବା ପାଇଁ ଆମେ ମାର୍କେଟରୁ ବହୁତ ପ୍ରକାରର ସାମ୍ପୁ ଏବଂ ତେଲ ଆଣି ଲଗାଇଲେ ମଧ୍ୟ କିଛି ବି ଲାଭ ମିଳି ନଥାଏ l ଆମ କେଶ ଉପରେ ମଧ୍ୟ ବହୁତ ଖରାପ ପ୍ରଭାବ ପକାଇ ଥାଏ l ଆମ ଚୁଟି ମଧ୍ୟ ବହୁତ ଉପୁଡି ଯାଇ ଥାଏ l ଆଜି ଆମେ ଏକ ଘରୋଇ ଉପାୟ ବିଷୟରେ ଜାଣିବା l ଯେଉଁ ଥିରେ କି ଏହାର ବ୍ୟବହାର କଲେ ମାତ୍ର ଦୁଇ ସପ୍ତାହ ଭିତରେ ଆମ ମୁଣ୍ଡରୁ ଉକୁଣୀ ଶେଷ ହୋଇ ଯିବ l
ପ୍ରସ୍ତୁତି :
ଆସନ୍ତୁ ଜାଣିବା ଏହି ଉପାୟର ପ୍ରସ୍ତୁତି ବିଷୟରେ l ଏହାକୁ ପ୍ରସ୍ତୁତ କରିବା ପାଇଁ ଆମେ ପ୍ରଥମେ କିଛି ନିମ୍ବ ପତ୍ର ନେବା ତାହାକୁ ଭଲ ଭାବରେ ଧୋଇ ସାରିବା ପରେ ତାକୁ କିଛି ସମୟ ଛାଡି ଦେବା l ତାପରେ ଆମେ ସେମଲସୀ ପତ୍ରକୁ ଧୋଇ ଶୁଖାଇ ଦେବା l
ଉଭୟ ପତ୍ର ଶୁଖି ସରିଲା ପରେ ସେଥିରେ କିଛି ତୁଳସୀ ପତ୍ରକୁ ମିଶାଇ ପେଷ୍ଟ ତିଆରି କରିବା l ଏହାକୁ ପ୍ରସ୍ତୁତ କଲାବେଳେ ପାଣିର ବ୍ୟବହାର କରିବେ ନାହିଁ l ଏହି ପେଷ୍ଟ ପ୍ରସ୍ତୁତ କରି ସାରିବା ପରେ ସେଥିରେ 200m l ନଡ଼ିଆ ତେଲ ମିଶାଇ ଏହାକୁ ଭଲ ଭାବେ ମିଶାଇ ଦିଅନ୍ତୁ l
ବ୍ୟବହାର :
ପ୍ରସ୍ତୁତ ହେବା ପରେ ଏହି ପେଷ୍ଟକୁ ଦୁଇରୁ ତିନି ଘଣ୍ଟା ଗୋଟିଏ ଥଣ୍ଡା ସ୍ଥାନରେ ରଖି ଦିଅନ୍ତୁ l ତପରେ ଏହାକୁ ଆଣି ଉଷୁମ କରନ୍ତୁ l ଆମେ ଏହାକୁ ସୂର୍ଯ୍ୟ କିରଣରେ ରଖିପାରିବେ ମଧ୍ୟ l ଏଥିରେ ଦୁଇଟି କର୍ପୁର ମିଶିଲା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ l ଏବେ ଆମର ଏହି ତେଲ ପ୍ରସ୍ତୁତ ହୋଇ ଯାଇଛି l ଏହି ତେଲକୁ ସପ୍ତାହରେ ଦୁଇ ଥର ବ୍ୟବହାର କରନ୍ତୁ l ଏହାକୁ ଟିକେ ଉଷୁମ କରି ଚୁଟି ମୂଳରେ ମାଲିସ କରନ୍ତୁ l
ଏହାକୁ ବ୍ୟବହାର କଲାପରେ ଆମ ମୁଣ୍ଡରୁ ଉକୁଣୀ ସବୁଦିନ ପାଇଁ ଛାଡି ଯିବ l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।