ଓଃ..କି..ଡ୍ୟାନ୍ସ – ପୁଣି ସୋସିଆଲ ମିଡିଆରେ ଭାଇରାଲ ହେଲା ଅଙ୍ଗନବାଡି ଦିଦି ଙ୍କ ଭିଡ଼ିଓ… 46 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…

ତେବେ ସୋସିଆଲ ମିଡ଼ିଆ ଏପରି ଏକ ପ୍ଲାଟଫର୍ମ ଯାହା ସାଧାରଣ ଲୋକ ଙ୍କୁ ମଧ୍ୟ ସେଲିବ୍ରେଟି ବନେଇ ଦେଇ ଥାଏ | ଆଜି କାଲି ଟେକନୋଲୋଜି ଦୁନିଆଁ ରେ ମଧ୍ୟ ବୃଦ୍ଧ ରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ |

ନିଜର କିଛି ପ୍ରତିଭା ହେଉ କି ଛୋଟ ଭିଡ଼ିଓ କରି ହେଉ ସମସ୍ତେ ଏହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥାଆନ୍ତି |

କିଏ ଗୀତ ମାଧ୍ୟମ ରେ ତ ଆଉ କିଏ ନାଚ ମାଧ୍ୟମ ରେ ତ ଆଉ କିଏ ନିଜ ଜୀବନ ଶୈଳୀ କୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ଜଗତ ରେ ପ୍ରିୟ ର ପାତ୍ର ହୋଇ ପାରିଥାନ୍ତି | ତେବେ ଅନେକ ସମୟରେ ସ୍କୁଲ କଲେଜ ଓ ଅଙ୍ଗନବାଡ଼ି ର ଭିଡ଼ିଓ ମଧ୍ୟ ଭାଇରାଲ ହୋଇ ଥାଏ ଆଉ ଠିକ ସେଭଳି ଏକ ଅଙ୍ଗନବାଡି ଦିଦିଙ୍କ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି |

ତେବେ ଛୋଟ ପିଲା ମାନେ ବହୁତ ବଦମାସ କରିଥାନ୍ତି ଏଣୁ ପାଠପଢା ରେ ମଧ୍ୟ ସେମାନେ ଦୁଷ୍ଟାମୀ କରି ଥାଆନ୍ତି ପାଠ ପଢା ରେ ମନ ଲଗାଇ ପାରନ୍ତି ନାହିଁ | କିନ୍ତୁ ଏକ ଅଙ୍ଗନବାଡ଼ିରେ ଜଣେ ଦିଦି ଏଭଳି ଶୈଳୀ ରେ ପିଲା ମାନଙ୍କୁ ପାଠ ପଢ଼ାଇଛନ୍ତି ତାହା ଖୁବ ପ୍ରଶଂସାନୀୟ ଅଟେ |

ତେବେ ଛୋଟ ଛୋଟ ପିଲାମାନେ ନାଚ ଗୀତ କୁ ବେସ ପସନ୍ଦ କରି ଥାଆନ୍ତି ତେଣୁ ତାଙ୍କୁ ପାଠରେ ଆଗ୍ରହ ଆଣିବା ପାଇଁ ଅଙ୍ଗନବାଡି ଦିଦି ନାଚ ଗୀତ କରି ବେସ ସୁନ୍ଦର ଭାବରେ ପିଲା ମାନଙ୍କୁ ପାଠ ପଢାଇବାରେ ଲାଗିଛନ୍ତି |

ଆପଣ ମାନେ ତ ବେସ ଭଲ ଭାବରେ ଜାଣିଛନ୍ତି ଆଜିକାଲି ର ସମାଜରେ ପିଲା ମାନଙ୍କର ପାଠ ପଢାର ବିକାଶ ପାଇଁ ସରକାର ଙ୍କ ପକ୍ଷରୁ ଅନେକ ସୁବିଧା କରି ଦିଆ ଯାଇଛି | ପିଲା ମାନଙ୍କର ଖାଦ୍ୟ ପୋଷାକ ଠାରୁ ଆରମ୍ଭ କରି ପାଠ ପଢିବା ପାଇଁ ବହି ମଧ୍ୟ ଯୋଗାଇ ଦିଆଯାଇଛି |

ତେବେ ବର୍ତ୍ତମାନ ସମୟରେ ଛତ୍ରପୁର ଅଙ୍ଗନବାଡି ରେ ଏଭଳି ଏକ ସୁନ୍ଦର ଦୃଶ୍ୟ ଦେଖିବା ପାଇଁ ମିଳିଛି ଯେଉଁଠି ଦୁଇ ଜଣ ଦିଦି ସୁଜାତା ଓ ରଶ୍ମିତା ନାଚ ମାଧ୍ୟମ ରେ ପିଲା ମାନଙ୍କୁ ପାଠ ପଢ଼ାଉଛନ୍ତି |

ବଉଳା ଗାଈ କୁ ନେଇକି ଦିଦି କହୁଛନ୍ତି କି ମତେ ଘାସ ଦିଅ ଆଉ କ୍ଷୀର ନିଅ, ଏହା ସହିତ ଝୁମୁରୁ ଝାଇଁ ଗୀତ ଟିକୁ ଗାଇବା ସହିତ ଗୀତ ମାଧ୍ୟମ ରେ ଗାଈ ପାଖରୁ ଆମେ କଣ ସବୁ ପାଇଥାଉ ସେ ବିଷୟ ରେ ଅଙ୍ଗନବାଡି ଦିଦି ପିଲା ମାନଙ୍କୁ ବୁଝାଇଛନ୍ତି |

ଦିଦି ଙ୍କର ଏମିତି ନିଆଁରା ଢଙ୍ଗରେ ପାଠ ପଢ଼ାଇବା ଶୈଳୀ ଦେଖିଲେ ଆପଣ ମଧ୍ୟ ପସନ୍ଦ କରିବେ କାରଣ ଏମିତି ଗୀତ ଓ ନାଚ ମଧ୍ୟରେ ପିଲା ମାନେ ମଧ୍ୟ ପଢିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି | ତେବେ ବର୍ତ୍ତମାନ ସମୟରେ ଦିଦି ଙ୍କର ଏହି ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।