୧୪ ଏପ୍ରିଲ୍ ହନୁମାନ ଜୟନ୍ତୀ ଦିନ ହନୁମାନଙ୍କୁ ଅର୍ପଣ କରନ୍ତୁ ଏହି ଗୋଟିଏ ଜିନିଷ ଭାଗ୍ୟ ଚମକି ଉଠିବ।
ଆସନ୍ତା ମହାବିଷୁବ ସଂକ୍ରାନ୍ତି ଦିନ ପଡ଼ୁଅଛି ହନୁମାନ ଜୟନ୍ତୀ। ଏହି ହନୁମାନ ଜୟନ୍ତୀ ରେ ଏକ ବିଶେଷ ଉପାୟ ଆପଣ ମାନଙ୍କୁ କହିବି। ଯେଉଁ ଉପାୟ କରିବା ଦ୍ୱାରା ଯେଉଁ ମାନଙ୍କର ବିବାହ କ୍ଷେତ୍ରରେ ଅସୁବିଧା ଆସୁଥିବ ତାହା ସମାଧାନ ହୋଇଯିବ। ଯେଉଁ ମାନଙ୍କର ଦାମ୍ପତ୍ୟ ଜୀବନରେ ବାଧା ଆସୁଥିବ ତାହା ମଧ୍ୟ ଠିକ୍ ହୋଇଯିବ। ଯଦି ବାରମ୍ବାର ଆକସ୍ମିକ ଦୁର୍ଘଟଣା ହୋଉଥାଏ ତାହା ମଧ୍ୟ ଠିକ୍ ହୋଇଯିବ।
ଯଦି ଆପଣ କୌଣସି ଭୂସମ୍ପଦ କିଣିବାକୁ ଚାହୁଛନ୍ତି, ସମସ୍ୟା ଆସି ପହଞ୍ଚୁଛି, ଜମି କିଣିପାରୁ ନାହାନ୍ତି ତାହା ମଧ୍ୟ ଠିକ୍ ହୋଇଯିବ। ଯଦି ଆପଣଙ୍କ ସମ୍ପତ୍ତି ବିକିବାର ଅଛି ତାହା ମଧ୍ୟ ଏହି ଉପାୟ କରିବା ଦ୍ୱାରା ଠିକ୍ ହୋଇଯିଡ।
ଗୋଟିଏ ଉପାୟ ଆପଣଙ୍କୁ ବହୁତ ସାରା ଫାଇଦା ଦେବ। ଆପଣଙ୍କର ଯଦି ଧନ ଜନିତ ସମସ୍ୟା ଅଛି ତାହା ମଧ୍ୟ ଦୂର ହୋଇଯିବ।ଶାସ୍ତ୍ର କୁହନ୍ତି ସଂସାରରେ ସାତ ଜଣ ଚିରଞ୍ଜିବୀ ଅଛନ୍ତି। ସେହି ସାତ ଜଣଙ୍କ ମଧ୍ୟରୁ ବୀର ବଜରଙ୍ଗବାଲୀ ଅନ୍ୟତମ ଅଟନ୍ତି। ବାଇପୁରାଣ ସୁନ୍ଦର ଭାବରେ କୁହନ୍ତି ଭଗବାନ ହନୁମାନଙ୍କର ଏକ ଅବତାର ହେଉଛନ୍ତି ବୀର ବଜରଙ୍ଗବାଲୀ।ସେହି ସମାନ କଥା ସ୍କନ୍ଦ ପୁରାଣରେ ମଧ୍ୟ ବର୍ଣ୍ଣିତ ଅଛି। ଶାସ୍ତ୍ର କହିଲେ ଭଗବାନ ଶିବଙ୍କର ଏକାଦଶ ଅବତାର ହେଉଛି ବୀର ବଜରଙ୍ଗବାଲୀ।
ତେଣୁ ହନୁମାନ ହେଉଛନ୍ତି ଶଙ୍କଟ ମୋଚନ। ହନୁମାନ ଚାଳିଶା ରେ ସୁନ୍ଦର ଭାବରେ ଲେଖାଅଛି ଭୂତ ପିସାଚ ନିକଟ ନହିଁ ଆମେ, ମହାବୀର ଜବ ନାମ ସୁନାୱେ। ଯଦି ଘରେ ତନ୍ତ୍ର କ୍ରିୟା ହୋଇଥାଏ ତାହେଲେ ଏହି ଉପାୟ ଆପଣ ନିଶ୍ଚୟ କରନ୍ତୁ। ଯଦି ଆପଣଙ୍କ ଘରେ କଳାଯାଦୁ ଘରେ କରୁଅଛି ତାହେଲେ ଆଜି ଯେଉଁ ଉପାୟ କହିବୁ ଆପଣମାନେ ଯଦି କରୁଛନ୍ତି ତାହା ମଧ୍ୟ ଦୂର ହୋଇପାରିବ। ତେବେ ହନୁମାନ ଜୟନ୍ତୀ ରେ ୨୧ ପ୍ରକାର ମହାସଂଯୋଗ ବନୁଅଛି।
୧- ପ୍ରଥମ ଉପାୟ ହେଉଛି, ମଙ୍ଗଳ ଗ୍ରହ କୁ ମଜବୁତ୍ କରିବାର ମହାଉପାୟ। ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ମଙ୍ଗଳ ଗ୍ରହ ବହୁତ ହିଁ ମଜବୁତ୍ ହେଇଯାଉ ଆପଣଙ୍କର ଦୁର୍ଭାଗ୍ୟ ଜୀବନରୁ ଚାଲିଯାଉ ଏବଂ ଆପଣଙ୍କୁ ସୌଭାଗ୍ୟ ପ୍ରାପ୍ତ ହେଉ, ଆପଣଙ୍କ ଭାଗ୍ୟ ଚମକିଯାଉ ତାହେଲେ ଏହି ଉପାୟ ଏହି ଦିନ ନିଶ୍ଚୟ କରନ୍ତୁ। ଆପଣ ସକାଳୁ ନିତ୍ୟ କର୍ମ ସାରି ହନୁମାନ ମନ୍ଦିରକୁ ଯାଇ ଲାଲ ଗୋଲାପ ଫୁଲ ର ମାଳ ପିନ୍ଧାଇବେ।
୨- ଦ୍ୱିତୀୟ ଉପାୟରେ ଯଦି ଆପଣଙ୍କ ଘରେ କେହି ରୋଗରେ ପୀଡିତ ଅଛନ୍ତି ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି, କିନ୍ତୁ କିଛି ଲାଭ ମିଳୁନାହିଁ, ତେବେ ସେହି ବ୍ୟକ୍ତିର ହାତରୁ ୧୧ ଟି ରୁଟି କଳା କୁକୁରକୁ ଏହି ଦିନ ଖୁଆଇ ଦିଅନ୍ତୁ। ଦେଖିବେ ସବୁଦିନ ପାଇଁ ରୋଗ ଦୂର ହୋଇଯିବ।
୩- ତୃତୀୟ ଉପାୟରେ ଆପଣଙ୍କ ଘରେ କୌଣସି ହନୁମାନ ଫୋଟ ବା ମୂର୍ତ୍ତି ସାମ୍ନାରେ ବସି ଏକ ପିତ୍ତଳ ଥାଳିରେ କର୍ପୂର ଓ ଲବଙ୍ଗ ରଖି ଜଳାନ୍ତୁ। ଆଉ ତାର ଧୂଆଁ ଘରର ସବୁଆଡ଼େ ବୁଲାଇ ଆଣନ୍ତୁ। ଜଳି ସାରିବା ପରେ ତାର ପାଉଁଶକୁ ଏକ ଡବାରେ ରଖି ସବୁଦିନ ଆପଣଙ୍କ ମୁଖ୍ୟ ଦ୍ୱାରରେ ପାଣିରେ କିଛି ଏହି ପାଉଁଶ ମିଶାଇ ଛିଞ୍ଚି ଦିଅନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ଘରେ ଲାଗିଥିବା ସମସ୍ତ ସମସ୍ୟା ଦୂର ହୋଇଯିବ।