ଦେଖନ୍ତୁ ଭିଡ଼ିଓ ! ହେ ଭଗବାନ । ଗୁଡ଼ି ସହିତ ୧୦୦ ଫୁଟ ଉଚ୍ଚାରେ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଉଡିଲା ଏହି ଛୋଟିଆ ଛୁଆ , ଆଉ ତା ପରେ…..

ସବୁବେଳେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ଘଟିଥାଏ । ଏଇ ଦେଖୁ ନାହାନ୍ତି ଯେମିତି ଟାଇ ୱାନ ରେ କାଇଟ ଫେଷ୍ଟିଭାଲ ଚାଲି ଥିବା ବେଳେ ଏଭଳି ଏକ ଦୁର୍ଘଟଣା ଘଟି ଗଲା ଯାହା ସମସ୍ତ ଙ୍କୁ କାବା କରି ଦେଇ ଅଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗୁଡି ଉଡା ଉତ୍ସବ ରେ ବହୁତ୍ ବଡ଼ ବଡ଼ ଗୁଡି ସବୁ ଭାଗ ନେଇ ଥାଆନ୍ତି। ଏମିତି ଏକ ବଡ଼ ଗୁଡି ସହିତ ତିନି ବର୍ଷ ର ଶିଶୁ ଗୁଡି ସହିତ ଉଡି ଗଲା ଆକାଶ କୁ ।

କଥା ଟି ହୁଏତ ବିଶ୍ୱାସ ହେବ ନାହିଁ । ପିଲା ଟି ଉଡି ଯିବାର ଦେଖି ସେଠୀ ଥିବା ଲୋକ ସମସ୍ତେ ଭୟବୀତ ହୋଇ ଯାଇ ଥିଲେ ।

100 ଫୁଟ୍ ଉଚ୍ଚତା କୁ ଉଡି ଯିବା ପରେ ପିଲା ଟି ଗୁଡି ସହିତ ଆସି ତଳେ ପଡ଼ିଲା । ତଳେ ପଡ଼ିବା ପୂର୍ବ ରୁ ଲୋକ ମାନେ ପିଲା ଟିକୁ ଧରି ପକେଇଲେ । ଗୁଡି ଟିର ଲାଞ୍ଜ ପିଲା ଟି ର ଗୋଡ଼ ରେ ଗୁଡେଇ ହୋଇ ଯାଇଥିଲା । ତେଣୁ ଗୁଡି ସହିତ ଏହି ତିନି ବର୍ଷ ର ଝିଅ ଟି ମଧ୍ୟ ଆକାଶ କୁ ଉଠି ଯାଇ ଥିଲା । ଘଟଣା ଟି ଘଟିବା ବେଳେ କେହି କିଛି କରି ପାରିଲେ ନାହିଁ ଖାଲି ଆକାଶ କୁ ଦେଖି ଚିତ୍କାର କରୁ ଥିଲେ ।

ହେଲେ ତାକୁ ବଞ୍ଚେଇବାର କିଛି ଉପାୟ ନଥିଲା । ନାରଙ୍ଗୀ ରଙ୍ଗ ର ଏହି ନାଲି ଗୁଡି ଆକାଶ ରେ ସାପ ପରି ଯେତିକି ଜୋର୍ ଉଡୁ ଥାଏ ପିଲା ଟି ମଧ୍ୟ ଗୁଡି ସହିତ ସେତିକି ଜୋର୍ ଦୋହଲି ଥାଏ ।

ପାଖରେ ଥିବା ଗଛ ରେ କେତେ ବେଳେ ପିଟି ହୋଇ ଯିବ ବୋଲି ଭାବି ମଧ୍ୟ ଭୟ କରୁଥିଲେ । ତଳେ ଲୋକ ମାନେ କେବଳ ଆକାଶ କୁ ଅନାଇ ଚିତ୍କର କରୁ ଥିଲେ। ଗୁଡି ଲାଞ୍ଜ ରେ ପିଲାଟି ମଧ୍ୟ ବହୁତ୍ ଅସହାୟ ମନେ ହେଉ ଥିଲା ।

ପ୍ରାୟ 30 ସେକେଣ୍ଡ ଆକାଶ ରେ ଗୁଡି ସହିତ ଉଡ଼ିବା ପରେ ପିଲା ଟି ଗୁଡି ସହିତ ତଳକୁ ଖସି ଆସିଲା । ସେ ତଳକୁ ଖସିବା ପରେ ସତେ ଯେପରି ସମସ୍ତଙ୍କ ପିଣ୍ଡ ରେ ପ୍ରାଣ ପଶିଲା ଓ ସମସ୍ତେ ଅସ୍ଵକ୍ତି ଅନୁଭବ କରିଲେ।

ଏହି ଘଟଣା ପରେ ସେଠାରେ ଗୁଡି ଉଡା ଉତ୍ସବ କୁ ବନ୍ଦ କରି ଦିଆ ଯାଇଛି ।କୁହା ଯାଉଛି ଯେ ସେଠାରେ ବହୁତ୍ ଜୋର୍ ପବନ ହେଉ ଥିବା ରୁ ପିଲା ଟି ଅଣ୍ଟା ଚାରି ପଟେ ଗୁଡି ଗୁଡେଇ ହୋଇ ଯାଇ ଥିଲା । ଫଳ ରେ ଗୁଡି ସହିତ ପିଲାଟି ମଧ୍ୟ ଉପର କୁ ଉଠି ଯାଇ ଥିଲା । ତେବେ ଏହା ଏକ ଆଶ୍ଚ୍ଯ୍ୟଜନକ ଘଟଣା ଯାହା ଜି ସେହି ଗୁଡି ଉତ୍ସବ ରେ ଘଟି ଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।