ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ , ଏବେ କେବଳ 18 ନୁହେଁ ବରଂ ସ୍ନାତକ ପଢିବା ପର୍ଯ୍ୟନ୍ତ ପୁଅ ମାନଙ୍କର ଲାଳନ ପାଳନ କରିବେ ପିତା ମାତା !…ଏଥିରେ ଆପଣଙ୍କ ମତାମତ କଣ କମେଣ୍ଟ କରନ୍ତୁ….

ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ , ଏବେ କେବଳ 18 ନୁହେଁ ବରଂ ସ୍ନାତକ ପଢିବା ପର୍ଯ୍ୟନ୍ତ ପୁଅ ମାନଙ୍କର ଲାଳନ ପାଳନ କରିବେ ଅଭିଭାବକ । କୋର୍ଟ କହିଲେ 18 ବର୍ଷ ନୁହେଁ ସାହାର୍ଯ୍ୟର ପର୍ଯ୍ୟାପ୍ତ ସମୟ , ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସର୍ବୋଚ୍ଚ ନ୍ୟାୟଳୟ । ଏବେ କେବଳ 18 ବର୍ଷ ନୁହେଁ ବରଂ ସ୍ନାତକ ପର୍ଯ୍ୟନ୍ତ ପୁଅଙ୍କର ଲାଳନ ପାଳନ କରିବା ସର୍ବୋଚ୍ଚ ନ୍ୟାୟଳୟ ନିର୍ଦ୍ଦେଶ ଦେଇଛନ୍ତି ।

ଜଷ୍ଟିସ ଡିଇଓଇ ଚନ୍ଦ୍ର ଜୋନ ଏବଂ ଜଷ୍ଟିସ ଏମଆର ମହାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଟ ପରିବାର ଅଦାଲତ ନିର୍ଦ୍ଦେଶରେ ପରିବର୍ତ୍ତନ କରାଯାଇଥିବା ନେଇ ସୂଚନା ମିଳିଛି । ତେବେ ଏହି ରାୟ ଆସିବା ପରେ ସାରା ଦେଶରେ ଏହାକୁ ନେଇ କରି ଜୋରଶୋରରେ ଆଲୋଚନା ମଧ୍ୟ ଚାଲିଛି ।

ସୂଚନା ଅନୁଯାୟୀ କର୍ଣ୍ଣାଟକ ସରକାର ସ୍ୱସ୍ଥ୍ୟା ବିଭାଗର ଜଣେ କର୍ମଚାରୀଙ୍କୁ ନିଜ ପୁଅକୁ 18 ବର୍ଷ ପର୍ଯ୍ୟନ୍ତ ଲାଳନ ପାଳନ କରିବା କଥା ନେଇ କୁହାଯାଇଥିଲା । ମାତ୍ର ସେ ତାହାକୁ କରିବା ପାଇଁ ଅମଙ୍ଗ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ସୂଚନା ଦେଇଥିଲେ ।

ତେବେ କୋର୍ଟ କହିଛନ୍ତି ଯେ କେବଳ 18 ବର୍ଷ ପର୍ଯ୍ୟନ୍ତ ସାହାର୍ଯ୍ୟ କରିବା ଆଜିକାଲିର ପରିସ୍ଥିତିରେ ବହୁତ ଅଧିକ ନୁହେଁ କାରଣ ଆଜିକାଲିର ଦେଶରେ ଯେପରି ଭାବରେ ପରିସ୍ତିତି ରହିଛି ତାହାକୁ ଦେଖିଲେ ଏହା ଅଧିକ ନୁହେଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।

ପ୍ରକୃତର ଘଟଣାଟି ହେଉଛି କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗର ଜଣେ କାର୍ଯ୍ୟରତ କର୍ମଚାରୀ ନିଜର ପ୍ରଥମ ପତ୍ନୀଙ୍କୁ ଜୁନ 2005 ରେ ଛାଡପତ୍ର ଦେଇଥିଲେ । ଯାହା ପରେ ପରିବାର ଅଦାଲତ ସେପ୍ଟେମ୍ବର 2011 ରେ ପିଲାର ଲାଳନପାଳନ ଲାଗି ମାସକୁ ସଂପୃକ୍ତ ବ୍ୟକ୍ତିକୁ 20,000 ଟଙ୍କା ଦେବା ପାଇଁ ଆଦେଶ ଦେଇଥିଲେ ।

ମାତ୍ର ଏହି ନିର୍ଦ୍ଦେଶରେ ସେ ସହମତି ହୋଇଥିଲେ ତେଣୁ ସେହି ବ୍ୟକ୍ତି ଜଣକ ହାଇକୋର୍ଟକୁ ଯାଇଥିଲେ । ମାତ୍ର ହାଇକୋର୍ଟ ଯେଉଁ ରାୟ ଶୁଣାଇଲେ ସେତିରେ ମଧ୍ୟ ବ୍ୟକ୍ତ ଜଣକ ସନ୍ତୁଷ୍ଟ ହେଲେ ନାହିଁ । ତେଣୁ କରି ନ୍ୟାୟ ଲାଗି ସେ ସୁପ୍ରିମ କୋର୍ଟର ଦ୍ୱାରସ୍ତ ହୋଇଥିଲେ ଏହାପରେ କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି ।

କର୍ମଚାରୀ ଜଣକ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇଥିବା ବେଳେ ଦ୍ୱିତୀୟ ବିବାହ ମଧ୍ୟ କରିଥିଲେ । ଏହାପରେ ମାସକୁ 21,000 ଆୟ କରୁଥିବା ବେଲେ କିପରି ପିଲାର ଭରଣପୋଷଣ ପାଇଁ 20,000 ଟଙ୍କା ଦେବେ ବୋଲି କହିବା ପାଇଁ ସେ ଏହା ସଂପୂର୍ଣ୍ଣ ଅସମ୍ଭବ ବୋଲି କୋର୍ଟକୁ ଅବଗତ କରାଇଥିଲେ । ତେବେ ସମସ୍ତ କଥାକୁ ଆଦି ଆଗରେ ରଖି କୋର୍ଟ ସେହି ବ୍ୟକ୍ତି ପିଲାର ଲାଳନପାଳନ ପାଇଁ ମାସିକ 10,000 ଟଙ୍କା ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।