Bastu Shastra – ଘର ର ମୁଖ୍ୟ ଦ୍ଵାର ରେ ଭୁଲ୍ ରେ ବି ରଖନ୍ତୁ ନାହିଁ ଏହି ଜିନିଷ ମାତା ଲକ୍ଷ୍ମୀ ହୁଅନ୍ତି ଅଶାନ୍ତି
ଆଜି ଆମେ ଜାଣିବା ଏମିତି ପାଞ୍ଚ ଟି ଜିନିଷ ବିଷୟ ରେ ଯେଉଁ ଜିନିଷ ଘରର ମୁଖ୍ୟ ଦ୍ଵାର ରେ ରହିବା ଦ୍ଵାରା ମାତା ଲକ୍ଷ୍ମୀ ସେହି ଘରକୁ ପ୍ରବେଶ କରନ୍ତି ନାହିଁ । ସେହି ଘରେ ଚିନ୍ତା କେବେ ମଧ୍ୟ ସରି ନଥାଏ ଚିନ୍ତା ବଢ଼ିବାରେ ଲାଗିଥାଏ । ତେବେ ଆଜି ଆମେ ଜାଣିବା ଘରେ ସକାରାତ୍ମକ ଶକ୍ତି ବଢାଇବା ପାଇଁ ଆଉ ଘରେ ସୁଖ ସମୃଦ୍ଧି ବଢାଇବା ପାଇଁ ଘର ର ମୁଖ୍ୟ ଦ୍ଵାର ରେ କେଉଁ ସବୁ ଜିନିଷ ରଖିବା ଉଚିତ୍ ।
ଘର ର ମୁଖ୍ୟ ଦ୍ଵାରା ଏକ ପ୍ରମୁଖ ସ୍ଥାନ ହୋଇଥାଏ । ସେହି ଦ୍ଵାର ଦେଇ ଘରକୁ ଶୁଭ ଅଶୁଭ ଲୋକ ମାନେ ଓ ଶକ୍ତି ମାନ ପ୍ରବେଶ କରିଥାଏ । ତେବେ ଏମିତି ରେ ଯଦି ଘରର ମୁଖ୍ୟ ଦ୍ଵାର ରେ ଯଦି ଏମିତି କିଛି ଜିନିଷ ରହିଥାଏ ଯାହା ଘରର ମୁଖ୍ୟ ଦ୍ଵାର କୁ ପ୍ରଭାବିତ କରିଥାଏ କିମ୍ବା ନକାରାତ୍ମକ ଶକ୍ତି ଆଡ଼କୁ ଆକର୍ଷିତ ହୋଇଥାଏ ।
ତେବେ ଘରେ ସର୍ବଦା ଅଶାନ୍ତି ଲାଗି ରହି ଥାଏ ସେହି ଘରେ କେବେ ମଧ୍ୟ ସୁଖ ଶାନ୍ତି ରହେ ନାହିଁ । ଧନ ର ହାନି ହୋଇଥାଏ ଘର ର ଲୋକ ବିଭିନ୍ନ ପ୍ରକାରର ଚିନ୍ତା ରହି ଥାଆନ୍ତି । ତେଣୁ ଘର ର ମୁଖ୍ୟ ଦ୍ଵାର ର ବାସ୍ତୁ ଉପରେ ସବୁବେଳେ ଦୃଷ୍ଟି ଦେବା ଉଚିତ୍ ଘର ର ମୁଖ୍ୟ ଦ୍ଵାର ରେ ଏମିତି ଜିନିଷ ରଖିବା ଉଚିତ୍ ଯାହା ଘରେ ସର୍ବଦା ସୁଖ ଶାନ୍ତି ବଜାଇ ରଖିବ ।
ଘର ର ମୁଖ୍ୟ ଦ୍ଵାରା କୁ ସବୁବେଳେ ପରିଷ୍କାର ରଖିବା ଉଚିତ୍ । ଅନେକ ଲୋକ ଘର ର ମୁଖ୍ୟ ଦ୍ଵାରା ରେ ଗଛ ଲଗାଇ ଦେଇ ଥାଆନ୍ତି ଓ ଏହାର ଛାଇ ଘର ଉପରେ ପଡ଼ିଥାଏ। କିଛି ଲୋକ ଘର ର ମୁଖ୍ୟ ଦ୍ଵାର ରେ ଚପଲ ରଖି ଦେଇ ଥାଆନ୍ତି କିମ୍ବା ଦସ୍ତବିନ ରଖି ଦେଇ ଥାଆନ୍ତି ଯାହା କୁ ବହୁତ୍ ଖରାପ୍ ଅଟେ। ଘରର ମୁଖ୍ୟ ଦ୍ଵାର କୁ ସବୁବେଳେ ପରିଷ୍କାର ରଖନ୍ତୁ।
ସ୍ନାନ ସାରିବା ପରେ ଘରର ମୁଖ୍ୟ ଦ୍ଵାର ରେ ଗଙ୍ଗା ଜଳ ଛିଞ୍ଚି ଦିଅନ୍ତୁ ଯାହା ଦ୍ଵାରା ମାତା ଲକ୍ଷ୍ମୀ ସବୁବେଳେ ଆପଣଙ୍କ ଘରକୁ ପ୍ରବେଶ କରିବେ ଓ ଆପଣଙ୍କ ଉପରେ ପ୍ରସନ୍ନ ରହିବେ ।ଘର ର ମୁଖ୍ୟ ଦ୍ଵାରା ରେ ଯଦି ଜୋତା ଚପଲ ଷ୍ଟାଣ୍ଡ ରଖିଛନ୍ତି ତେବେ ଏହାକୁ ଘୋଡାଇ ରଖନ୍ତୁ। ଘର ର ମୁଖ୍ୟ ଦ୍ଵାର କୁ ଫୁଲ ମାଳ ରେ ସଜାଇ ଦିଅନ୍ତୁ ଏହା କରିବା ଦ୍ଵାରା ଘରକୁ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ।
ଘର ର ମୁଖ୍ୟ ଦ୍ଵାର କୁ ଅନ୍ଧାର ରଖନ୍ତୁ ନାହିଁ । ଘର ର ମୁଖ୍ୟ ଦ୍ଵାର ରେ କଣ୍ଟା ଜାତୀୟ କୌଣସି ପ୍ରକାର ଗଛ ଲଗାନ୍ତୁ ନାହିଁ । ଯେଉଁ ଘର ର ମୁଖ୍ୟ ଦ୍ଵାରା ରେ ତୁଳସୀ ଗଛ ଥାଏ ସେହି ଘରେ ସକାରାତ୍ମକ ଶକ୍ତି ପ୍ରବେଶ କରି ଥାଏ । ଘର ର ପ୍ରବେଶ ଦ୍ଵାର ରେ ସବୁବେଳେ ତୁଳସୀ ଗଛ ଲଗାଇବା ଉଚିତ୍ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।