ଗୋଡରେ ଅସ୍ବାଭାବିକ ଭାବେ 80 କେଜିର ବଢିଛି ମାଂସପିଣ୍ଡୁଳା, ଚିକିତ୍ସା ପାଇଁ ଆପଣଙ୍କର ଗୋଟିଏ ଶେୟାର ଲୋକଟିର ଜୀବନ ବଞ୍ଚେଇ ପାରିବ …

ହେ ଭଗବାନ ! ମଣିଷକୁ ଏମିତି ଶାସ୍ତି କାହିଁକି ଦେଉଛ ପ୍ରଭୁ । କୁହାଯାଏ ସମୟର ଚକ ସବୁବେଳେ ବୁଲୁଥାଏ, କେତେବେଳେ ଦୁଃଖ ତ କେତେବେଳେ ସୁଖ । ଦୁନିଆଟା ଭୁଷ କରି ଭୁଷୁଡି ଯାଏ , ଯେବେ ବାପାମାଁଙ୍କର ଭେଣ୍ଡିଆ ପୁଅ କୌଣସି ରୋଗ ସହ ଲଢେଇ କରିବା ଆରମ୍ଭ କରେ , ଆପଣ ଅନୁମାନ ଲଗାଇ ପାରିବେନି କଣ ବିତେ ସେ ପରିବାର ଉପରେ । ଏମିତି ଏକ ଘଟଣା ବିଷୟରେ ଏହି ଲେଖା ମାଧ୍ୟମରେ କହିବାକୁ ଯାଉଛୁ ଯାହା ଶୁଣିବା ପରେ ଆପଣ ଚାହିଁଲେ ମଧ୍ୟ ବିଶ୍ବାସ କରିପାରିବେନି , କିନ୍ତୁ ଦୁନିଆର ସବୁଠାରୁ କଷ୍ଟଦାୟକ ଶବ୍ଦ ହେଉଛି ଅପ୍ରିୟ ସତ୍ୟ ।

ସବୁ ବାପା ମାଁଙ୍କ ପରି ଏମାନଙ୍କର ମଧ୍ୟ ଆଶା ଥାଲା ପୁଅ ବଡ ହୋଇ ରୋଜଗାର କରିବ ଆଉ ବୁଢାକାଳେ ଆମକୁ ଶାହା ହେବ । କିନ୍ତୁ ବୋଧ ହୁଏ ବିଧାତା ଚାହୁଁ ନଥିଲେ ଏକଥା , ଯେଉଁ ସମୟରେ ଭେଣ୍ଡିଆ ପୁଅ ପରିବାର ପୋିବା ସହ ବାପାମାଁ ଙ୍କ ସେବା କରିବା କଥା ସେ ସମୟରେ ବୁଢା ବାପାମାଁ 32 ବର୍ଷିୟ ପୁଅର ସେବା କରୁଛନ୍ତି ।

ଏପରି ଏକ ହୃଦୟବିଦାରକ ତଥା ଯନ୍ତ୍ରଣାଦାୟକ ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଆଙ୍କୁଲା ଗ୍ରାମରେ ବାସ କରନ୍ତି 3 ପ୍ରାଣୀ ବିଶିଷ୍ଟ ପରିବାର । କିନ୍ତୁ ସେହି ପରିବାରକୁ ଦେଖିଲେ ଆପଣଙ୍କ ହୃଦୟ ବି ତରଳି ଯିବ । ପରିବାର କହିଲେ 62 ବର୍ଷର ବୃଦ୍ଧ ବାପା ଓ 58ବର୍ଷର ମାଁ ।

ସନ୍ତୋଷ ହେଉଛନ୍ତି ଏମାନଙ୍କର ଗୋଟିଏ ବୋଲି ପୁଅ । କୁଳ ବେଉସା କହିଲେ ବାରିକ କାମ, ବହୁ ଦୁଃଖକଷ୍ଟରେ ପରିବାର ଚଳାଇ ଆସୁଥିଲେ ବାପା ଅଇଁଠି ବାରିକ । ପରିବାର ଅଭାବକୁ ଅନୁଭବ କରି ମାତ୍ର 15ବର୍ଷ ବୟସରେ ପାଠପଡା ଛାଡିଲେ ସନ୍ତୋଷ ଏବଂ ବାଲୁକା ବଜାରରେ ନିଜର କୌଳିକ ବୃତ୍ତିକୁ ଆବୋରି ନେଲେ ।


ସବୁ ଠିକଠାକ୍ ଥିଲା ହେଲେ 2003 ମସିହାରେ ହଠାତ୍ ଦିନେ କମ୍ପଜ୍ବର ଆସିଥିଲା । ଏହାପରେ ବାରମ୍ବାର ଜ୍ବର ଲାଗିରହିଲା ,ପରୀକ୍ଷା ପରେ ଜଣାପଡିଲା ସନ୍ତୋଷ ଫାଇଲେରିଆ ରୋଗରେ ଆକ୍ରାନ୍ତ ଅଛନ୍ତି । ଏହାପରେ ବହୁ ଚିକିତ୍ସା କରିଥିଲେ ସୁଦ୍ଧା କିଛି ବି ସୁଫଳ ମିଳିନଥିଲା ତେଣୁ ବାଲୁଗାଁରୁ ଦୋକାନ ବନ୍ଦ କରି ନିଜ ଗାଁ ଆଙ୍କୁଲାରେ ଏକ ଛୋଟ କ୍ୟାବିନ ପକାଇ ବାରିକ କାମ ଆରମ୍ଭ କରିଲେ । ଏବେ କିନ୍ତୁ ଡାହାଣ ଗୋଡ ଏଭଲି ଫୁଲିବାକୁ ଆରମ୍ଭ କରିଛି ଯେ ଆଉ ଚାଲିପାରୁ ନାହାଁନ୍ତି ସନ୍ତୋଷ ।

ସ୍ଥାନୀୟ ସାମାଜିକ ସଂଗଠନର ଯୁବକମାନେ ସେମାନଙ୍କ ସାମର୍ଥ୍ୟ ଅନୁସାରେ ସାହାଯ୍ୟ କରିଛନ୍ତି ,ହେଲେ ତାହା ସମୁଦ୍ରକୁ ଶଙ୍ଖେ ଭଳି,ତେଣୁ ସେମାନେ ସରକାରୀ ସହାୟତା ପାଇଁ ଗଣ ମାଧ୍ୟମ ଦ୍ବାରା ଅନୁରୋଧ କରିଛନ୍ତି ।

ସନ୍ତୋଷଙ୍କ ରୋଜଗାର ଉପରେ ନିର୍ଭର କରି ପରିବାର ଚଳେ ତେଣୁ ଏକପ୍ରକାର ଅସହାୟ ହୋଇ ପଡିଛି ସନ୍ତୋଷଙ୍କ ପରିବାର । ଡାକ୍ତର କହୁଛନ୍ତି ଉପଯୁକ୍ତ ଚିକିତ୍ସା କରାଗଲେ ସନ୍ତୋଷ ଭଲ ହୋଇଯିବେ କିନ୍ତୁ ସେଥିପାଇଁ ଏତେ ଅର୍ଥ କାହିଁ । ତେଣୁ ସହାୟତା ଲାଗି ନିବେଦନ କରିଛନ୍ତି ଯୁବ ସଂଗଠନ । ଏଭଲି ଏକ ମର୍ମାହତ ପରିସ୍ଥିତିରେ ଯଦି ସନ୍ତୋଷଙ୍କୁ ସହାୟତା କରାଯାଏ ତେେ ତିନିପ୍ରାଣୀ ବିଶିଷ୍ଠକୁଟୁମ୍ବ ବଞ୍ଚିଯିବେ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ନିବେଦନ କରିଛନ୍ତି ସାହାଯ୍ୟ କରିବା ପାଇଁ ଯୁବଗୋଷ୍ଠି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।