ଦେଖନ୍ତୁ ଭିଡ଼ିଓ । ଘରୋଇ ବିବାଦକୁ ଭୁଲିବାକୁ ଯାଇ ବର୍ଷା କଲେ ଏମିତି କାମ, ଦେଖିଲେ ଆଖିରୁ ଲୁହ ଆସିଯିବ….

ଓଡ଼ିଆ ସିନେମା ଜଗତର ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଯିଏକି କେବଳ ଜଣେ ନାୟିକା ନୁହନ୍ତି ତାଙ୍କ ନାମ ସହିତ ଯୋଡ଼ି ରହିଛି ଅନେକ ଭଲପାଇବା ସ୍ନେହ ଓ ଲୋକ ପ୍ରିୟତା। ଲକ୍ଷ ଲକ୍ଷ ଦର୍ଶକ ଓ ପ୍ରଶଂସକ ଙ୍କ ସେ ହେଉଛନ୍ତି ପ୍ରଥମ ପସନ୍ଦ। ଯାହାଙ୍କ ସୁନ୍ଦରତା ଯେତିକି ଅଧିକ ତାଙ୍କର ହୃଦୟ ସେତିକି ସଫା। ସେ ଏବେ କରୁଥିବା ଅନେକ ସାହାଯ୍ୟ ପୂର୍ଣ୍ଣ କାମ ବେଶ୍ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି ।

ଏମିତିରେ ଜଣେ ସଂସ୍କାରି ମହିଳା ଓ ଟିପିକାଲ୍ ହିନ୍ଦୁ ବୋହୂ ଭାବରେ ତାଙ୍କର ଚଳନି ଓ ବେଶଭୂଷା ବେଶ୍ ମନଲୋଭା ଅଟେ। ଆସନ୍ତୁ ତାଙ୍କର ଏହି ଭଳି ସୁନ୍ଦର୍ ଚେହେରା ସହିତ ସ୍ନେହୀ ହୃଦୟରେ ହୋଇଥିବା କିଛି ଭିଡିଓ ର ଝଲକ ଦେଖିବା।

ଆଜିକାଲି ବର୍ଷା ଲୋକଙ୍କୁ ସାହାଯ୍ୟ କରିବା ଅନ୍ୟର ଅସୁବିଧା ସମୟରେ ସହାୟତା ର ହାତ ବଢ଼ାଇବା। ଗରିବ ବୃଦ୍ଧ ବୃଦ୍ଧା ମାନଙ୍କୁ ସହାୟତା ପ୍ରଦାନ କରିବା ଭଳି ଅନେକ ପରୋପକାରୀ କାର୍ଯ୍ୟ କରୁଛନ୍ତି। ନିଜର ପାରିବାରିକ କୋହଳ କୁ ଭୁଲିବା ପାଇଁ ସେ ଏହିଭଳି ସମାଜ ସେବା କରୁଥିବାର ଜଣା ଯାଉଚି।ବର୍ଷା ପ୍ରିୟଦର୍ଶିନୀ ଙ୍କ ଯେଉଁ ଭିଡିଓ ମାନ ଏବେ ସାମ୍ନା କୁ ଆସିଚି ।

ସେଥିରେ ସେ ଅନେକ ପରୋପକାରୀ କାମ କରୁଥିବାର ନଜର ଆସିଛନ୍ତି। ଯାହାକୁ ଦେଖିଲେ ଆପଣଙ୍କୁ ମଧ୍ୟ ବହୁତ୍ ଖୁସି ଲାଗିବ। କାରଣ ଓଡ଼ିଶା ସିନେମା ଜଗତର ଏହି ରାଣୀ ଙ୍କୁ ଆପଣ ସବୁବେଳେ କେବଳ ଅବାସ୍ତବ ରିଲ୍ ଦୁନିଆରେ ଦେଖିବାର ସୁଯୋଗ ପାଇଛନ୍ତି।

କିନ୍ତୁ ଏହି ଭିଡିଓ ମାଧ୍ୟମରେ ତାଙ୍କର ବାସ୍ତବ ପ୍ରକୃତ ଜୀବନ ବିଷୟରେ ଜାଣିବାକୁ ପାଇବେ। ତାଙ୍କର ଏକ ସଂଗଠନ ରହିଛି ଯାହାର ନାମ ହେଉଛି ସମ୍ମାନିତା। ତେବେ ନିଜର ସଂଗଠନ ସମ୍ମାନିତା ଜରିଆରେ ବିଭିନ୍ନ ସମୟରେ ଅସହାୟଙ୍କ ସହାୟତା କରି ଆସୁଥିବା ବର୍ଷା, କରନା ସଙ୍କଟ ସମୟରେ ମଧ୍ୟ ଅନେକ ଅସହାୟଙ୍କୁ ତାଙ୍କ ସାମର୍ଥ୍ୟ ଅନୁସାରେ ସହାୟତା ର ହାତ ବଢାଇଛନ୍ତି।

ନିକଟରେ ସେ କଟକ ସ୍ଥିତ ଏକ ଆଶ୍ରମ ସ୍କୁଲକୁ ଯାଇ ସେଠାରେ ରହୁଥିବା କୁନି କୁନି ପିଲାଙ୍କୁ ଭେଟି ପାଠ୍ୟ ପୁସ୍ତକ ସହିତ ସେମାନଙ୍କୁ ଅନ୍ୟ ସହାୟତା ମଧ୍ୟ ପ୍ରଦାନ କରିଥିଲେ।ଯାହାର ଭିଡିଓ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ୟୁ ଟ୍ୟୁବ୍ ଚ୍ୟାନେଲ ରେ ପୋଷ୍ଟ କରିଥିଲେ।

ତାଙ୍କର ଏଭଳି ସମାଜ ସେବା ଦେଖି କେହି କେହି କହୁଛନ୍ତି ସେ ରାଜନୀତି କରିବା ପାଇଁ ଏମିତି ଲୋକପ୍ରିୟତା ହାସଲ କରୁଛନ୍ତି।ତେବେ ତାଙ୍କର ଏହିସବୁ ଭିଡିଓ ଆପଣଙ୍କୁ ନିଶ୍ଚିତ ଭାବରେ ବହୁତ୍ ଖୁସି ଦବ। ଓଡ଼ିଶାର ଓଲିଉଡ କୁଇନ କୁହା ଯାଉଥିବା ବର୍ଷା ପ୍ରୟଦର୍ଶିନୀ ନିଜର ବୈବାହିକ ଜୀବନରେ ଏବଂ ସାଂସାରିକ ଜୀବନରେ କିଭଳି ଭାବରେ ଲୋକଙ୍କ ସେବାରେ ସମୟ ଅତିବାହିତ କରନ୍ତି ଏବଂ ଚିତ୍ତ ବିନୋଦନ କରନ୍ତି ଏହା ହେଉଛି ତାର ଭିଡିଓ ଯାହାକୁ ଅନେକ ପ୍ରଶଂସା ମଧ୍ୟ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।