ଘଟଗାଁ ତାରିଣୀ ମା’ ଙ୍କ ଅଲୌକିକତାର କାହାଣୀ ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇଯିବେ…..
ହିନ୍ଦୁ ଧର୍ମ ରେ ଦେବୀ ଦେବତା କୁ ବହୁତ୍ ମାନ୍ୟତା ଦିଆଯାଏ। ଏମିତି ମନାଯାଇ ଥାଏ ଯେ ସବୁ ଦେବୀ ଦେବତା ଙ୍କ ର ଅଲୌକିକ ଶକ୍ତି ରହିଛି ଓ ଅନେକ ଲୋକ ଏହାକୁ ବିଶ୍ୱାସ ମଧ୍ୟ କରି ଥାଆନ୍ତି । ତେବେ ଆଜି ଆମେ ସେମିତି ଏକ ଘଟଣା ବିଷୟ ରେ ଆଲୋଚନା କରିବା। କେଉଁଝର ଜିଲ୍ଲାର ଘଟଙ୍ଗା ଅବସ୍ଥିତ ମା ତାରିଣୀ ଙ୍କ ମନ୍ଦିର ର କିଛି ଏମିତି ଅଲୌକିକ ଘଟଣା ବିଷୟ ରେ ଆଜି ଆମେ ଯାହା ହୁଏତ ଆପଣ ମାନେ ପୂର୍ବରୁ ଜାଣି ନଥିବେ । ମା ଘଟଙ୍ଗା ତାରିଣୀ ଙ୍କ ମହିମା ବଖାଣିବା ସହଜ ନୁହେଁ ।
ଘଟଙ୍ଗା ରେ ମା ତାରିଣୀ ଅନେକ ଦିନ ଧରି ପୂଜା ପାଇ ଆସୁଛନ୍ତି । ଓଡ଼ିଶା ର କୋଣ ଅନୁକୋଣ ରୁ ଭକ୍ତ ମାନେ ଧାଇଁ ଆସି ଥାଆନ୍ତି ମା ଙ୍କ ର ଦର୍ଶନ ପାଇଁ। ତେବେ କୁହାଯାଏ ଯେ ଏଠାକୁ ଆସିଥିବା କୌଣସି ଭକ୍ତ କେବେ ମଧ୍ୟ ଖାଲି ହାତରେ ଫେରି ଯାଆନ୍ତି ନାହିଁ ।
ସମସ୍ତଙ୍କ ମନ କାମନା ଘଟଙ୍ଗା ରାଣୀ ମା ତାରିଣୀ ନିଶ୍ଚୟ ଭାବେ ପୂରଣ କରି ଥାଆନ୍ତି। କୁହାଯାଏ ଯିଏ ଯେତେ ଅସୁବିଧା ରେ ଥାଇ ମଧ୍ୟ ମା କୁ ସ୍ମରଣ କରେ ତେବେ ତାର ସମସ୍ୟା ର ସମାଧାନ ସଙ୍ଗେ ସଙ୍ଗେ ହୋଇଥାଏ।ଯିଏ ଯେଉଁ ମାନସିକ ରଖି ଗୋଟିଏ ନଡିଆ ତାଙ୍କ ପୀଠ କୁ ପଠାଇଛି ତାର ସବୁ ମାନସିକ ପୂରଣ ହୋଇଛି। ତାଙ୍କର ପୂଜା ପାଇଁ ପ୍ରତିଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଙ୍କ ଭିଡ଼ ଏହି ସ୍ଥାନରେ ଦେଖିବାକୁ ମିଳିଥାଏ ।
ତେବେ ଆଜି ଆମେ ମା ଙ୍କ ଆବିର୍ଭାବ ବିଷୟ ରେ ଥିବା ଏକ କିମ୍ବଦନ୍ତୀ ବିଷୟ ରେ ଜାଣିବା । ମା ତାରିଣୀ ଙ୍କ ଆବିର୍ଭାବ ବିଷୟ ରେ ଏକ ଲୋକକଥା ରହିଛି ଯାହା ପୁରାଣ ମାନଙ୍କ ରେ ବର୍ଣ୍ଣିତ ଅଟେ । ତେବେ ଲୋକ କଥା ଅନୁସାରେ ଗୋବିନ୍ଦ ଭଞ୍ଜ ଙ୍କ ରାଜୁତି ସମୟରେ ମା ତାଙ୍କୁ ସ୍ବପ୍ନ ଦେଖଇ ଥିଲେ । ଯେଉଁଥିରେ ମା ତାଙ୍କୁ କହିଥିଲେ ସେ ପୁରୀ ରେ ଅଛନ୍ତି ଆଉ ବର୍ତ୍ତମାନ ସେ ପୁରୀ ରୁ କେଉଁଝର ଆସିବା ପାଇଁ ମନ ବଳାଇ ଅଛନ୍ତି। ସ୍ୱପ୍ନାଦେଶ ପାଇ ଗୋବିନ୍ଦ ଭଞ୍ଜ ପରଦିନ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କଲେ । ସେ ସମୟରେ ପୁରୀ ରେ ଗଜପତି ମହାରାଜା ଙ୍କ ଶାସନ ଚାଲିଥାଏ।
ଗଜପତି ମହାରାଜା ଙ୍କୁ ପୂର୍ବରୁ ଏହି ବିଷୟ ରେ ସ୍ୱପ୍ନାଦେଶ ଥିଲା। ଗୋବିନ୍ଦ ଭଞ୍ଜ ଗଜପତି ଙ୍କ ଠାରୁ ଅନୁମତି ଆଣିଲେ ମା ଙ୍କୁ କେଉଁଝର ଆଣିବା ପାଇଁ। ପୁରୀ ରେ ସେତେବେଳେ ମା ପାତାଳୀ ହୋଇ ଥାଆନ୍ତି । ଗୋବିନ୍ଦ ଭଞ୍ଜ ଙ୍କ ସହିତ ମା ସିଧା ସଳଖ କେଉଁଝର ଆସିଲେ । ଆନନ୍ଦପୁର ଅତିକ୍ରମ କରିବା କ୍ଷଣି ମାଆ ନିଜ ର ଲୀଳା ରଚିଲେ ଆଉ ଗୋବିନ୍ଦ ଭଞ୍ଜ ଙ୍କ ର ଘୋଡ଼ା ଆଉ ଚାଲିଲା ନାହି।ତେଣୁ ସେ ପଛକୁ ବୁଲି ଦେଖିଲେ ପଛକୁ ବୁଲି ଦେଖିବା କ୍ଷଣି ମାଆ ସେହି ସ୍ଥାନରେ ଜଙ୍ଗଲ ଭିତରେ ପାତାଳୀ ହୋଇଥିଲେ।
ସେବେଠାରୁ ମା ସେହି ସ୍ଥାନ ରେ ପୁଜା ପାଉଛନ୍ତି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।