Gharoi upachara- ଥଣ୍ଡା,ଜ୍ୱର,କାଶ,ବନ୍ଦ ନାକ,ଛାତିରେ କଫ କୁ ଦୂର କରିବାର ଚମତ୍କାରି ଘରୋଇ ଉପଚାର |…

ଶୀତ ଦିନ ହେଉ କିମ୍ବା ବର୍ଷା ଦିନ ଏହି ଦିନ ମାନଙ୍କରେ ଛୋଟ ପିଲା କିମ୍ବା ବଡ଼ ଲୋକ ମାନଙ୍କୁ ଥଣ୍ଡା, କାଶ ଓ ଜ୍ୱର ଭଳି ସମସ୍ୟା ଦେଖା ଦେଇଥାଏ। ଏହାକୁ ଭଲ କରିବା ପାଇଁ ଆମେ ଔଷଧର ବ୍ୟବହାର କରିଥାଉ ହେଲେ ଏହା ଦ୍ଵାରା ମଧ୍ୟ ଆମ ଦେହ ସମ୍ପୂର୍ଣ୍ଣ ଭଲ ହୋଇ ନଥାଏ। ବରଂ ମେଡିସିନ ର ସାଇଡ୍ ଇଫେକ୍ଟ ଦ୍ୱାରା ଆମ ଶରୀରରେ ଅନ୍ୟ ରୋଗ ମାଡ଼ି ବସେ। ମୁଁ ଆଜି ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବି ଯାହା ଆପଣଙ୍କ ଶରୀରରେ ଥଣ୍ଡା, କାଶ ,ଜ୍ୱର ଓ କଫ ଭଳି ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଭଲ ହୋଇଯିବ।

ଏହି ଘରୋଇ ଉପଚାର ଟି ସମ୍ପୂର୍ଣ୍ଣ ପ୍ରାକୃତିକ ଅଟେ। ଏହାଦ୍ବାରା ଆପଣଙ୍କ କୌଣସି କ୍ଷତି ହୋଇ ନଥାଏ। ବରଂ ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ତେବେ ଜାଣିବା ଏହି ଘରୋଇ ଉପଚାର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ।

ପ୍ରସ୍ତୁତି –

ଏଥିପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀର ଆବଶ୍ୟକତା ପଡିବ ତାହା ହେଉଛି ଅଦା ଏଠାରେ ଆମେ ୧୦୦ ଗ୍ରାମର ଅଦା ନେଇଛୁ। ତାପରେ ଅଦାକୁ ଗ୍ୟାସରେ ଅଳ୍ପ ସେକି ନିଅନ୍ତୁ ଏହା କରାବା ଦ୍ୱାରା ଏହାର ଉପକାର ଦ୍ୱିଗୁଣିତ ହୋଇଥାଏ। ଯେତେ ପର୍ଯ୍ୟନ୍ତ ଏହାର ଚପା ନ କଳା ପଡ଼ିଛି ସେତେ ପର୍ଯ୍ୟନ୍ତ ଆପଣ ଅଦାକୁ ସେକିବେ।

ତାପରେ ଏହାକୁ ଭଲ ଭାବରେ ଧୋଇ ଦେବେ ଯେମିତି ପୋଡ଼ି ଯାଇଥିବା ଚୋପା ଏଥିରୁ ବାହାରିଯିବ। ଧୋଇ ସାରିବା ପରେ ଏକ ଛୁରୀ ସାହାଯ୍ୟରେ ତାର ସମସ୍ତ ଚୋପା ଛଡ଼ାଇ ଦିଅନ୍ତୁ। ତାପରେ ଏହାକୁ ଛୋଟ ଛୋଟ ପିସ୍ କରି କାଟି ଗ୍ରାଇଣ୍ଡିଂ କରି ତାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ସେଥିରେ ଅପଣ ଏକ ଚାମଚ ଗୋଲମରିଚ, ଡାଲଚିନି, ଲବଙ୍ଗ ଏବଂ ସେଥିରେ କିଛି ପାଣି ଦେଇ ଭଲ ଭାବରେ ଗ୍ରାଇଣ୍ଡିଂ କରନ୍ତୁ।

ତାପରେ ଆପଣ ଗ୍ୟାସରେ ଏକ ପାତ୍ରରେ କରିଥିବା ପେଷ୍ଟକୁ ନିଅନ୍ତୁ, ଆଉ ସେଥିରେ ଏକ ଚାମଚରୁ ଟିକିଏ ଅଧିକ ଗୁଡ଼ ନେଇ ୫ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ। ତାପରେ ସେଥିରେ ଏକ ଚାମଚ ଗୁଜୁରାତି ଗୁଣ୍ଡ ମିଶାନ୍ତୁ। ତାପରେ ଅଧା ଚାମଚର କଳା ଲୁଣ ବ୍ୟବହାର କରିବା। ତାପରେ ସେଥିରେ ଅଧା ଚାମଚ ଲୁଣ, ଅଧା ଚାମଚ ହଳଦୀ, ଏକ ଚାମଚ ଭଜା ଜିରା ଗୁଣ୍ଡ ଦେଇ ଏହି ପେଷ୍ଟକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏହାକୁ ଆପଣ ଷ୍ଟୋର କରି ମଧ୍ୟ ରଖି ପାରିବେ।

ସେବନ କିପରି କରିବେ – ଏହାକୁ ଆପଣ ଦିନରେ କୌଣସି ବି ସମୟରେ ଏକ ଚାମଚ ସେବନ କରି ପାରିବେ। ଯଦି ଛୋଟ ପିଲାଙ୍କୁ ଦେଉଛନ୍ତି ତାହେଲେ ଅଧା ଚାମଚ ଦିଅନ୍ତୁ। ହେଲେ ବଡ଼ ଲୋକ ଏହାକୁ ଏକ ଚାମଚ ସେବନ କରି ପାରିବେ। ହେଲେ ଧ୍ୟାନ ରଖନ୍ତୁ ଏହାକୁ ଖାଇବା ପାରେ ଭୁଲରେ ବି ପାଣିର ସେବନ କରନ୍ତୁ ନାହିଁ।