ଦେଖନ୍ତୁ ଭିଡ଼ିଓ – ଘରେ ନୂଆ ବୋହୂ ପୂଜା କରୁଥିବା ସମୟରେ ହଠାତ ଠାକୁର ଘରୁ ବାହାରିଲା ନାଗସାପ, ଆଉ ତା’ ପରେ….
ସାଧାରଣତଃ ସାପ ର ନାମ ଶୁଣିଲେ ଭୟ ରେ ଦେହ ଥରିବାକୁ ଆରମ୍ଭ କରି ଥାଏ। ପ୍ରାୟତଃ ବର୍ଷା ଦିନେ ସାପ ଆମ ଘର ମାନଙ୍କ ରେ ପଶି ଯାଇ ଥାଏ ଆଉ ଆମେ ଭୟଭୀତ ହୋଇ ଯାଇ ଥାଉ । ଆମ ଭାରତ ରେ ବିଭିନ୍ନ ପ୍ରଜାତି ର ବିଷଧର ସାପ ଦେଖିବାକୁ ମିଳି ଥାଏ ଯେମିତି କି ଆନକୋଣ୍ଡା , କୋବ୍ରା , ନାଗ ସାପ କିନ୍ତୁ ଅନେକ ସାପ ଏମିତି ମଧ୍ୟ ଦେଖିବାକୁ ମିଳେ ଯାହା କୁ ଆମେ ଚିହ୍ନି ପାରି ନଥାଉ।ଆଉ ସେ କେଉଁ ପ୍ରଜାତି ର ସାପ ଜାଣି ପାରି ନଥାଉ।କିନ୍ତୁ ନାଗ ସାପ କୁ ପ୍ରାୟ ଆମେ ସମସ୍ତେ ଚିହ୍ନି ଥାଉ କାରଣ ଏହା ଭଗବାନ ଶିବ ଙ୍କ ର ଅତିପ୍ରିୟ ହୋଇ ଥାଏ ବୋଲି ମନା ଯାଇ ଥାଏ।
ତେବେ ଜଙ୍ଗଲ ଓ ପାହାଡିଆ ନିକଟବର୍ତ୍ତୀ ଅଞ୍ଚଳ ରେ ଦିନକୁ ଦିନ ଲୋକଙ୍କ ମନରେ ସାପକୁ ନେଇ ଭୟ ବଢ଼ିବାରେ ଲାଗିଛି। ମାଟି, କୁଟା, ଚାଳ ଛପର ଘରେ ରହୁଥିବା ଲୋକେ ସବୁବେଳେ ସାପ ଭୟ ରେ ଡରି ଡରି ସେମାନଙ୍କର ଜୀବନ ଅତିବାହିତ କରିଥାନ୍ତି।ସାଧାରଣତଃ ସାପକୁ ପ୍ରାୟତଃ ସମସ୍ତେ ଡରି ଥାଆନ୍ତି।
ସାପ ଯଦି ବଡ଼ ଓ ଅଧିକ ବିଷଧର ହୋଇଥାଏ ତେବେ ତା ପାଖକୁ ଯିବାକୁ ସମସ୍ତେ ଭୟ କରନ୍ତି। କିନ୍ତୁ ଆମ ହିନ୍ଦୁ ଧର୍ମ ରେ ସାପ କୁ ଭଗବାନ ଶିବ ଙ୍କ ର ଏକ ରୂପ ବୋଲି କୁହାଯାଏ ଓ ସାପ କୁ ପୂଜା କରାଯାଇ ଥାଏ । ଅନେକ ଲୋକ ମାନେ ସାପ କୁ କ୍ଷୀର ଦେଇ ପୂଜା କରି ଥାଆନ୍ତି । କିନ୍ତୁ ସାପ ବହୁତ୍ ବିଷଧର ଅଟେ ଓ ସାପ ଠାରୁ ସାବଧାନ ରହିବା ଉଚିତ୍ ।
ନିକଟରେ ଏହି ସାପ ସମ୍ବନ୍ଧୀୟ ଏମିତି ଏକ ଖବର ଭଦ୍ରକ ଜିଲ୍ଲାରୁ ଆସିଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ। ଓଡ଼ିଶା ର ଅର୍ଣପଲ୍ ଅଞ୍ଚଳ ରୁ ଏହି ଘଟଣା ଟି ଆସିଛି।ସାପ ଏଣେତେଣେ ପଶି ଯାଉ ଥିବାରୁ ଲୋକେ ଆତଙ୍କିତ ହୋଇ ସବୁବେଳେ ଚିନ୍ତାରେ ରହୁ ଥିଲେ। ମିଳି ଥିବା ସୂଚନା ଅନୁଯାୟୀ,ଏଠାରେ ଜଣେ ବ୍ୟକ୍ତିଙ୍କ ମାଟି ଘର ଭିତରେ ଏକ ଭୟଙ୍କର ବିଷଧର ଗୋଖର ରହି ଥିଲେ।
ତେଣୁ ଘର ଲୋକ ମାନେ ଭୟଭୀତ ହୋଇ ସ୍ନେକ ହେଲ୍ପଲାଇନ କୁ ଜଣାଇ ଥିଲେ।ଏହା ପରେ ସ୍ନେକ ହେଲ୍ପ ଲାଇନ ରୁ ସଦସ୍ୟ ମାନେ ଆସି ଦେଖି ଥିଲେ କି ସେଠାରେ ଗୋଖର ସାପ ଥିଲେ।ଗୋଖର ସାପ ପରି ଭୟଙ୍କର ସାପ ସେଠାରେ ଥିଲା ଯାହା କୁ ଧରିବା ଖୁବ୍ କଷ୍ଟକର ଥିଲା।ସେହି ସ୍ନେକ ହେଲ୍ପ ଲାଇନ ର ସଦସ୍ୟ ମାନେ ଅତି ଚତୁରତାର ସହିତ ସାପ କୁ ଧରି ଥିଲେ ଓ ତାଙ୍କ ଡବାରେ ପୁରାଇ ଥିଲେ।
ସେହି ସ୍ନେକ ହେଲ୍ପଳାଇନ ର ସଦସ୍ୟ ମାନେ କହିଥିଲେ କି ସାପ ମାନଙ୍କୁ ଏମିତି ମାରିବା ଉଚିତ ନୁହେଁ।ମଣିଷ ସେମାନଙ୍କ ବାସ ସ୍ଥାନକୁ ନଷ୍ଟ କରୁଛି ବୋଲି ସେମାନେ ବାସହରା ହୋଇ ଘରେ ପ୍ରବେଶ କରୁଛନ୍ତି। ତେଣୁ ଯେତେବେଳେ ବି ଘରେ ସାପ ବାହାରୁଛି ତାକୁ ନମାରି ସ୍ନେକ ହେଲ୍ପଳାଇନ କୁ ଜଣାନ୍ତୁ।ଏହି ପରି ଦୀର୍ଘ ୨ ଘଣ୍ଟା ପରେ ସେମାନେ ସାପ କୁ ଧରି ନେଇ ଯାଇ ଥିଲେ ଓ ନିକଟସ୍ଥ ଜଙ୍ଗଲ ରେ ଛାଡ଼ି ଦେଇ ଥିଲେ।ଏହା ପରେ ସେଠାକାର ଲୋକ ମାନେ ଟିକେ ନିଶ୍ଚିନ୍ତ ହୋଇ ଥିଲେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।