ଦେଖନ୍ତୁ ଭିଡ଼ିଓ – ଘର ପଛ ପଟେ ନୂଆ ବାହା ହୋଇଥିବା ବୋହୂ ସହିତ ପ୍ରେମିକର ଚାଲିଥିଲା ରାସଲୀଳା, ସମ୍ପର୍କୀୟ ଲୋକ ଭିଡ଼ିଓ କରି ସୋସିଆଲ ମିଡିଆରେ କରିଦେଲା ଭାଇରାଲ…
ପୁଣି ସାମ୍ନାକୁ ଆସିଲା ଆଉ ଏକ ନିନ୍ଦନୀୟ ଘଟଣା। ବାରମ୍ବାର ଏଭଳି ଘଟଣା ଆଜିର ସମାଜରେ ଘଟି ଚାଲିଛି ଯେଉଁ ଘଟଣା ପ୍ରତି ଟିକେ ହେଲେ ବି ଭ୍ରୁକ୍ଷେପ କରୁ ନାହାନ୍ତି ଏଭଳି କାମ କରୁଥିବା ଲୋକେ।ସେହିପରି ଏଠାରେ ଆମେ ଆପଣଙ୍କୁ କହିବାକୁ ଯାଉଥିବା ଘଟଣାରେ ମଧ୍ୟ ପରକୀୟା ପ୍ରୀତି ପଡ଼ିଲା ମହଙ୍ଗା।ଆଉ ନିଜକୁ ସମାଜ ଆଗରେ ଲଜ୍ଜିତ ଓ ଅପମାନିତ ହେବାକୁ ପଡିଲା। ପରକୀୟା ପ୍ରୀତି ଏବଂ ଅନୈତିକ ସମ୍ପର୍କ ସ୍ଥାପନ ପରେ ଶେଷ ପରିଣତି ଯେଉଁଭଳି ହୋଇଥାଏ ସବୁ ଘଟଣା ରେ, ସେହିପରି ଏଠାରେ ମଧ୍ୟ ଏକ ଘଟଣାରେ ସମାନ ସ୍ଥିତି ଦେଖିବାକୁ ମିଳିଛି।ଏଠାରେ ବିବାହିତା ମହିଳାଙ୍କୁ ପରକୀୟା ପ୍ରୀତି ପଡ଼ିଲା ମହଙ୍ଗା।
ଫଳ ସ୍ୱରୂପ ଗ୍ରାମବାସୀ ଓ ମହିଳାଙ୍କ ପରିବାରଠୁ ନିସ୍ତୁକ ମାଡ ଖାଇଲେ ଯୁବକ ଓ ବିବାହିତ ମହିଳା ଜଣଙ୍କ। ବିବାହିତ ମହିଳାଙ୍କୁ ଦାଣ୍ଡରେ ବୁଲାଇଲେ ଲୋକେ। ତେବେ ଆପଣଙ୍କୁ କହି ରଖୁଛୁ ଯେ ଏଭଳି ଏକ ଅପ୍ରୀତିକର ଘଟଣା ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଟାପଢୋଲ ଗ୍ରାମରେ ଦେଖିବାକୁ ମିଳିଛି।ଏଠାରେ ଟାପଢୋଲ ଗ୍ରାମର ମହିଳା ଜଣକ ବିବାହିତା ଓ ତାଙ୍କର ୪ ବର୍ଷର ଛୋଟ ପିଲା ଟିଏ ଅଛି । ପରିବାର ପ୍ରତିପୋଷଣ ପାଇଁ ଘରଠାରୁ ଦୂରରେ ରହି ଚାକିରି କରନ୍ତି ସ୍ୱାମୀ। ହେଲେ ମିସ୍ କଲ୍ ରୁ ଜଣେ ଯୁବକଙ୍କ ସହିତ ମହିଳା ଜଣଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା।ଆଉ ଏହାପରେ ମହିଳା ଜଣଙ୍କ ଉକ୍ତ ଯୁବକଙ୍କ ସହ କଥାବାର୍ତ୍ତା ଫୋନ୍ ଯୋଗେ କରୁଥିଲେ।
ତେବେ ଏହି ଯୁବକ ଜଣଙ୍କ ଘର ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଉରୁକୁଳା ଗ୍ରାମରେ ।ସୂଚନା ଅନୁସାୟୀ ବିବାହିତ ମହିଳାଙ୍କ ଘରକୁ ଯୁବକ ଜଣଙ୍କ ରାତି ସମୟରେ ଆସିଥିଲେ ଏବଂ ଉଭୟ ଅନୈତିକ କାର୍ଯ୍ୟ କରୁଥିବା ବେଳେ ଏହା ଶ୍ବଶୁରଙ୍କ ନଜରରେ ପଡିଥିଲା। ଏହା ପରେ ଶ୍ବଶୁର ପ୍ରଥମେ ଦୁଇଜଣଙ୍କୁ ଘର ଭିତରେ ତାଲା ପକାଇ ଦେଇଥିଲେ। ଏହାପରେ ଘରର ଅନ୍ୟ ସଦସ୍ୟ ମାନଙ୍କୁ ଡାକିଥିଲେ। ଏହାପରେ ମହିଳାଙ୍କ ଶ୍ବଶୁର ଯୁବକକୁ ଉତ୍ତମ ମଧ୍ୟମ ଦେଇଥିବା ବେଳେ ଏଥିରୁ ବାଦ ପଡି ନଥିଲେ ବୋହୂ। ତାଙ୍କୁ ମଧ୍ୟ ମାଡ଼ ମରା ଯାଇଥିଲା।ଆଉ ଏହିଭଳି ଘଟଣା ପ୍ରଘଟ ହେବା ପରେ ଗାଁ ମଝିରେ ଉଭୟଙ୍କୁ ଅପମାନ ହେବାକୁ ମଧ୍ୟ ପଡିଥିଲା।
ଏହାପରେ ପୋଲିସ୍ କୁ ସୂଚନା ନଦେଇ ରାସ୍ତା ମଝିରେ ବିବାହିତ ମହିଳାଙ୍କୁ ଗାଁ ରାସ୍ତାରେ ଚଲାଇ ଚଲାଇ ନେଇଥିଲେ ଉଭୟ ବାପ ଘର ଏବଂ ଶ୍ବଶୁର ଘର ଲୋକ।ତେବେ ଏନେଇ ଦୁଇ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ବେଳେ ଉଭୟଙ୍କ ପରିବାର ମିଶି ସେମାନଙ୍କୁ ସେଠାରେ ବିବାହ କରି ଦେଇଥିବା ସୂଚନା ମିଳିଛି।ଆଉ ଏହି ଘଟଣା ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।