ସରକାରଙ୍କ ବଡ ପଦକ୍ଷେପ !ଘରେ ବସି କରନ୍ତୁ ରେସନକାର୍ଡ , ଆଉ କାଟିବାକୁ ପଡିବ ନାହିଁ ସରକାରୀ ଦପ୍ତର ଚକ୍କର , ଖବର ଟି ନିଶ୍ଚିତ ପଢନ୍ତୁ ଏବଂ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

ଘରେ ବସି କରନ୍ତୁ ରେସନକାର୍ଡ , ଆଉ କାଟିବାକୁ ପଡିବ ନାହିଁ ସରକାରୀ ଦପ୍ତର ଚକ୍କର । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅର୍ଥାତ ଗରିବି ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଦେବାକୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ । ଏହି ଯୋଜନାରେ ପାଖାପାଖି 80 କୋଟି ଲୋକଙ୍କୁ ସାମିଲ କରିବାକୁ ଥିଲା ଯଓଜନା , କିନ୍ତୁ ପ୍ରଧାନ ମନ୍ତ୍ରୀ ଙ୍କ ର ଏହି ଯୋଜନାର ଲାଭ କେବଳ ସେହି ମାନେ ଲାଭ ଉଠାଇ ପାରିଲେ ଯେଉଁ ମାନଙ୍କ ପାଖରେ ରେସନକାର୍ଡ ଥିଲା ।

ତେବେ ଆପଣ ଯଦି ସରକାର ଙ୍କ ର ଏହି ଘୋଷଣା ଅନୁସାରେ ଲାଭ ପାଇବାକୁ ଇଚ୍ଛା ରଖିଛନ୍ତି , ତାହେଲେ ଆପଣଙ୍କୁ ପ୍ରଥମେ ନିଜର ରେସନକାର୍ଡ ବନେଇବାକୁ ପଡିବ । କିନ୍ତୁ ଏହି ରୋସନକାର୍ଡ କରିବାକୁ ଏଣିକି ଆପଣଙ୍କୁ ଆଉ ସରକାରର ଦପ୍ତର ଚକ୍କର କାଟିବାକୁ ପଡିବ ନାହିଁ ।

କାରଣ ବର୍ତ୍ତମାନ ସମୟରେ ଅନଲାଇନ୍ ରେ ଆପଣ ବି ଚାହିଁଲେ ପ୍ରସ୍ତୁତ କରିପାରିବେ ରେସନକାର୍ଡ । ଆମେ ଏଠାରେ କହି ରଖୁଛୁ ଯେ ରେସନକାର୍ଡ 2 ପ୍ରକାର ତିଆରି କରାଯାଇଛି । ଦାରିଦ୍ର ସୀମାରେଖା ତଳେ ଥିବା ଲୋକମାନେ BPL ରେସନକାର୍ଡ କରିପାରୁଥିବା ବେଳେ ଗରିବି ସୀମାରେଖା ଉପରେ ଥିବା ଲୋକମାନେ APL କାର୍ଡ ପ୍ରସ୍ତୁତ କରୁଛନ୍ତି ।

ଜାଣନ୍ତୁ କେଉଁମାନେ ରେସନକାର୍ଡ କରିପାରିବେ ଆବେଦନ –

 

ଯଦି ଆପଣଙ୍କ ବୟସ 18 ବର୍ଷରୁ ଅଧିକ ହୋଇଥିବ ଏବଂ ଆପଣ ଭାରତୀୟ ହୋଇଥିବେ ତେବେ ଆପଣ ରେସନକାର୍ଡ ଲାଗି ଆପ୍ଲାଏ କରିପାରିବେ ।
ଆପଣଙ୍କ ପାଖରେ କେବଳ ଗୋଟିଏ ରାଜ୍ୟର ରେସନକାର୍ଡ ଥିବା ଦରକାର । ଏହି କାର୍ଡରେ ପରିବାରର ମୁଖ୍ୟାଙ୍କ ସମେତ ଅନ୍ୟ ସଦସ୍ୟାଙ୍କ ନାଁ ରହିପାରିବ ।

ଅନଲାଇନ୍ ରେ କେମିତି କରିବେ ଆବେଦନ –

ପୂର୍ବରୁ ଖଣ୍ଡିଏ ରେସନକାର୍ଡ ଲାଗି ଆପଣଙ୍କୁ ସରକାରୀ ଅଫିସ୍ ଦୋଡିଦୋଡି ନୟାନ୍ତ ହେବାକୁ ପଡୁଥିଲା , କିନ୍ତୁ ଏବେ ସରକାରୀ ଅଫିସ୍ ନୁହେଁ ବରଂ ଘରେ ବସି ଅନଲାଇନ୍ ଜରିଆରେ ରେସନକାର୍ଡ କରିପାରିବେ ବୋଲି ଜଣା ଯାଇଛି । ଯଦି ଆପଣ ଘରେ ବସି ରେସନକାର୍ଡ କରିବାକୁ ଇଚ୍ଛା ରଖିଛନ୍ତି ତାହେଲେ ରାଜ୍ୟର ଯୋଗାଣ ବା ଫୁଡ୍ ପୋଟ୍ରାଲକୁ ଯାଇ ଅନଲାଇନ୍ ରେ କାର୍ଡ ଲାଗି ଆପ୍ଲାଏ କରିପାରିବେ ବୋଲି ସୂଚନା ରହିଛି ।

ଯେଉଁ ରାଜ୍ୟର ଅଧିବାସୀ ହୋଇଥିବେ ସେହି ରାଜ୍ୟର ଫୁଡ୍ ପୋଟ୍ରାଲରେ ଆବେଦନ ଫର୍ମ ଡାଉନଲୋଡ କରିପାରିବେ ବୋଲି ସୂଚନା ମିଳିଛି । ରେସନକାର୍ଡ ତିଆରି କରିବାକୁ ହେଲେ , ପ୍ରଥମେ ଆଧାରକାର୍ଡ, ଭୋଟରକାର୍ଡ, ଡ୍ରାଇଭିଂଲାଇସେନ୍ସ କିମ୍ବା କୌଣସି ପରିଚୟ ପତ୍ର ଦେବାକୁ ପଡିବ ।

ଆବେଦନ କରିବା ପରେ ଆପଣଙ୍କୁ 5-45 ଟଙ୍କା ପର୍ଯ୍ୟନ୍ତ ଜମା କରିବାକୁ ପଡିବ । ଫର୍ମ ଦାଖଲ କରିବା ପରେ ଫିଲ୍ଡ ଭିଜିଟ୍ କରାଯାଇଥାଏ । ତେବେ ପ୍ରକୃତରେ ଏହି ଆବେଦନକାରୀଙ୍କ ସଂପର୍କରେ ସମସ୍ତ ତଥ୍ୟ ଅନୁସନ୍ଧାନ କରି 30 ଦିନ ମଧ୍ୟରେ ରି୍ପୋର୍ଟ ପ୍ରସ୍ତୁତ ହୋଇଥାଏ ।

ଆଉ ଏହି ପ୍ରକ୍ରିୟା ସମାପ୍ତ ପରେ ଆପଣଙ୍କୁ ସରକାରଙ୍କ ଯୋଜନା ଅନୁସାରେ ମିଳିଥାଏ ରେସନକାର୍ଡ । ମୋଟ ଉପରେ କହିବାକୁ ଗଲେ ଏବେ ବି ଅନେକ ଯୋଗ୍ୟ ହିତାଧିକାରୀ ସରକାରଙ୍କ ଯୋଜନାରୁ ବଞ୍ଚିତ ହେଉଛନ୍ତି , ତେଣୁ ଆପଣ ଏହି ଉପାୟରେ ନିଜର ରେସନକାର୍ଡ ପ୍ରସ୍ତୁତ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।