ଉପଭୋକ୍ତାଙ୍କୁ ଝଟ୍‌କା ! ବଜେଟ୍ ପରେ ପୁଣି ବଢ଼ିଲା ଏଲପିଜି ସିଲିଣ୍ଡର ଦାମ୍, ରୋଷେଇ ଘରେ ମହଙ୍ଗା ମାଡ଼ ! ଏହା ପାଇଁ ପ୍ରକୃତ ଦାୟୀ କିଏ ? କମେଣ୍ଟ କରି ଜଣାନ୍ତୁ କାରଣ ଏବେ ଆପଣଙ୍କ ମତ ଆବଶ୍ୟକ…

ଉପଭୋକ୍ତାଙ୍କୁ ଶକ୍ତ ଝଟ୍‌କା, ବଜେଟ୍ ପରେ ପୁଣି ବଢ଼ିଲା ଏଲପିଜି ସିଲିଣ୍ଡର ଦାମ୍ । ତେବେ ବର୍ତ୍ତମାନ ସମୟରେ କରୋନା ମହାମାରୀ ମାଡରେ ସାରା ବିଶ୍ବର ଅର୍ଥନୀତି ଧରାଶାୟୀ ହୋଇଥିବା ବେଳେ 130 କୋଟିରୁ ଅଧିକ ବିଶାଳ ଜନ ସଂଖ୍ୟା ବିଶିଷ୍ଠ ଭାରତ ରେ ସ୍ଥିତି ଅତି ସଂଗୀନ ରହିଛି । ଅର୍ଥନୀତିକୁ ଏଭଳି ଦୁଃସ୍ଥିତିକୁ ମୁକୁଳେଇବା ଲାଗି ଯାଦୁକାରୀ ସ୍ପର୍ଶରେ ଆବଶ୍ୟକତା ଥିବା କୁହା ଯାଉଛି । କିନ୍ତୁ ପୁଣି ଥରେ LPG ସିଲିଣ୍ଡର ବୃଦ୍ଧି ନିଶ୍ଚିତ ଭାବରେ ଗରିବ ତଥା ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ଗୋଟିଏ ବଡ ବିପଦ ତଥା ସଂକଟ କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଚାଲନ୍ତୁ ଜାଣିବା କଣ ରହିଛି ସଂମ୍ପୂର୍ଣ୍ଣ ଅପଡେଟ୍ ବିଷୟରେ ।

ରୋଷେଇ ଘରେ ମହଙ୍ଗା ମାଡ଼, ପୁଣି ଥରେ ବୃଦ୍ଧି ପାଇଲା ଘରୋଇ ଗ୍ୟାସ LPG ଦାମ୍ । ତେବେ ଆମ ଦେଶର ସବୁଠାରୁ ବଡ଼ ତୈଳ କମ୍ପାନୀ ଇଣ୍ଡିଆନ୍‌ ଅଏଲ କର୍ପୋରେସନ ଲିମିଟେଡ୍‌ ଏଲ୍‌ପିଜି ବିତରଣ କମ୍ପାନୀ ଏହି ଦାମ୍‌ ବୃଦ୍ଧି କରିଛି ।

ସିଲିଣ୍ଡର ପିଛା 25 ଟଙ୍କା ବୃଦ୍ଧି ପାଇଛି ,ହେଲେ ବାଣିଜ୍ୟିକ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ରେ 6ଟଙ୍କା ହ୍ରାସ ପାଇଛି । ଏହାପୂର୍ବରୁ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ (19 କିଲୋଗ୍ରାମ) ବୃଦ୍ଧି 190 ଟଙ୍କା ବୃଦ୍ଧି ପାଇଥିଲା ଏବଂ ଆଜି ପେଟ୍ରୋଲ, ଡିଜେଲ ଦାମରେ ମଧ୍ୟ ବୃଦ୍ଧି ଘଟିଛି । ଏଲପିଜି ସିଲିଣ୍ଡର ପିଛା 25 ଟଙ୍କା ବୃଦ୍ଧି ପାଇବା ଫଳରେ ଏବେ ଦିଲ୍ଲୀ ସିଲିଣ୍ଡର ମୂଲ୍ୟ 719 ଟଙ୍କା ହୋଇଛି ।

ଉପଭୋକ୍ତାଙ୍କୁ 14 କିଲୋ ଓଜନର ଅଣ ସବସିଡି ଯୁକ୍ତ ଘରୋଇ ଗ୍ୟାସ୍ ସିଲିଣ୍ଡର ପାଇଁ ଅଧିକ ଟଙ୍କା ଦେବାକୁ ପଡିବ। ଦର ବୃଦ୍ଧି ପରେ ଦିଲ୍ଲୀରେ 14 ଲିଟର ବିଶିଷ୍ଟ ସବସିଡିଯୁକ୍ତ ରୋଷେଇ ଗ୍ୟାସ ସିଲିଣ୍ଡର ଦାମ 719 ଟଙ୍କା ହୋଇଛି । ସେହିପରି କୋଲକାତାରେ 745.50 ଟଙ୍କା, ମୁମ୍ବାଇରେ 710 ଟଙ୍କା ଏବଂ ଚେନ୍ନାଇରେ 735 ଟଙ୍କାରେ ପହଞ୍ଚିଛି । ତେବେ ଏହି ସିଲିଣ୍ଡରର ଦାମ୍‌ ଜାନୁଆରୀରେ 694ଟଙ୍କା ଥିଲା ।

କିନ୍ତୁ ଏହାର ଏବେ ଦାମ୍ ରେ ବୃଦ୍ଧି ଘଟିଛି ଏବଂ ଏହି ନୂତନ ହାର ଫେବୃଆରୀ 4ରୁ ଲାଗୁ ହେବ । ଡିସେମ୍ବରରେ IOC ଘରୋଇ LPG ର ମୂଲ୍ୟ ଦୁଇଥର ବୃଦ୍ଧି କରିଥିଲା । ଡିସେମ୍ବର 2ରେ କମ୍ପାନୀ 50 ଟଙ୍କା ବୃଦ୍ଧି କରିଥିବା ବେଳେ ଡିସେମ୍ବର 15ରେ ପୁଣି 50 ଟଙ୍କା ବୃଦ୍ଧି କରାଯାଇଥିଲା ।

ସୂଚନାଯୋଗ୍ୟ, 2021ରେ ତୈଳ କମ୍ପାନୀମାନେ ଆଶ୍ୱସ୍ତିକର ଖବର ଦେଇଥିଲେ । ଗ୍ୟାସ୍‌ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ କରାଯାଇନଥିଲା। କେବଳ ବାଣିଜିକ୍ୟ ସିଲିଣ୍ଡର ଦାମ୍‌ 19କିଲୋଗ୍ରାମ ପ୍ରତି 17ଟଙ୍କା ବୃଦ୍ଧି କରାଯାଇଥିଲା । ସେପଟେ ଲଗାତାର 7ଦିନ ସ୍ଥିର ରହିବା ପରେ ଆଜି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି ।

ଦିଲ୍ଲୀରେ ପେଟ୍ରୋଲ ଦର 35 ପଇସା ବୃଦ୍ଧି ପାଇଁ ଲିଟର ପିଛା 86 ଟଙ୍କା 65 ପଇସା ହୋଇଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା 34 ପଇସା ବୃଦ୍ଧି ପାଇ 93.20 ଟଙ୍କା ଏବଂ କୋଲକାତାରେ ଏହା 32 ପଇସା ବୃଦ୍ଧି ପାଇ ଲିଟର ପିଛା 88,01 ଟଙ୍କା ହୋଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।