ଗ୍ୟାସ୍, ଏସ୍ଡ଼ିଟି, ବାରମ୍ବାର ପାଡିବା, ପେଟ ଫୁଲିବା ଏବଂ କୋଷ୍ଠକାଠିନ୍ୟ ୫ ମିନିଟରେ ଠିକ ହୋଇଯିବ [ Constipation ]

ଆମେ ଜାଣିଛୁ କି ଆମର ଶରୀରରେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଗୁଡ଼ିକ ସବୁବେଳେ ଦେଖା ଯାଇଥାଏ। ତେବେ ଆମେ ଜାଣିଛୁ କି ଆମ ଶରୀରରେ ଯଦି କଷ୍ଟ ଅନୁଭବ ହୋଇଥାଏ ତାହେଲେ ଆମକୁ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖିବା ପାଇଁ ମିଳିଥାଏ। ଗ୍ୟାସ୍, ଏସିଡିଟି, କଷ୍ଟ କାଠିନ୍ୟ, ପେଟ ଫୁଲିବା ଭଳି ସମସ୍ୟା ଆଜିକାଲି ଲୋକଙ୍କ ପାଖରେ ବିଶେଷ ଭାବରେ ସବୁବେଳେ ଦେଖିବାକୁ ମିଳିଥାଏ।

ବିଶେଷକରି ସକାଳୁ ପେଟ ସଫା ନ ହେବା କିମ୍ବା ଭଲ ଭାବରେ ଝାଡ଼ା ନ ହେବା ଭଳି ସମସ୍ୟା ପ୍ରାୟ ଅଧିକାଂଶ ଲୋକଙ୍କ ପାଖରେ ଦେଖିବାକୁ ମିଳିଥାଏ। ଆଉ ଯଦି ଏପରି ସମସ୍ୟା ସବୁଦିନ ଲାଗି ରହିଥାଏ ତେବେ ଆପଣଙ୍କୁ ଅନେକ ପ୍ରକାରର ରୋଗ ହେବାର ସମ୍ଭାବନା ରହିଥାଏ।

ପେଟ ଜନିତ ସମସ୍ୟା ଆପଣଙ୍କର କେବେବି କମି ନଥାଏ ।ତାହା ସହିତ ଆପଣଙ୍କର ଏହି ସମସ୍ୟା ବହୁତ ଦିନ ଧରି ଲାଗି ରହିଥିଲେ ଅର୍ଶ ପରି ବଡ଼ ରୋଗ ଦେଖାଯାଏ। ତେବେ ସେହିଭଳି ସମସ୍ୟା ରୁ ଆମେମାନେ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାରର ଉପାୟ ମାନ ମଧ୍ୟ ଆପଣେଇ ଥାଉ। ଆଉ ଡାକ୍ତରଙ୍କର ପରାମର୍ଶ ମଧ୍ୟ ଲୋଡ଼ିଥାଉ। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଚମତ୍କାରୀ ଘରୋଇ ଉପଚାର ବିଷୟରେ ଜଣାଇବୁ ଯାହା ଆପଣ ସେ ସବୁକୁ ଦୂର କରି ପାରିବେ।

ଆବଶ୍ୟକୀୟ ଉପକରଣ –

 

ଜିରା, ଡାଲଚିନି, ଲେମ୍ବୁ, କଳା ଲୁଣ

ପ୍ରସ୍ତୁତି ପ୍ରଣାଳୀ –

ତେବେ ଏହି ଘରେଇ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ହେଲେ ଆମକୁ ପ୍ରଥମେ ଗୋଟିଏ କଢେଇରେ ଗୋଟିଏ ଗ୍ଲାସ ପାଣି ନେବା । ଆଉ ତାହା ପରେ ସେହି ପାଣି କୁ ଗରମ କରିବା । ତାହା ପରେ ଆମେ ଗୋଟିଏ ଚାମଚ ଜିରା ନେଇ ପକାଇବା ସେହି କଢେଇରେ ଆଉ ତାହା ପରେ ଗୋଟିଏ ଡାଲଚିନି ଖଣ୍ଡ କୁ ମଧ୍ୟ ପକାଇବା ।

ଆଉ ତାହାକୁ ଲୋ ଫ୍ରେମ ରେ 5 ମିନିଟ ପର୍ଯ୍ୟନ୍ତ ଫୁଟାଇବା । ଆଉ ତାହା ଭଲ ଭାବରେ ଫୁଟି ସାରିବା ପରେ ପ୍ରସ୍ତୁତ ହୋଇଥିବା ସେହି ପାଣି କୁ ଭଲ ଭାବରେ ଛାଣି ଦେବା ।ଆଉ ତାହା ପରେ ସେହି ପାଣି ରେ ଫାଳେ ଲେମ୍ବୁ ରସ ଦେବା ।

କାରଣ ଲେମ୍ବୁ ମଧ୍ୟ କିଛି ପରିମାଣରେ ଗ୍ୟାସ ସମସ୍ୟା କୁ ଦୂର କରିବାରେ ସାହାଯ୍ୟ କରିଥାଏ । ଆଉ ତାହା ପରେ ଗୋଟିଏ ଚାମଚ କଳା ଲୁଣ ମଧ୍ୟ ସେଥିରେ ମିକ୍ସ କରେଇବା ।ଆଉ ତାହା କୁ ଆମେ ଭଲ ଭାବରେ ମିଶାଇ ଦେବା । ଏବେ ଆମ ଘରୋଇ ଉପଚାର ଟି ପ୍ରସ୍ତୁତ ହୋଇଗଲା ।

ବ୍ୟବହାର :-

ଏହି ଘରେଇ ଉପଚାର କୁ ଆମେ ମାନେ ସକାଳେ ଓ ସଂଧ୍ୟରେ ଦୁଇଥର ବ୍ୟବହାର କରି ପାରିବା ଓ ଏହିଭଳି ଗୋଟିଏ ମାସ ବ୍ୟବହାର କରିଲେ ତାହାର ଉପକାରିତା ଆପଣ ମାନେ ନିଜେ ଜାଣିପାରିବେ ।ତେବେ ଏହି ଘରୋଇ ଉପଚାର କୁ ପ୍ରୟୋଗ କରିବା ଦ୍ୱାରା ଆପଣ ଆପଣଙ୍କ ଏସିଡିଟି, କଷ୍ଟ କାଠିନ୍ୟ, ପେଟ ଫୁଲିବା ଭଳି ସମସ୍ୟା କୁ ଦୂର କରି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।