(ଗ୍ୟାସ, ଏସିଡିଟି, କବଜ) ସମସ୍ତ ପ୍ରକାର ପେଟରୋଗ ମାତ୍ର ୧୦ ଦିନରେ ମୂଳରୁ ଶେଷ ହେବ
ଆଜିର ଦୁନିଆରେ ଆମେ ଆମର ବେପାରୁଆ ଜୀବନ ଶୈଳୀ କାରଣରୁ ଅନେକ ପ୍ରକାର ସ୍ଵାସ୍ଥ୍ୟଗତ ସମସ୍ୟା କୁ ସାମ୍ନା କରୁଛୁ। ତାହା ଆମ ଜୀବନକୁ ଅନେକ ମାତ୍ରାରେ କ୍ଷତି ଗ୍ରସ୍ଥ ମଧ୍ୟ କରୁଛି। ତେବେ ଖାଦ୍ୟ ସଠିକ ସମୟରେ ନଖାଇବା, ଜଙ୍କ ଫୁଡ ଅଧିକ ଖାଇବା, ଅଧିକ ମସଲା ଯୁକ୍ତ ଖାଦ୍ୟର ସେବନ କରିବା ଆଦି କାରଣରୁ ଆମେ ଖାଉଥିବା ଖାଦ୍ୟ ସଠିକ ଭାବରେ ହଜମ ହୋଇ ନ ଥାଏ ଏବଂ ଏହାର କାରଣରୁ ପେଟରେ ଗ୍ୟାସ ଜନିତ ସମସ୍ୟା, ବଦହଜମି ହେବା, ଆମ୍ବିଳା ହେକୁଟି ହେବା, ଛାତି ଜ୍ଵଳନ ଭଳି ଇତ୍ୟାଦି ରୋଗ ସବୁ ହୋଇଥାଏ।ତେବେ ସେ ସବୁ ମଧ୍ୟରେଏସିଡିଟି ଏଭଳି ଏକ ସମସ୍ୟା ଯାହାଠୁ ରକ୍ଷା ପାଇବା ବହୁତ କଷ୍ଟ ଅଟେ।
ଗ୍ୟାସ, ଏସିଡିଟି, ପେଟ ଫୁଲିବା ଏମିତି ପ୍ରକାରର ସମସ୍ୟା ଆଜିକାଲି ସମସ୍ତଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । ଏହାର କାରଣ ଅନେକ ପ୍ରକାରର ହୋଇଥାଏ । ଖାଦ୍ୟପେୟର ଅନିୟମିତତା କାରଣରୁ ଗ୍ୟାସ ଏବଂ ଏସିଡିଟି ଭଳି ସମସ୍ୟା ଉତ୍ପନ୍ନ ହୋଇଥାଏ ।
ଏହାଛଡା ଯେଉଁମାନଙ୍କର ସର୍ଜରୀ ହୋଇଥାଏ ସେମାନଙ୍କୁ ଏସିଡିଟି ବା ଗ୍ୟାସ ଭଳି ସମସ୍ୟା ଭୋଗିବାକୁ ପଡିଥାଏ । ଏହି ସମସ୍ୟା ହେବା ଦ୍ବାରା ଆପଣଙ୍କର ଖାଇବା ପିଇବାରେ ବହୁତ କିଛି ପରିବର୍ତ୍ତନ ହୋଇଯାଏ ।ଖାଇବାକୁ ଭଲ ଲାଗିନଥାଏ କିମ୍ବା ଯାହା ବି କାଇଲେ ତାହା ଗ୍ୟାସରେ ପରିଣତ ହୋଇଯାଏ । ଆଜି ଆମେ ଆପମଙ୍କୁ ଏମିତି କିଛି ଘରୋଇ ଉପଚାର ପ୍ରସ୍ତୁତ କରିବାର ବିଦ୍ଧି ବିଷୟରେ ଜଣାଇବୁ ଯାହା ଦ୍ବାରା ଆପଣଙ୍କର ଏହି ସମସ୍ତ ସମସ୍ୟା ଦୂର ହୋଇଯିବ ।
ଆବଶ୍ୟକୀୟ ଉପକରଣ :-
ହରିଡ଼ା,ଜୁଆଣି,ପାନ ମହୁରି
ପ୍ରସ୍ତୁତି ପ୍ରଣାଳୀ :-
ଏହି ଘରେଇ ଉପଚାର ଟି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ 4 ଟି ହରିଡ଼ା କୁ ନେଇ ଚେଁଛି ଗୁଣ୍ଡ କରିଦିୟନ୍ତୁ | ତାପରେ ସେଥିରେ ଏକ ଚାମଚ ଜୁଆଣି ନିୟନ୍ତୁ ଓ ତାପରେ ସେଥିରେ ଏକ ଚାମଚ ପାନ ମହୁରି ସ୍ୱାଦ ଅନୁସାରେ କଳା ଲୁଣ ନିୟନ୍ତୁ |
ତାପରେ ଏକ ଲୁହା କଢେଇ କୁ ଗ୍ୟାସ ରେ ବସାନ୍ତୁ ଓ ସେଥିରେ ହରିଡ଼ା ଗୁଣ୍ଡ ଏକ ଚାମଚ ଜୁଆଣି ଓ ଏକ ଚାମଚ ପାନ ମହୁରୀ ଦେଇ ଏହାକୁ ଭଲ ଭାବରେ ଭାଜି ଆଣନ୍ତୁ | ତାପରେ ଏହାକୁ କିଛି ସମୟ ପାଇଁ ଥଣ୍ଡା ହେବା ପାଇଁ ଛାଡି ଦିୟନ୍ତୁ | ଏବେ ଆପଣ ଏହାକୁ ଗ୍ରାଇଣ୍ଡିଙ୍ଗ କରି ଏହାର ପାଉଡର ପ୍ରସ୍ତୁତ କରନ୍ତୁ |
ସେବନ ପ୍ରଣାଳୀ :-
ଆପଣ ପ୍ରସ୍ତୁତ କରିଥିବା ଉପଚାର ଟି କୁ ଆପଣ ଏକ ଗ୍ଲାସ ଉଷୁମ ପାଣି ରେ ଅଧା ଚାମଚ ଆପଣ ପ୍ରସ୍ତୁତ କରିଥିବା ଗୁଣ୍ଡ କୁ ଭଲ ଭାବରେ ମିକ୍ସ କରି ଏହାକୁ ସକାଳେ ଖାଲି ପେଟରେ ନହଲେ ଖାଇବା ପରେ ସେବନ କରନ୍ତୁ | ଦେଖିବେ ଆପଣଙ୍କର ପେଟ ସଫା ହେବା ସହିତ, ଗ୍ୟାସ, ଏସିଡ଼ିଟି, ଭଳି ସମସ୍ୟା ଦୂର ହେଇଯିବ |ତେବେ ଏହିଭଳି ଉପାୟରେ ଆମେ ଆମ ଶରୀରରେ ଗ୍ୟାସ ଓ ଏଡିଡ଼ିଟି କୁ ଦୁରେଇ ଦେଇ ପାରିବା |