ଗରିବ ପିଲାଙ୍କୁ ମାଗଣାରେ ପାଠ ପଢ଼ାଇବେ ସାଂସଦ ଅପରାଜିତା ଷଡ଼ଙ୍ଗୀ।ଆରମ୍ଭ କଲେ “ସମର୍ଥ” ଟ୍ରଷ୍ଟ । ଅପରାଜିତା ଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚୟ କରନ୍ତୁ…

ଭୁବନେଶ୍ୱର ସାଂସଦ ତଥା ପୂର୍ବତନ ଆଇଏଏସ ଅଫିସର ଅପରାଜିତା ଷଡ଼ଙ୍ଗୀ ଙ୍କୁ କିଏବା ନଜାଣେ।ତାଙ୍କ ଆଇଏଏସ ଚାକିରୀ କାଳରେ ସେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇ ସାରା ରାଜ୍ୟରେ ଚର୍ଚ୍ଚା ରେ ଥିଲେ।ତାଙ୍କ ପାଇଁ ଆମ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସି ଥିଲା।

ତାଙ୍କ ନାମ ଶୁଣିଲେ ଶିକ୍ଷକ ମାନଙ୍କ ନିଦ ହଜି ଯାଉ ଥିଲା।ତେବେ ସେ ୨୦୧୮ ମସିହା ସେପ୍ଟେମ୍ବର ମାସ ୧୫ ତାରିଖରେ ଏହି ଆଇଏଏସ ପଦବୀ ରୁ ଇସ୍ତଫା ଦେଇ ଥିଲେ ଓ ଲୋକଙ୍କ ସେବା କରିବା ପାଇଁ ମନ ବଳାଇ ଥିଲେ। ତେଣୁ ସେ ରାଜନୀତି ମୁହାଁ ହୋଇ ଥିଲେ।ତେବେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ସେ ଭାରତୀୟ ଜନତା ପାର୍ଟି ରେ ସାମିଲ ହୋଇ ଥିଲେ ।ଏହା ପରେ ୨୦୧୯ ନିର୍ବାଚନ ରେ ଦଳ ତାଙ୍କୁ ଟିକେଟ ଦେଇ ଥିଲା।

ସେ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ରେ ସାଂସଦ ପ୍ରାର୍ଥୀ ଭାବେ ଲଢ଼ି ବିଜୟ ଲାଭ କରି ଥିଲେ।ଏହା ପରେ ସେ ନିଜର ଦାଇତ୍ୱ ତୁଲାଇବାରେ କେବେ ଅବହେଳା କରି ନାହାଁନ୍ତି।ସବୁବେଳେ ଲୋକଙ୍କ କଥା ଚିନ୍ତା କରିଛନ୍ତି ଲୋକଙ୍କ ପାଇଁ କାର୍ଯ୍ୟ କରିଛନ୍ତି।କିଛି ଦିନ ପୂର୍ବରୁ ସେ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ କରି ଚର୍ଚ୍ଚାରେ ଥିଲେ।

ତେବେ ପୁଣି ଥରେ ବୁଦ୍ଧିଜୀବୀ, ବୃତ୍ତିଧାରୀ ଓ ବରିଷ୍ଠ ବ୍ୟକ୍ତିମାନଙ୍କ ଅନୁରୋଧ ରକ୍ଷାକରି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ‘ସମର୍ଥ’ ନାମରେ ଏକ ଟ୍ରଷ୍ଟ ଆରମ୍ଭ କରିଛନ୍ତି। ଏହି ଟ୍ରଷ୍ଟ ମାଧ୍ୟମରେ ବସ୍ତି ଅଞ୍ଚଳ ଓ ଅନ୍ୟ ପଛୁଆ ଅଞ୍ଚଳରେ ୫୦ଟି ଶିକ୍ଷାନୁଷ୍ଠାନ ଆରମ୍ଭ ହେବ।

ଏହି ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପିଲାମାାନଙ୍କୁ ମାଗଣାରେ ପାଠ ପଢ଼ା ଯିବ । ଦିବ୍ୟାଙ୍ଗ ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଆମେ ଆବଶ୍ୟକୀୟ ଉପକରଣ ଯୋଗାଇ ଦେବୁ ବୋଲି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସେହି ପରି ଟ୍ରଷ୍ଟ ଦ୍ବାରା ଭୁବନେଶ୍ୱର ଉତ୍ତର, ମଧ୍ୟ, ଏକାମ୍ର ତିନିଟି ନିର୍ବାଚନ ମଣ୍ଡଳୀ ଭିତରେ ଥିବା ପାର୍କରେ ମାଗଣା ଯୋଗ ଶିବିର ଆରମ୍ଭ ହେବ। ଅନାଥ ଆଶ୍ରମରେ ଥିବା ପିଲାଙ୍କୁ ସମସ୍ତ ପ୍ରକାର ସହଯୋଗ କରା ଯିବ। ଆବଶ୍ୟକ ଅନୁଯାୟୀ ଉପକରଣ ଯୋଗାଇ ଦିଆ ଯିବ।

ବରିଷ୍ଠମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ଆଧ୍ୟାତ୍ମିକ ପ୍ରବଚନ ଆରମ୍ଭ ହେବ । ସ୍ଥାନେ ସ୍ଥାନେ ସାମାଜିକ ବିଷୟ ଉପରେ ସେମିନାର ଓ ଆଲୋଚନା ଚକ୍ର ଆରମ୍ଭ କରା ଯିବ ବୋଲି ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଗଣ ମାଧ୍ୟମ କୁ କହିଛନ୍ତି।

ସାଂସଦ ଅପରାଜିତା କହିଛନ୍ତି ଯେ, ସାମାଜର ବିକାଶ ଓ ଉନ୍ମେଷ ପାଇଁ ‘ସମର୍ଥ’ କାର୍ଯ୍ୟ କରିବ। ଏହା ଏକ ଅଣରାଜନୈତିକ ଅନୁଷ୍ଠାନ। ବିକାଶ ପାଇଁ ସମସ୍ତେ ଏକାଠି ହୋଇ କାମ କରିବା ଉଚିତ୍ ।ତେବେ ସାଂସଦ ଙ୍କ ଏପରି ମହାନ କାର୍ଯ୍ୟ କୁ ବିଭିନ୍ନ ମହଲରୁ ପ୍ରଶଂସା କରା ଯାଉଛି।ଏହା ଦ୍ୱାରା ରାଜଧାନୀ ର ଅନେକ ଗରିବ ପିଲା ସୁରକ୍ଷିତ ଭାବେ ପାଠ ପଢ଼ି ଶିକ୍ଷିତ ହୋଇ ପାରିବେ।ଏହା ସହିତ ଯୋଗାଭ୍ୟାସ ଦ୍ୱାରା ଲୋକ ମାନେ ସୁସ୍ଥ ମଧ୍ୟ ରହି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।