ବଡ ଖୁଲାସା ! ଗର୍ଭବତୀ ନୁହନ୍ତି ନେହା କକ୍କର । ଲୋକଙ୍କୁ କହିଥିଲେ ମିଛ, ଏହି ଗର୍ଭବତୀ ଫଟୋ ପଛର କାରଣ ଜାଣି ହେବେ କ୍ରୋଧିତ….

ଆପଣମାନେ ଜାଣିଛନ୍ତି ଚଳିତବର୍ଷ ଅକ୍ଟୋବର ୨୪ ତାରିଖରେ ବଲିଉଡ ସିଙ୍ଗର ନେହା କକ୍କର ଆଉ ଜଣେ ପପୁଲାର୍ ସିଙ୍ଗର ଙ୍କୁ ବହୁତ୍ ଧୁମ୍ ଧାମ ର ସହ ବିବାହ କରିଥିଲେ।ଆଉ ଏହା ପରେ ବିବାହ ର ଫୋଟୋ ଏବଂ ବିବାହ ପୂର୍ବ କାର୍ଯ୍ୟକ୍ରମ ମାନଙ୍କର ଫଟୋ ସବୁ ମଧ୍ୟ ସେ ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ। ବିବାହ ପରେ ମଧ୍ୟ ସେ ତାଙ୍କ ସ୍ୱାମୀଙ୍କ ସହିତ ଫଟୋ ସୁଟ୍ କରିବା ସହିତ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରି ତାଙ୍କ ପ୍ରଶଂସକ ମାନଙ୍କୁ ଖୁସି କରାଇ ଦେଇଥିଲେ।

ତେବେ ସେହିପରି ଏବେ ପୁଣି ନେହା କକ୍କର୍ ତାଙ୍କର ନିଜ ଫ୍ଯାନଙ୍କୁ ଏକ ଖୁସି ଖବର ଦେଇଛନ୍ତି। ଏହି ଖୁସି ଖବର ଯାହା ସୋସିଆଲ ମିଡିଆରେ ବହୁତ୍ ଚର୍ଚ୍ଚା ହେଉଛି ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।କାରଣ ନେହା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି ବୋଲି ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି।

ନେହା ନିଜ ଇନଷ୍ଟାଗ୍ରାମରେ ପତି ରୋହନପ୍ରୀତ ସିଂଙ୍କ ସହିତ ଏକ ବହୁତ କ୍ଯୁଟ୍ ଏବଂ ରୋମାଣ୍ଟିକ ଫଟୋ ସେୟାର କରିଥିଲେ।ଆଉ ଯେଉଁଥିରେ ନେହା ବେବି ବମ୍ପ ଫ୍ଲଣ୍ଟ କରୁଥିବା ନଜର ଆସୁଛନ୍ତି।ତେବେ ଏହି ଫଟୋରେ ନେହା ବ୍ଲୁ ଡେନିମ ରଙ୍ଗର ଡଙ୍ଗରୀ ପିନ୍ଧି ସ୍ବାମୀ ରୋହନପ୍ରୀତଙ୍କ ସହିତ ନଜର ଆସିଛନ୍ତି। ଆଉ ଏହି ଫଟୋକୁ ସେୟାର କରି ନେହା ଫଟୋ ର କ୍ଯାପସନରେ ଲେଖିଛନ୍ତି ଯେ,#KhyalRakhyaKar।

ଆଉ ଏଥିରେ ରୋହନପ୍ରୀତ କମେଣ୍ଟ କରିଥିଲେ ଯେ,ଏବେ ଟିକେ ଅଧିକ ଯତ୍ନ ନେବାକୁ ପଡିବ ନେହୁ।ତେବେ ଏହାପରେ ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ ନେହାଙ୍କ ଏଭଳି ଫଟୋ ଅର୍ଥାତ୍ ତାଙ୍କର ଗର୍ଭବତୀ ଖବର କୁ ନେଇ ତାଙ୍କ ଫ୍ଯାନ୍ ଏବଂ ଫୋଲୋଅରସ ମାନେ ଏବେ ଚକିତ ହୋଇ ପଡିଛନ୍ତି।

ତେବେ ଯାହା ସୂଚନା ରହିଛି ଅକ୍ଟୋବର ୨୪ରେ ବିବାହ କରିଥିଲେ ନେହା କକ୍କର। ତେଣୁ ନେହାଙ୍କ ଗର୍ଭବତୀ ହେବାର ଏହି ଖବର ଶୁଣିବା ପରେ କେବଳ ତାଙ୍କର ଫ୍ଯାନ ନୁହେଁ ବରଂ ସମସ୍ତେ ଆଶ୍ଚର୍ଯ୍ଯ ହୋଇ ପଡିଛନ୍ତି। କାରଣ ନେହା ଏତେ ଜଲଦି ଗର୍ଭବତୀ ହେବା ଖବର କେହି ବିଶ୍ୱାସ କରି ପାରୁ ନାହାଁନ୍ତି।

ତେବେ ଏହାକୁ ନେଇ ୟୁଜର୍ସ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରି ଦେଇଛନ୍ତି।ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହି ଖବର ମିଛ ଅଟେ ଏବଂ ପ୍ରକୃତ ସତ ଏବେ ସାମ୍ନାକୁ ଆସିଛି। କାରଣ ମୁମ୍ବାଇ ମିରରର ଏକ ରିପୋର୍ଟ ଅନୁସାରେ ନେହା କକ୍କରଙ୍କ ପ୍ରେଗ୍ନେସି ଖବର ଏକ ପବ୍ଲିସିଟି ଷ୍ଟଣ୍ଟ । ଏଥିରେ କିଛି ସତ୍ୟତା ନାହିଁ।ଏବେ ନେହାଙ୍କ ଏହି ଖବର ସୋସିଆଲ ମିଡିଆରେ ବୋବାଲ୍ କରିଛି। ଦୁହେଁ ବିବାହ କରିବା ପରେ ହନିମୁନ ପାଇଁ ଦୁବାଇ ଯାଇଥିଲେ । ବିବାହ ପରେ ନେହୁ ଆଉ ରୋହନପ୍ରିତ୍ ଙ୍କ ଯୋଡ଼ିଙ୍କୁ ପ୍ରଶଂସକ ମାନେ ବେଶ୍ ପସନ୍ଦ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।