ଗାଙ୍ଗୁଲି ଆଉ କହିବେନି ‘ଏହି ତେଲ ହୃତପିଣ୍ଡକୁ ସୁସ୍ଥ ରଖେ’ ! କ’ଣ ସତରେ ଗାଙ୍ଗୁଲି ଆଉ…

ବିସିସିଆଇ ଅଧ୍ୟକ୍ଷ ତଥା ପୂର୍ବତନ ପୂର୍ବତନ କ୍ରିକେଟ ର ସୌରଭ ଗାଙ୍ଗୁଲି କିଛି ଦିନ ପୂର୍ବରୁ ହୃଦ୍‌ଘାତର ଶିକାର ହୋଇଥିଲେ।ତେବେ ଏହି ହୃଦ୍‌ଘାତ ଟି ତାଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇ ଅଛି । ତେବେ ଆପଣ ମାନେ ତ ନିଶ୍ଚିତ ଭାବେ ଜାଣିଥିବେ ଯେ ବିସିସିଆଇ ଅଧ୍ୟକ୍ଷ ତଥା ପୂର୍ବତନ ପୂର୍ବତନ କ୍ରିକେଟ ର ସୌରଭ ଗାଙ୍ଗୁଲି ଫର୍ଚୁନ୍ ରାଇସ୍ ବ୍ରାନ୍ ର ବିଜ୍ଞାପନ କରୁଥିବାର ର ନଜର ଆସିଥିଲେ  ।

କିନ୍ତୁ ତାଙ୍କର ର ଏହି ହୃଦ୍‌ଘାତ ପରେ ତାଙ୍କୁ ଏହି ବିଜ୍ଞାପନ ରୁ ବାଦ୍ ଦିଆ ଯାଇଛି । କାରଣ ବିଜ୍ଞାପନରେ ଗାଙ୍ଗୁଲି କହିଥିଲେ ଯେ,’ ଏହି ତେଲ ଖାଆନ୍ତୁ ଓ ସୁସ୍ଥ ରୁହନ୍ତୁ ଏହି ତେଲ ଆପଣଙ୍କ ହୃତପିଣ୍ଡକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ’ ।

କିନ୍ତୁ ସେ ନିଜେ ଏହି ହୃଦ୍‌ଘାତ ର ଶିକାର ହେବା ପାରେ ସୋସିଆଲ ମିଡ଼ିଆ ରେ ତାଙ୍କର ଏହି ବିଜ୍ଞାପନ କୁ ଟ୍ରଲ୍ କରା ଯାଇଛି । ଯାହା ଫଳରେ ତାଙ୍କୁ ଏହି ବିଜ୍ଞାପନ କରିବାରୁ ବାଦ୍ ଦିଆ ଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ ଗତ ବର୍ଷ ଜାନୁଆରୀ ରେ ଗାଙ୍ଗୁଲି ଙ୍କୁ ଫର୍ଚ୍ୟୁନ୍ ରାଇସ୍ ବ୍ରାନ୍ ତେଲର ବ୍ରାଣ୍ଡ ଆମ୍ବାସାଡର କରା ଯାଇଥିଲା। କିନ୍ତୁ ବର୍ତ୍ତମାନ କମ୍ପାନୀ ବିଜ୍ଞାପନ ସହିତ ଜଡିତ ଦୁଇ ଜଣ ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ଗାଙ୍ଗୁଲି କୁ ସମସ୍ତ ପ୍ରକାର ପ୍ଲାଟଫର୍ମ ରୁ ବାଦ୍ ଦିଆ ଯାଇଛି ।

ଏହା ସହିତ ବ୍ରାଣ୍ଡ ର କ୍ରିଏଟିଭ୍ ଏଜେନ୍ସି ଓଗିଲଭି ଆଣ୍ଡ ମ୍ୟାଥର୍ ବର୍ତ୍ତମାନ ଏହି ଘଟଣା ର ଅନୁସନ୍ଧାନ କରୁଥିବା ର ଜଣା ପଡିଛି ଏହା ସହିତ ଏକ ନୂତନ ଅଭିଯାନ କୁ ନେଇ କାର୍ଯ୍ୟ କରୁଛନ୍ତି ।

ତେବେ ଜଣାଇ ଦେଉଛୁ ଯେ ଶନିବାର ଦିନ ଗାଙ୍ଗୁଲି ନିଜ ବେହେଲାସ୍ଥିତ ବାସଭବନ ରେ ବ୍ୟାୟାମ କରି ସାରିବା ପରେ ପରେ ସେ ହୃଦ୍‌ଘାତ ର ଶିକାର ହୋଇଥିଲେ ।ଏହା ଦେଖି ତାଙ୍କୁ ତୁରନ୍ତ ସ୍ଥାନୀୟ ଉଡଲ୍ୟାଣ୍ଡ୍ସ ହସ୍ପିଟାଲ୍ କୁ ନିଆ ଯାଇ ଥିଲା । ଓ ସେଠାରେ ତାଙ୍କୁ ଜରୁରୀ କାଳୀନ ୱାର୍ଡ ରେ ଭର୍ତ୍ତି କରାଯାଇ ବିଭିନ୍ନ ଚିକିତ୍ସା ଓ ଟେଷ୍ଟ କରା ଯାଇଥିଲା ଯେଉଁଥିରେ ଜଣା ପଡିଥିଲା ଯେ ହୃତ୍‌ପିଣ୍ଡ ରେ ତିନୋଟି ବ୍ଲକେଜ୍ ହୋଇ ଯାଇ ଅଛି ।

ତେବେ ଗାଙ୍ଗୁଲି ନିଜର ହୃଦ୍‌ଘାତ ପୂର୍ବରୁ ଯେଉଁ ବିଜ୍ଞାପନ କରୁଥିଲେ ଫର୍ଚ୍ୟୁନ୍ ରାଇସ୍ ବ୍ରାନ୍ ତେଲ ପାଇଁ ତାଙ୍କର ଏହି ବିଜ୍ଞାପନ ର କିଛି ୟୁଜର ସୋସିଆଲ ମିଡ଼ିଆ ରେ ମଜାକ ଉଡ଼ାଇ ଅଛନ୍ତି । ଆଉ ବର୍ତ୍ତମାନ କମ୍ପାନୀ ନିଜର ବ୍ରାଣ୍ଡ କୁ ଉପହାସ ର ଶିକାର ନକରିବା ପାଇଁ ଗାଙ୍ଗୁଲି ଙ୍କ ସବୁ ଆଡ କୁ ପ୍ରଶାସନ କରିବାରୁ ଅଟକାଇ ଦେଇଚି ।

ତେବେ ସୂଚନା ଯୋଗ୍ୟ ଯେ ୨୦୧୩ ମସିହା ରେ କମ୍ପାନୀ ରାଇସ୍ ବ୍ରାନ୍ ରନ୍ଧନ ତେଲ ବଜାରକୁ ଆସିଥିଲା ​​ଓ ଗତବର୍ଷ ସୌରଭ ଗାଙ୍ଗୁଲି ଏହାର ବ୍ରାଣ୍ଡ ଆମ୍ବସାଦର୍ ହୋଇଥିଲେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।