ଅଦ୍ଭୁତ ଘଟଣା ! ଗାଧୁଆ ଘରେ ସବୁଦିନ ଏମିତି କାମ କରନ୍ତି ଏହି ମହିଳା, ନ ଦେଖିଲେ କେହି ବିଶ୍ୱାସ କରିବେନି……

ଆଜି ଆମେ ଜାଣିବା ଏମିତି ଏକ ଘଟଣା ବିଷୟରେ ଯାହାକୁ ଶୁଣିବା ପରେ ଆପଣ ବି ଅବାକ୍ ହୋଇଯିବେ ଏବଂ ଭାବିବାକୁ ବାଧ୍ୟ ହେବେ ଯେ ଏହା କଣ ସତରେ ସମ୍ଭବ। ଦୁନିଆରେ ଏମିତି ଜଣେ ମହିଳା ଅଛନ୍ତି ଯାହାଙ୍କର ରହିଛି ଅଜବ ସଉକ। ଆମେ ଆଜି ତାଙ୍କର ସଉକ ବିଷୟରେ ଆପଣଙ୍କୁ କହିବା ପାଇଁ ଯାଉଛୁ। ଯେଉଁ ପାଇଁ ଏହି ମହିଳା ଜଣଙ୍କ ଖର୍ଚ୍ଚ କରିଥାନ୍ତି କୋଟି କୋଟି ଟଙ୍କା। ଯାହା ବାସ୍ତବରେ ସମସ୍ତଙ୍କୁ ଚମକେଇଲା ଭଳି ଘଟଣା।

ଏହି ମହିଳା କେବଳ ଗାଧୋଇବାରେ ଖର୍ଚ୍ଚ କରି ଦିଅନ୍ତି ୧୫ ଲକ୍ଷ ଟଙ୍କା।ଏହା ଶୁଣି ଆପଣଙ୍କୁ ବିଶ୍ୱାସ ହେଉ ନଥିଲେ ମଧ୍ୟ ଏହା ପୁରା ପୂରି ସତ ଘଟଣା।ତେବେ ଆସନ୍ତୁ ଜାଣିବା ଏହି ମହିଳା ଙ୍କ ବିଷୟରେ।

ଆମେ କହୁଛୁ ନାତାଲିଆ ସମାରିଆ କୋଆ ଙ୍କ ବିଷୟରେ।୧୯୭୭ ମସିହା ମେ ୧୮ ତାରିଖରେ ତାଙ୍କର ଜନ୍ମ। ପାକିସ୍ଥାନ ରେ ରହୁଥିବା ବ୍ରିଟିଶ୍ କୋଟିପତି ମହମ୍ମଦ ଯୋହୁର୍ ଙ୍କୁ ବିବାହ କରିଛନ୍ତି ଏହି ମହିଳା। ବିବାହ ପରେ ଏହି ମହିଳା ତାଙ୍କ ନାମ କମାଲିଆ ଯୋହୁର ରଖିଛନ୍ତି। କମଲିଆ ଯେତିକି ଖର୍ଚ୍ଚ ନିଜ ସୌନ୍ଦର୍ଯ୍ୟ ଉପରେ କରନ୍ତି ତା ଠାରୁ ବେଶୀ ଚର୍ଚ୍ଚା ରେ ସେ ରହିଥାନ୍ତି ନିଜର ଜୀବନ ଶୈଳୀ ପାଇଁ।

ସେ ବହୁତ୍ ଉଚ୍ଚ କୋଟୀର ଜୀବନ ଶୈଳୀ ଅତିବାହିତ କରିବା ପାଇଁ ପସନ୍ଦ କରନ୍ତି।ସେ ଜଣେ ଅଭିନେତ୍ରୀ, ମଡେଲ ଏବଂ ସିଙ୍ଗର ମଧ୍ୟ ଅଟନ୍ତି।ତେବେ ସବୁଠାରୁ ଖାସ୍ କଥା ହେଉଛି ଏହି ମହିଳା କେବଳ ଗାଧେଇବା ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଦିଅନ୍ତି। ସାମ୍ପେନ୍ ରେ ଗାଧୋଇବା ତାଙ୍କର ସଉକ ରହିଛି। ଏତିପାଇଁ ନିଜର ସଉକ କୁ ପୂରଣ କରିବା ପାଇଁ ଏହି ମହିଳା ଏତେ ମାତ୍ରାରେ ଟଙ୍କା ଖର୍ଚ୍ଚ କରନ୍ତି ଯାହା ଆପଣଙ୍କ କଳ୍ପନା ର ବାହାରେ ।

ତେବେ ଏହି ଦମ୍ପତ୍ତି ମାନଙ୍କ ପାଖରେ ଧନ ସମ୍ପତ୍ତି ର କୌଣସି ଅଭାବ ନାହିଁ। ଆବଶ୍ୟକତା ଠାରୁ ଅଧିକ ସମ୍ପତ୍ତିର ଅଧିକାରୀ ହେଉଛନ୍ତି ଏହି ଧନୀ ଦମ୍ପତ୍ତି କମଳିଆ ଏବଂ ତାଙ୍କ ସ୍ଵାମୀ।ଏହି ମହିଳା ଜଣଙ୍କ କିଣାବିକା ରେ ୪୬ ଲକ୍ଷ ଟଙ୍କା ଖର୍ଚ୍ଚ କରି ଦେଇଥାନ୍ତି।ସୂଚନା ଅନୁସାରେ ଏହି ଦମ୍ପତ୍ତି ଙ୍କ ପାଖରେ ୧୦ ଟି ବିଳାସପୂର୍ଣ୍ଣ ଘର, ପ୍ରାଇଭେଟ୍ ଜେଟ୍ ଏବଂ ୫ ମିଲିୟନ ୟୁର ରହିଛି।ସେ ହୀରା ଖଞ୍ଜିତ ଘଣ୍ଟା ପିନ୍ଧିବାକୁ ବହୁତ୍ ପଶନ୍ଦ କରିଥାନ୍ତି।

ଯାହାର ମୂଲ୍ୟ ୪୦ ଲକ୍ଷ ଟଙ୍କାରୁ ଅଧିକ ହେବ।ସେ ପିନ୍ଧିଥିବା ଚଷମା ର ମୂଲ୍ୟ ହେଉଛି ୪ ଲକ୍ଷ ଟଙ୍କା। କାମଲିଆ ଙ୍କ ଘରେ ୨୨ ଜଣ ଚାକର ରହିଛନ୍ତି। ଯେଉଁ ମାନଙ୍କର ମାସିକ ଦରମା ୧ କୋଟି ୯୪ ଲକ୍ଷ ଟଙ୍କାରୁ ଅଧିକ।ଏହି ଦମ୍ପତ୍ତି ସମସ୍ତ ଧନ ମଉଜ ମଜଳିଶ୍ ରେ ଖର୍ଚ୍ଚ କରି ଦେଇଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।