ଗାଁ ଦାଣ୍ଡ ମଝିରେ ଯୁବତୀଙ୍କ ଚୁଟି ଘୋଷାରି ବାଡ଼େଇଲେ ବାପ-ପୁଅ, ଆଉ ତା ପରେ ଭିଡିଓ କଲେ ଭାଇରାଲ….
ଦିନକୁ ଦିନ ଦୁନିଆରେ ମଣିଷର ନୈତିକତା ର ମୂଲ୍ୟବୋଧତା ହ୍ରାସ ହେବାରେ ଲାଗିଛି। ମଣିଷ କଣ କରୁଛି କଣ ନିଷ୍ପତି ନେଉଛି ଏବଂ କଣ ବ୍ୟବହାର ପ୍ରଦର୍ଶନ କରୁଛି ତାହା ନିଜେ ମଧ୍ୟ ଜାଣି ପାରୁ ନାହିଁ। ସମାଜରେ ଏହାର ପ୍ରଭାବ କେତେ ମାତ୍ରାରେ ପଡୁଛି ଏବଂ ଏହାକୁ ନେଇ ଲୋକଙ୍କ ପ୍ରତିକ୍ରିୟା କଣ ରହୁଛି ତାହା ସମସ୍ତଙ୍କୁ ଚକିତ କରିଥାଏ ଭାବିଲେ।ତେବେ ଆସନ୍ତୁ ଜାଣିବା ଏଭଳି ଏକ ଘଟଣା ଯାହା ସମସ୍ତଙ୍କୁ ଚକିତ କରିଛି ଏବଂ କିଭଳି ଭାବରେ ଏହା ମାନସିକ ସ୍ତରରେ ଏହା ବିକୃତ ଅଟେ ତାର ପ୍ରମାଣ ମଧ୍ୟ ଦେଇଛି ।
ତା ଉପରେ ଏକ ନଜର ପକାଇବା। ଯେଉଁ ଘଟଣାଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ତେବେ ଭିଡିଓ ରେ ଯାହା ଦେଖିବାକୁ ମିଳିଛି ସେଥିରେ ଏହା ଦେଖା ଯାଉଛି କି ଗାଁ ଦାଣ୍ଡ ମଝିରେ ଯୁବତୀଙ୍କୁ ନିସ୍ତୁକ ମାଡ ମରା ଯାଉଛି। ବାପ ଓ ପୁଅ ମିଶି ଯୁବତୀ ଜଣଙ୍କୁ ନିସ୍ତୁକ ମାଡ଼ ମାରି ଚାଲିଛନ୍ତି। ଏହାକୁ କେହି ଜଣେ ରେକର୍ଡ କରିବା ପରେ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆପଣ ବି ଥରେ ଏହାକୁ ଦେଖନ୍ତୁ ତାପରେ ବୁଝି ପାରିବେ କିପରି ଅମାନୁଷିକତା ର ସବୁ ସୀମା ଟପି ଯାଉଛନ୍ତି ଏହି ବାପ ପୁଅ ଦୁଇଜଣ।
ପାରିବାରିକ ସ୍ତରରେ ହୋଇଥିବା ଝଗଡାରୁ ଜଣେ ଯୁବତୀଙ୍କୁ ଗାଁ ଦାଣ୍ଡରେ ଘୋଷାଡି ମାଡ଼ ମାରିଛନ୍ତି ଏହି ଉଦ୍ଧତ ବାପ,ପୁଅ ଦୁଇଜଣ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଦେଖିବା ପରେ।ତେବେ ଏଭଳି ଅଭାବନୀୟ ଘଟଣା ଟି ଘଟିଛି ଯାଜପୁର ଜିଲ୍ଲା ଯଖପୁରା ଅଞ୍ଚଳରେ। ଯାହା ସୂଚନା ମିଳିଛି ସେହି ଅନୁସାରେ ଦୁଇ ପରିବାରର ପାରିବାରିକ କଳହକୁ କେନ୍ଦ୍ରକରି ଏଭଳି ଅମାନବିକ ଘଟଣା ଟି ଘଟିଛି।
ତେବେ ଏହି ଘଟଣାରେ ଥିବା ବାପା ପୁଅ ,ଗତକାଲି ଅପରାହ୍ନରେ ବାପା କେଶବ ମଳିକ ଓ ତାଙ୍କ ପୁଅ ଚେମା ମଳିକ ପାରିବାରିକ କଳହକୁ କେନ୍ଦ୍ରକରି ଉତ୍ତ୍ୟକ୍ତ ହୋଇଥିଲେ ଏବଂ ତାଙ୍କ ପଡୋଶୀ ନନ୍ଦିନୀ ମଳିକଙ୍କୁ ଗାଁ ଦାଣ୍ଡରେ ଘୋଷାଡି ଅତି ନିର୍ମମ ଭାବେ ମାଡ଼ ମାରିଥିଲେ। କେବଳ ଏତିକି ନୁହଁ ମାଡ଼ ସହିତ ଅସଭ୍ୟ ଭାଷାରେ ଗାଳି ଗୁଲଜ ମଧ୍ୟ କରିଥିଲେ ସେ । ଯାହା ଏକ ସଭ୍ୟ ସମାଜ ପାଇଁ ଲଜ୍ୟା ଅଟେ।
ବାପା ବୟସର ହୋଇ ମଧ୍ୟ ଝିଅ ବୟସର ଝିଅକୁ ଏଭଳି ଖରାପ୍ ଭାଷାରେ ଗାଳି ଗୁଲଜ କରିବା ଭଳି ନିନ୍ଦନୀୟ ଘଟଣାକୁ ସମସ୍ତେ ନିନ୍ଦା କରିଛନ୍ତି।ତେବେ ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଯଖପୁରା ପୋଲିସ ଉଭୟ ବାପ ପୁଅଙ୍କୁ ଗିରଫ କରିଚି ଏବଂ ଗତକାଲି ସେମାନଙ୍କୁ କୋର୍ଟ ଚାଲାଣ କରିଛି ବୋଲି ଜଣା ପଡିଛି।
ଏଭଳି ନିନ୍ଦନୀୟ ଏବଂ ଲଜ୍ୟାକର ଘଟଣାକୁ ଯେତେ ଘୃଣ୍ୟ ଦୃଷ୍ଟିରେ ଦେଖିଲେ ମଧ୍ୟ କମ୍ ହେବ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।