ହାଇକୋର୍ଟ ଙ୍କ ଐତିହାସିକ ରାୟ – FIR ଗ୍ରହଣ ନକରିବାରୁ ଥାନା ବାବୁଙ୍କୁ ଦଣ୍ଡ, ରାସ୍ତା ଝାଡ଼ୁ ମାରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ…ସେୟାର କରି ସମସ୍ତଙ୍କୁ ଜଣାନ୍ତୁ….
ଏହା ସ୍ୱାଭାବିକ କଥା ଯେ ଉଚ୍ଚ ନ୍ୟାୟାଳୟ ହେଉ କି ସର୍ବୋଚ୍ଚ ନ୍ୟାୟାଳୟ ହେଉ , କୋର୍ଟ ର ନିଷ୍ପତି ସବୁବେଳେ ଲୋକଙ୍କ ଉଚିତ୍ ସ୍ବାର୍ଥ ଏବଂ ଆଇନ୍ କୁ ଲକ୍ଷ୍ୟ କରି ହୋଇଥାଏ। କୋର୍ଟ ଙ୍କ ନିଷ୍ପତି ସର୍ବ ଗ୍ରହଣୀୟ ଅଟେ। କାରଣ କୋର୍ଟ ସବୁ ଘଟଣା କୁ ପୁଙ୍ଖାନୁପୁଙ୍ଖ ଭାବରେ ତଦନ୍ତ କରିବା ପରେ ବିଚାର କରିବା ପରେ ଯାଇ ଏହାର ଉଚିତ୍ ନିଷ୍ପତ୍ତି ବା ଫୈସଲା ଗ୍ରହଣ କରିଥାନ୍ତି।
ସାଧାରଣ ଜନତା ଟେ ହେଉ କି ଉଚ୍ଚ ପଦସ୍ଥ ଅଧିକାରୀ ହୁଅନ୍ତୁ କିମ୍ବା କୋଟିପତି ବ୍ୟବସାୟୀ ହୁଅନ୍ତୁ, ସମସ୍ତଙ୍କ ପାଇଁ କୋର୍ଟ ର ଆଭିମୁଖ୍ୟ ଆଇନ୍ ଏବଂ ବିଚାରଧାରା ସମାନ ଏବଂ ସୁସ୍ପଷ୍ଟ ଅଟେ।ସେହି କ୍ରମରେ କୋର୍ଟଙ୍କ ନିଷ୍ପତ୍ତି ସ୍ବାଗତଯୋଗ୍ୟ ହୋଇଥାଏ।
ତେବେ ସେହି ପରିପ୍ରେକ୍ଷୀରେ ଏବେ କର୍ଣ୍ଣାଟକ ହାଇକୋର୍ଟ ଏକ ଘଟଣାର ବିଚାର କରି ଏହାର ଫଇସଲା ଶୁଣାଇ ଛନ୍ତି।ଏଫଆଇଆର ଗ୍ରହଣ ନକରି ଡ୍ୟୁଟିରେ ଖିଲାପ କରି ଥିବା ଜଣେ ଥାନା ବାବୁ ଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।ଆଉ ଫଳ ସ୍ୱରୂପ ଏହି ଥାନା ଅଧିକାରୀ ଜଣଙ୍କୁ ସପ୍ତାହେ ଧରି ରାସ୍ତାରେ ଝାଡ଼ୁ ମାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଯେଉଁ ରାସ୍ତାଟି ନିଜ ଥାନା କୁ ଲାଗିକି ରହିଛି। ସୂଚନା ଅନୁସାରେ ଜଷ୍ଟିସ୍ ଏସ ସୁନିଲ ଦତ୍ତ ଯାଦବ ଓ ଜଷ୍ଟିସ୍ ପି କୃଷ୍ଣାଙ୍କ ବେଞ୍ଚ ଜଣେ ୫୫ ବର୍ଷୀୟା ତାରାବାଇଙ୍କ ଆବେଦନ ଉପରେ ଶୁଣାଣି କରି ଏହି ଭଳି ଏକ ରାୟ ଶୁଣାଇଛନ୍ତି। ଏହାପରେ ସମସ୍ତେ କୋର୍ଟଙ୍କ ଏହି ନିଷ୍ପତ୍ତି କୁ ସ୍ବାଗତ ମଧ୍ୟ କରିଛନ୍ତି।
ତେବେ ଏହିଭଳି କାର୍ଯ୍ୟାନୁଷ୍ଠାନ ର ଶୁଣାଣି ସହିତ କୋର୍ଟ ପୋଲିସ୍ ର ଭୂମିକା ଉପରେ ମଧ୍ୟ କଡା ଟିପ୍ପଣୀ ରଖିଛନ୍ତି।ତେବେ ଘଟଣା ଏହା ଥିଲା କି ଅଭିଯୋଗ କରିଥିବା ତାରାବାଇଙ୍କ ପୁଅ ଗତ ୨୦ ଅକ୍ଟୋବରରୁ ନିଖୋଜ ଥିବା କାରଣରୁ ତାଙ୍କ ବାପା ତାରାବାଇ ଏନେଇ ଅଭିଯୋଗ କରିବାକୁ ଥାନାରେ ପହଞ୍ଚିଥିଲେ। କିନ୍ତୁ ସେଠାରେ ଉପସ୍ଥିତ ଥିବା ଏସଏଚଓ ଅର୍ଥାତ୍ ଷ୍ଟେସନ୍ ହାଉସ୍ ଅଫିସର ଜଣଙ୍କ ତାରାବାଇ ଙ୍କ ଏଫଆଇଆର ଟିକୁ ରଖି ନଥିଲେ।
ସେ ଏହାର କାରଣ ଦର୍ଶାଇଥିଲେ ଯେ ଉକ୍ତ ମାମଲାଟି ମାମଲାଟି ତାଙ୍କ ଥାନା କ୍ଷେତ୍ର ବାହାରେ ଥିଲା। ସେଥିପାଇଁ ସେ ଏତଲା ଗ୍ରହଣ କରି ପାରିବେ ନାହିଁ।ତେବେ ଏହି ମାମଲାକୁ ନେଇ କୋର୍ଟର ଏଭଳି ନିଷ୍ପତ୍ତି ପରେ ନିଜେ ଏସଏଚଓ ତାଙ୍କର ଭୁଲ୍ ସ୍ବୀକାର କରିଛନ୍ତି ଏବଂ କହିଛନ୍ତି ଯେ ତାଙ୍କର ଏଭଳି କରିବାର ନଥିଲା। ଯଦି ମାମଲାଟି ତାଙ୍କ କ୍ଷେତ୍ର ଅଧୀନରେ ଆସୁ ନଥିଲା ତେବେ ସେ ଏହି ବିଷୟରେ ଉକ୍ତ କ୍ଷେତ୍ରର ପୋଲିସ୍ ଅଧିକାରୀଙ୍କୁ ଜଣାଇବାର ଥିଲା ଆଉ ଯାହା ସିଏ କରି ନାହାନ୍ତି। ଏଥିପାଇଁ ତାଙ୍କୁ କୋର୍ଟ ଏଭଳି ଦଣ୍ଡାଦେଶ ଦେଇଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।