ଫୁସଫୁସ, ଗଳା, ଛାତିରେ ଜମା ସମସ୍ତ କଫ ଥରକରେ ତରଳି ବାହାରିଯିବ, କେବଳ ଦୁଇ ଚାମଚ ପିଇ ନିଅନ୍ତୁ |
ଯଦି ଆପଣଙ୍କ ଛାତିରେ ବାହୁ ବର୍ଷରୁ କଫ ଜମି ହୋଇ ରହିଛି ଏବଂ ବାରମ୍ବାର ଆପଣଙ୍କୁ ରୋଗାଗ୍ରସ୍ତ କରାଉଛି ଏବଂ ବାରମ୍ବାର ଥଣ୍ଡା କାଶ ଆଦି ଲାଗି ରହୁଛି ତେବେ ତାହା କଫ ଜମା କାରଣରୁ ହୋଇ ଥାଏ ଆଉ ଏହା ଇମଫେକସନ କାରଣରୁ ହୋଇଥାଏ | ତେବେ ଆଜି ଏଭଳି ଏକ ଘରୋଇ ଉପଚାର ସମ୍ପର୍କ ରେ କହିବୁ ଯାହା ଦ୍ୱାରା ଆପଣଙ୍କ ଛାତିରେ ଜମି ଥିବା କଫ ବାହାରି ଯିବ | ଏହାକୁ ଥରେ ପ୍ରସ୍ତୁତ କରି ଗୋଟେ ସପ୍ତାହ ପର୍ଯ୍ୟନ୍ତ ପ୍ରୟୋଗ କରି ପାରିବେ ଏବଂ ଆପଣଙ୍କ କଫକୁ ସମ୍ପୂର୍ଣ ସଫା କରି ପାରିବେ |
ତେବେ ଏଥିପାଇଁ ଆପଣଙ୍କୁ ପ୍ରଥମେ ତେଜପତ୍ରର ଆବଶ୍ୟକତା ପଡ଼ିବ ଯାହାକି ଆପଣଙ୍କ ରୋଷେଇ ଘରୁ ବହୁତ ସହଜରେ ମିଳିଯିବ | ତେବେ ଥରେ ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ 6ଟି ତେଜପତ୍ର ନିଅନ୍ତୁ ଆଉ ତାହାକୁ ଛୋଟ ଛୋଟ ପିସ ରେ ଛିଡ଼ାଇ ଦିଅନ୍ତୁ |
ଏହାପରେ ବଡ଼ ବଡ଼ ଦୁଇଟି ଅଦା ନିଅନ୍ତୁ ଆଉ ଏହାକୁ ଭଲ ଭାବରେ ଧୋଇ ତାର ଚୋପା ଛଡାଇ ଦିଅନ୍ତୁ ଆଉ ତାହାକୁ ଛୋଟ ଛୋଟ ପିସରେ କାଟି ଦିଅନ୍ତୁ | ଯଦି ଏହାକୁ ଆମେ ପ୍ରତିଦିନ ସେବନ କରିବା ତେବେ ଆମ ଗଳାରେ ଯେଉଁ କଷ୍ଟ ହୋଇଥାଏ ତାହା ଖୁବ ଶୀଘ୍ର ଦୂର ହୋଇ ଯାଇଥାଏ |
ଆବଶ୍ୟକ ସାମଗ୍ରୀ :-
ତେଜପତ୍ର, ଅଦା, ଲବଙ୍ଗ, ମହୁ ଓ ଲେମ୍ବୁ ରସ |
ପ୍ରସ୍ତୁତି ପ୍ରଣାଳୀ :-
ତେବେ ପ୍ରଥମେ ଏକ ପ୍ୟାନ ଗ୍ୟାସରେ ବସାନ୍ତୁ ଯଦି ଆପଣ ଗୋଟେ ଦିନ ପାଇଁ ପ୍ରସ୍ତୁତ କରୁଛନ୍ତି ତେବେ ଦେଢ଼ କପ ପାଣି ନିଅନ୍ତୁ ଆଉ ଯଦି ସପ୍ତାହ ପାଇଁ ପ୍ରସ୍ତୁତ କରୁଛନ୍ତି ତେବେ ଅଧା ଲିଟର ପାଣି ନିଅନ୍ତୁ | ପାଣି ଯେତେ ବେଳେ ହାଲକା ଗରମ ହୋଇ ଯିବ ସେତେ ବେଳେ କାଟି ରଖିଥିବା ଅଦାକୁ ସେଥିରେ ପକେଇ ଦିଅନ୍ତୁ |
ଏହାପରେ ଛିଡ଼ାଇ ରଖିଥିବା ତେଜପତ୍ର କୁ ଧୋଇ ଦେଇ ସେହି ପାଣିରେ ପକେଇ ଦିଅନ୍ତୁ | ଏହାପରେ ସେହି ପାଣିକୁ ଫୁଟାନ୍ତୁ କିଛି ସମୟ ପରେ ଦେଖିବେ ଏଥିରେ ଧଳା ଫେଣ ଆସିବାକୁ ଲାଗିବ ଯାହା ପରେ ଗ୍ୟାସର ଫେର୍ମ କୁ ଲୋ କରି ଦିଅନ୍ତୁ |
ଏହାପରେ ଏଥିରେ 7ଟି ଲବଙ୍ଗ ମିଶାନ୍ତୁ ଆଉ ଯେତେ ବେଳେ ଏହା ଫୁଟୁ ଥିବ ଦେଖିବେ ତେଜପତ୍ର ଭାସିବା ପାଇଁ ଲାଗିବ ଆଉ ଯେତେ ବେଳେ ଏହା ପ୍ରସ୍ତୁତ ହୋଇଯିବ ଦେଖିବେ କି ତେଜପତ୍ର ତଳେ ବସିଯିବ | ଏହାକୁ ବନାଇବା ପାଇଁ 7 ରୁ 10 ମିନିଟ ଟାଇମ ଲାଗିବ ଏବଂ ହାଲକା ଉଷୁମ ଥିବା ବେଳେ ଏହି ପାଣିକୁ ଏକ ପାତ୍ର ରେ ଛାଣି ଦିଅନ୍ତୁ | ଏହାପରେ ଏଥିରେ ଚାରି ଚାମଚ ମହୁ ମିଶାଇ ଦିଅନ୍ତୁ ଯାହା ଦ୍ୱାରା ଆପଣଙ୍କ ଉପଚାର ଟି ପ୍ରସ୍ତୁତ ହୋଇଯିବ |
ସେବନ ପ୍ରଣାଳୀ :-
ତେବେ ଏକ ଉଷୁମ ପାଣି ନିଅନ୍ତୁ ଯଦି ଏହାକୁ ବଡ଼ ପିଲା ସେବନ କରୁଛନ୍ତି ତେବେ ସେହି ପ୍ରସ୍ତୁତ କରିଥିବା ରେମିଡ଼ି ରୁ ଦୁଇ ଚାମଚ ସେହି ଉଷୁମ ପାଣିରେ ମିଶାନ୍ତୁ ଆଉ ଛୋଟ ଛୁଆ ହେଲେ ଏକ ଚାମଚ ମିଶାନ୍ତୁ | ଯଦି ଆପଣ ଚାହିଁବେ ଏଥିରେ ଅଧା ଚାମଚ ଲେମ୍ବୁ ରସ ଏଥିରେ ପ୍ରୟୋଗ କରି ସେବନ କରି ପାରିବେ | ଏହାକୁ ଆପଣ ସକାଳୁ ସକାଳୁ ଖାଲି ପେଟରେ ସେବନ କରନ୍ତୁ, ଏହାର ରେଜଲ୍ଟ ଆପଣ ନିଜେ ଜାଣି ପାରିବେ ଦେଖିବେ ଛାତିରେ ଜମି ରହିଥିବା କଫ ସମ୍ପୂର୍ଣ୍ଣ ରୂପେ ବାହାରି ଯିବ ଯାହାକି ତିନି ଦିନ ମଧ୍ୟରେ ଆପଣ ଭଲ ହୋଇ ଯିବେ |