Femily Tips – ଏହି ବୟସରେ ମହିଳା ମା’ ହେଲେ ବୁଦ୍ଧିମାନ ହୋଇଥାଏ ଛୁଆ, ଜାଣନ୍ତୁ ବୟସ ଓ କାରଣ…ପ୍ରତ୍ୟେକ ମାଆ” ଥରୁଟିଏ ନିଶ୍ଚୟ ଦେଖନ୍ତୁ

ସମଗ୍ର ଦୁନିଆରେ ଜଣେ ନାରୀ ପାଇଁ ମାତୃତ୍ବ ଲାଭ କରିବା ହେଉଛି ବହୁତ ମହତ୍ତ୍ୱ ପୂର୍ଣ୍ଣ ଏବଂ ଖୁସି ଦାୟକ କଥା। ମାତୃତ୍ବ ଲାଭ ରେ ନାରୀ ଜୀବନର ସାର୍ଥକତା ରହିଥାଏ। ତେବେ ବିବାହ ପରେ ଉଭୟ ପତି ପତ୍ନୀ ଏକ ସନ୍ତାନ ଜନ୍ମ ଦେବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ତେବେ ଆଜିର ସମୟରେ ଆମ ସମ୍ବିଧାନ ୧୮ ବର୍ଷ ବୟସରୁ ଊର୍ଦ୍ଧ୍ବ ଝିଅ ମାନଙ୍କ ବିବାହକୁ ସ୍ୱୀକୃତି ପ୍ରଦାନ କରିଛନ୍ତି।

ତେବେ ଝିଅଟିଏ ଯଦି ୧୮ ବର୍ଷ ବୟସରେ ବିବାହ କରେ ତେବେ ସାଧାରଣତଃ ବିବାହର ୨ ରୁ ୩ ବର୍ଷ ମଧ୍ୟରେ ଅର୍ଥାତ୍ ଝିଅର ୨୦ ରୁ ୨୧ ବର୍ଷ ବୟସରେ ପିଲାଟିଏ ହୋଇଥାଏ।

ଏତଦ୍ ବ୍ୟତୀତ ପିଲାଟିଏ ନେବା ପୂର୍ବରୁ ମାଆ ଟିଏ ନିଜ ସନ୍ତାନ କୁ ନେଇ ବହୁତ ସ୍ୱପ୍ନ ଦେଖିଥାନ୍ତି। ଏକ ସୁସ୍ଥ, ସବଳ, ସୁନ୍ଦର ଓ ଅତି ପ୍ରଖର ବୁଦ୍ଧି ସଂପନ୍ନ ପିଲାଟିଏ ଜନ୍ମ ଦେବା ପାଇଁ ପ୍ରତ୍ୟେକ ବାପା ମା ବହୁତ ଇଛା କରିଥାନ୍ତି। ତେବେ ମହିଳା ମାନେ ପିଲା ଜନ୍ମ କରିବାର ନିର୍ଦ୍ଦିଷ୍ଟ ସମୟସୀମା ରହିଥାଏ ଏବଂ ପିଲା ସୁସ୍ଥ, ସବଳ, ସୁନ୍ଦର ଓ ବିଚକ୍ଷଣ ବୁଦ୍ଧି ସଂପନ୍ନ ହୋଇଥାଏ।

ସୂଚନା ଅନୁସାରେ, ନିକଟ ଅତୀତରେ ବିଶେଷଜ୍ଞ ମାନେ ବିଭିନ୍ନ ବୟସର ଗର୍ଭବତୀ ମହିଳା ମାନଙ୍କୁ ନେଇ ଏକ ପର୍ଯ୍ୟବେକ୍ଷଣ କରିଥିଲେ। ତେବେ ତାଙ୍କର ଏହି ପର୍ଯ୍ୟବେକ୍ଷଣ ଅନୁଯାୟୀ ସେମାନେ ଏକ ରିପୋର୍ଟ ରେ ପ୍ରକାଶ କରିଛନ୍ତି ଯେ, ଜଣେ ନାରୀ ମାତୃତ୍ବ ଲାଭ କରିବା ପାଇଁ କେଉଁ ବୟସ ଟି ପ୍ରଯୁଜ୍ୟ ହୋଇଥାଏ। ଏହି ରିପୋର୍ଟ ଅନୁଯାୟୀ ମହିଳା ମାନେ ୩୦ ବର୍ଷ ବୟସରେ ମାଆ ହେଲେ ବା ପିଲା ଜନ୍ମ କଲେ ସେମାନଙ୍କ ପିଲାମାନେ ସୁସ୍ଥ, ସବଳ, ସୁନ୍ଦର ଓ ଅତି ବିଚକ୍ଷଣ ବୁଦ୍ଧି ର ହୋଇଥାନ୍ତି।

କାରଣ ଜଣେ ମହିଳା ୩୦ ବର୍ଷ ବୟସରେ ୱେଲ୍ ସେଟେଲ୍ ହେବା ସହିତ ମାନସିକ ସ୍ତରରେ ମାତୃତ୍ବ ଲାଭ କରିବା ନେଇ ନିଜକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିଥାନ୍ତି। ଯାହାର ଏକ ପଜିଟିଭ୍ ପ୍ରଭାବ ନିଜ ଗର୍ଭରେ ଥିବା ଶିଶୁ ଉପରେ ପଡ଼ିଥାଏ।ଏହି ବୟସରେ ନାରୀ ମାନେ କୌଣସି ଷ୍ଟ୍ରେସ୍ ନେବାକୁ ପସନ୍ଦ କରି ନଥାନ୍ତି ଯାହା ଗର୍ଭସ୍ଥ ଶିଶୁ ର ସଠିକ୍ ବିକାଶ ଦିଗରେ ଶୁଭ ଫଳ ପ୍ରଦାନ କରିଥାଏ।

ସମାଜରେ ଅଳ୍ପ ବୟସରେ ଯେଉଁ ଝିଅ ମାନେ ବିବାହ କରି ଯେଉଁ ସନ୍ତାନ କୁ ସେମାନେ ଜନ୍ମ ଦେଇଥାନ୍ତି ,ସେହି ପିଲାମାନେ ଅଧିକାଂଶ ରେ ଦୁର୍ବଳ, ଧୀର ସ୍ଥିର, ଓ ଅଳ୍ପ ବୁଦ୍ଧି ସଂପନ୍ନ ହେବା ସହିତ ସେମାନଙ୍କ ଠାରେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ଗତ ସମସ୍ୟା ପରିଲକ୍ଷିତ ହୋଇଥାଏ। ତେଣୁ ସୁସ୍ଥ, ସବଳ ଓ ସୁନ୍ଦର ଏବଂ ଅତି ବୁଦ୍ଧିମାନ ପିଲା ଚାହୁଁଥିଲେ ନାରୀ ମାନେ ୨୭ ବର୍ଷ ବୟସରେ ବା ତା ଠାରୁ ଅଧିକ ବୟସରେ ବିବାହ କରିବା ଆବଶ୍ୟକ।