ଫେମିଲି କୋର୍ଟ ର ବଡ ଐତିହାସିକ ନିଷ୍ପତ୍ତି । ସ୍ୱାମୀ ଚଳିବା ପାଇଁ ଏବେ ସ୍ତ୍ରୀ ଦେବେ ଟଙ୍କା, ଜାଣନ୍ତୁ ସମ୍ପୂର୍ଣ୍ଣ ନିଷ୍ପତ୍ତି ବିଷୟରେ…..

ଆସିଲା ଫ୍ୟାମିଲି କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଐତିହାସିକ ନିଷ୍ପତ୍ତି ନେଲେ ଫ୍ୟାମିଲୀ କୋର୍ଟ।ଏବେ ସ୍ତ୍ରୀ ମାନଙ୍କ ଭଳି ସ୍ବାମୀ ମାନେ ମଧ୍ୟ ପାଇବେ ମାସିକ ଭତ୍ତା। ସ୍ଵାମୀଙ୍କ ଚଳିବା ଲାଗି ଏବେ ସ୍ତ୍ରୀ ଭରିବେ ଟଙ୍କା। ସ୍ଵାମୀଙ୍କ ଭରଣପୋଷଣ ପାଇଁ ପତ୍ନୀ ଦେବେ ଟଙ୍କା। ଆବେଦନକାରୀ ଙ୍କ ସ୍ତ୍ରୀ ଦେବେ ଏହି ଟଙ୍କା ଯାହାକୁ ଆମେ କହୁ ନାହୁଁ ବରଂ ଏହାକୁ କହିଛନ୍ତି ଉତ୍ତରପ୍ରଦେଶ ର ମୁଜାଫର୍ ନଗର ରେ ଥିବା ଏକ ପ୍ୟାମିଲି କୋର୍ଟ।

ଏକ ମାମଲା ର ଶୁଣାଣି କରିବାକୁ ଯାଇ କୋର୍ଟ ଏହିଭଳି ଏକ ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଯାହା ଏବେ ସମସ୍ତଙ୍କ ନଜର ରେ ରହିଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଉତ୍ତରପ୍ରଦେଶ ର କିଶୋରିଲାଲ ନାମକ ଜଣେ ବ୍ୟକ୍ତି 30 ବର୍ଷ ପୂର୍ବେ ବିହାର ର ମୁନୀ ଦେବୀଙ୍କୁ ବିବାହ କରିଥିଲେ।ତେବେ ବିବାହର କିଛି ବର୍ଷ ପରେ ସେମାନଙ୍କର କୌଣସି କାରଣରୁ ବିବାହ ବିଚ୍ଛେଦ ଘଟିଥିଲା।ତେବେ ସେହି ସମୟରେ ପତ୍ନୀ ମୁନୀ ଦେବୀ କାନପୁର ସ୍ଥିତ ଇଣ୍ଡିଆନ ଆର୍ମୀ ର ଜଣେ ଚତୁର୍ଥ ଶ୍ରେଣୀର କର୍ମଚାରୀ ଥିଲେ।

ବର୍ତ୍ତମାନ ସେ ଚାକିରୀ ରୁ ଅବସର ନେଇ ସାରିଥିବା ବେଳେ ପେନସନ ବାବଦକୁ ମିଳୁଥିବା 12 ହଜାର ଟଙ୍କାରେ ଟଙ୍କାରେ ତାଙ୍କର ଗୁଜୁରାଣ ମେଣ୍ଟାଉ ଅଛନ୍ତି।

ସେପଟେ ସ୍ବାମୀ କିଶୋରିଲାଲ୍ ମଧ୍ୟ ଚା ଦୋକାନ ଟିଏ କରି ନିଜର ପେଟ ପୋଷୁଛନ୍ତି। ତେବେ 7 ବର୍ଷ ପୂର୍ବେ କିଶୋରିଲାଲ୍ ପ୍ୟାମିଲୀ କୋର୍ଟ ର ଦ୍ୱାରସ୍ଥ ହୋଇଥିଲେ ଏବଂ ତାଙ୍କର ଦୟନୀୟ ଅବସ୍ଥା ବିଷୟରେ କୋର୍ଟ ଙ୍କ ନିକଟରେ କହିଥିଲେ ଏବଂ ତାଙ୍କର ଚଳିବା ପାଇଁ ଭତ୍ତା ଦେବାକୁ ମଧ୍ୟ କୋର୍ଟ ଙ୍କୁ ନିବେଦନ କରିଥିଲେ।ଏହାପରେ ନିକଟରେ କୋର୍ଟ ତାଙ୍କର ମାମଲା ର ଶୁଣାଣି କରି ସ୍ବାମୀ କିଶୋରିଲାଲ୍ ଙ୍କୁ ମାସିକ 2000 ଟଙ୍କା ଚଳିବା ନିମନ୍ତେ ଦେବାକୁ ପତ୍ନୀ ମୁନୀ ଦେବୀ ଙ୍କୁ ନିର୍ଦେଶ ଦେଇଛନ୍ତି।

ତେବେ ଏହି ଘଟଣା ଜାଣିବା ପରେ ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ ଏବଂ କୋର୍ଟ ଙ୍କ ଏହିଭଳି ଐତିହାସିକ ନିଷ୍ପତ୍ତି ଶୁଣିବା ପରେ ଆପଣଙ୍କ ମନରେ ବି ପ୍ରଶ୍ନ ଉଠୁଥିବ ଯେ କଣ ଏହା ବାସ୍ତବରେ ସତ। ହଁ ଏହା ସତ ଅଟେ। କେବଳ ସ୍ତ୍ରୀ ମାନେ ଭରଣ ପୋଷଣ ପାଇଁ ଟଙ୍କା ନେଇଥାନ୍ତି ସ୍ଵାମୀଙ୍କ ପାଖରୁ କିନ୍ତୁ କୋର୍ଟ ଙ୍କ ନିର୍ଦେଶ ଅନୁସାରେ ସ୍ତ୍ରୀ ମାନଙ୍କ ଭଳି ସ୍ବାମୀ ମାନେ ମଧ୍ୟ ପାଇବେ ମାସିକ ଭତ୍ତା।

ସ୍ଵାମୀଙ୍କ ଚଳିବା ଲାଗି ଏବେ ସ୍ତ୍ରୀ ଭରିବେ ଟଙ୍କା। ସ୍ଵାମୀଙ୍କ ଭରଣପୋଷଣ ପାଇଁ ପତ୍ନୀ ଦେବେ ଏହି ଟଙ୍କା।ତେବେ ଆବେଦନକାରୀ ଙ୍କ ସ୍ତ୍ରୀ ଦେବେ ଏହି ଟଙ୍କା ଯାହା ସମସ୍ତଙ୍କ ପାଇଁ ଏକ ଆଶ୍ଚର୍ଯ୍ୟର ବିଷୟ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।