ପୁଣି ସରକାର ନେଲେ ବଡ ନିଷ୍ପତି ! ଫେବ୍ରୁଆରୀ 28 ଯାଏଁ ବଢିଲା ଲକଡାଉନ୍, ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ, ଜାଣନ୍ତୁ କଣ ରହିବ ଗାଇଡଲାଇନ୍….

ବର୍ତ୍ତମାନର ସବୁଠୁ ବହୁତ ବଡ ଖବର, ମହାରାଷ୍ଟ୍ର ସରକାର ପୁଣି ଲକଡାଉନ୍ ଅବଦ୍ଧିରେ ବୃଦ୍ଧି କରିଲେ । କାହିଁକି ନାଁ ରାଜ୍ୟରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି । ତେଣୁ କହିବାକୁ ଗଲେ ବର୍ତ୍ତମାନ ସମୟରେ ମଧ୍ୟ ସାରା ଦେଶରେ କରୋନା ତାହାର ତାଣ୍ଡବ ରଚାଇ ଚାଲିଛି । କିନ୍ତୁ କରୋନା ଟୀକା ଆସିବା ପରେ ଏହାର ମାତ୍ରା ଅଳ୍ପ କମିବା ଆଶା କରା କରାଯାଇଛି । ହେଲେ ଦେଖିବା ପାଇଁ ମିଳିଛି ଯେ, ଲୋକ ମାନେ କରୋନା ଟୀକା ନେବା ପାଇଁ ମଧ୍ୟ ଭୟ କରୁଛନ୍ତି କାହିଁକି ନାଁ ଏହାର ସାଇଡ୍ ଇଫେକ୍ଟ ଦେଖିବା ପାଇଁ ମିଳୁଛି ଏବଂ ଏଥିରେ କାହାର କିଛି କ୍ଷତି ହେଲେ ସରକାର ସେଥିପାଇଁ ଦାୟୀ ହେବେ ନାହିଁ ବୋଲି କଡାକଡି ଭାବରେ ମନା କରିଦେଇଛନ୍ତି । ଏନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

ତେବେ ଏପରି ଏକ ପରିସ୍ଥିତି ରେ ମହାରାଷ୍ଟ୍ର ସରକାର ପୁଣି ଲକଡାଉନ୍ ଲାଗୁ କରିଛନ୍ତି ।ତେବେ ମହାରାଷ୍ଟ୍ର ସରକାର କରୋନା ମହାମାରୀକୁ ଆଖି ଆଗରେ ରଖି ଲକଡାଉନ୍ ଅବଦ୍ଧିରେ ବୃଦ୍ଧି କରିଛନ୍ତି ।

ବର୍ତ୍ତମାନ ରାଜ୍ୟରେ ଆସନ୍ତା ଫେବୃୟାରୀ ମାସ 28 ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ପ୍ରକ୍ରିୟା ଜାରି ରହିବ । ଆଉ ସରକାର କହିଛନ୍ତି ଯେ, ପ୍ରଥମେ ଯେଉଁ ସବୁ କଟକଣା କୋହଳ କରାଯାଇଥିବା ତାହା ସେପରି ରହିବ । ସମସ୍ତ ନୂଆ ଗାଇଡଲାଇନ କୁ ମଧ୍ୟ ପୂର୍ବରୁ ଜାରି ରହିଥିବା କଟକଣା ସହ ସାମିଲ କରାଯାଇଛି ।

ତେବେ ରାଜ୍ୟର ମୁଖ୍ୟ ଶାସନ ସଚିବ ସଞ୍ଜୟ କୁମାର ଲକଡାଉନ କୁ ଆହୁରି ଗୋଟିଏ ମାସ ବୃଦ୍ଧି ହୋଇ ଥିବା ନେଇ ବିଜ୍ଞପ୍ତି ଜାରି କରିଛନ୍ତି । ସେ କହିଛନ୍ତି ଯେ, କରୋନା ବିପଦ ଏବେବି ମଧ୍ୟ ସଂମ୍ପୂର୍ଣ୍ଣ ଭାବରେ ଟଳି ନାହିଁ, ତେଣୁ ଲକଡାଉନ୍ ବୃଦ୍ଧି ନେଇ ନିଷ୍ପତ୍ତି ନିଆଯାଇଛି ।

ଏହାସହ ସାମାଜିକ ଦୂରତା ଓ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ସରକାର ନୂଆ ନିର୍ଦ୍ଦେଶରେ ମହାମାରୀ ରୋଗ ଅଧିନିୟମ, 1897 ଓ ବିପର୍ଯ୍ୟୟ ପ୍ରବନ୍ଧନ ଅଧିନିୟମ 2005 ର ଉଦାହରଣ ଦେଇଛନ୍ତି ଏବଂ ଏହା ମଧ୍ୟ କହିଛନ୍ତି ଯେ, ଗାଇଡଲାଇନ କୁ ମହାରାଷ୍ଟ୍ର ସରକାର ସମସ୍ତ ବିଭାଗ କଡାକଡି ଭାବେ ଲାଗୁ କରିବେ ।

କିଛି ଦିନ ତଳେ ରିପୋର୍ଟ ଆସିଥିଲା ଯେ, ଦେଶର ମୋଟ କରୋନା ଆକ୍ଟିଭ୍ କେସ ମଧ୍ୟରୁ କେବଳ କେରଳ ଓ ମହାରାଷ୍ଟ୍ରର 67 ପ୍ରତିଶତ ଅଟେ । ତେବେ ମହାରାଷ୍ଟ୍ରରେ ଗୁରୁବାର ଦିନ 2889 ଟି ନୂଆ ପଜିଟିଭ୍ କେସ୍ ଚିହ୍ନଟ ହୋଇଛି ଏବଂ ଏହାସହ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 20,18,413 ରେ ପହଁଚିଛି । ଏପରିକି ଗତ 24 ଘଣ୍ଟା ମଧ୍ୟରେ ଆହୁରି 50 ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ତେଣୁ ପୁଣି ଥରେ ଲକଡାଉନ୍ ପ୍ରକ୍ରିୟାକୁ କଡାକଡି ଭାବରେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।