ଦେଖନ୍ତୁ ଭିଡ଼ିଓ । ହେ ଭଗବାନ ! ଦେଖନ୍ତୁ କିପରି ଫଟୋ ଉଠାଇବା ସମୟରେ ଜଳି ଗଲେ ନାବାଳକ । ସେଲଫି ନେବା ହେଲା କାଳ…..

ଆଜିକାଲି ଯୁଗରେ ଫଟୋ ଉଠାଇବାର ନିଶା ଯୁବପିଢି ଙ୍କ ସହିତ ଅନ୍ୟ ଲୋକଙ୍କୁ ଏତେ ମାତ୍ରାରେ ଘାରିଛି ଯେ ସେମାନେ କୌଣସି ବି ବିପଦଜନକ ସ୍ଥାନକୁ ବି ଛାଡ଼ୁ ନାହାନ୍ତି ଏଥିପାଇଁ। ସେଲଫି ନେବା ପାଇଁ ସେମାନେ କୌଣସି ବି ସ୍ଥାନକୁ ଚାଲି ଯାଉଛନ୍ତି ଏବଂ ନିଜ ଜୀବନକୁ ବିପଦକୁ ଠେଲି ଦେଉଛନ୍ତି। ଅଧିକାଂଶ ସମୟରେ ଏହି ଜନିତ ମୃତ୍ୟୁ ଘଟଣା ବି ଆପଣମାନେ ଦେଖିବାକୁ ପାଇଥିବେ।

ଅନେକ ସମୟରେ ସୋସିଆଲ ମିଡିଆରେ ଆମେ ଏହିଭଳି ଘଟଣା ସମ୍ପର୍କରେ ଆସୁଥିଲେ ମଧ୍ୟ ଏବେବି କିଛି ଲୋକ ସୁଧୁରି ନାହାନ୍ତି ଏବଂ ସେହିଭଳି ଫଟୋ ଉଠାଇବା କୁ ଲାଗି ପଡ଼ୁଛନ୍ତି ନିଜ ଜୀବନ ପ୍ରତି ବିପଦ ଥିବା ଜାଣି। ସେହିପରି ଏବେ ଏକ ଘଟଣା ସାମ୍ନାକୁ ଆସିଛି।

ଅନୁରୂପ ଭାବରେ ଏହି ଘଟଣା ରେ ମଧ୍ୟ କାଳ ହେଲା ସେଲଫି ନେବା। ଟ୍ରେନ୍ ଉପରେ ଛିଡ଼ା ହୋଇ ସେଲଫି ନେବା ବେଳେ ଏହିପରି ଏକ ଅଘଟଣ ଘଟିଛି।ତେବେ ଏଥିରେ ନାବାଳକ ଜଣଙ୍କ ଜଳି ଯାଇଛନ୍ତି। ତାଙ୍କ ନାମ ହେଉଛି ସୂର୍ଯ୍ୟ କୁମାର ଏବଂ ତାଙ୍କର ଘର ପାରଳାଖେମୁଣ୍ଡି ଗୌରଚନ୍ଦ୍ର ସାହି ରେ।

ତେବେ ସୂଚନା ଅନୁସାରେ ପାରଳାଖେମୁଣ୍ଡି ରେଲୱେ ଷ୍ଟେସନ ନିକଟରେ ଟ୍ରେନ୍ ଛିଡ଼ା ହୋଇଥିବା ସମୟରେ ସୂର୍ଯ୍ୟ କୁମାର ସେଲଫି ନେବା ପାଇଁ ଟ୍ରେନ୍ ଉପରକୁ ଚଢି ଯାଇଥିଲେ। ଏହାପରେ ଚାହୁଁ ଚାହୁଁ ଘଟଣା ସ୍ଥଳରେ ହିଁ ନାବାଳକ ଜଣଙ୍କ ଜଳି ଯାଇଥିଲେ। ଉକ୍ତ ଟ୍ରେନର ଛାତକୁ ଘୋଡାଇ ରଖା ଯାଇଥିବା ତାର୍ପୋଲିନ ରେ ନିଆଁ ଲାଗି ଯାଇଥିଲା।

କିଛି ସମୟ ଯାଏଁ ନିଆଁ ଜଳୁ ଥିବାରୁ ଟ୍ରେନର ଉପରି ଭାଗ ପ୍ରାୟତଃ ଜଳି ଯାଇଛି।ତେବେ ଏହାପରେ ଖବର ଦିଆଯିବା ପରେ ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲା।ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏହିଭଳି ଭାବରେ କାହାକୁ କିଛି ନପଚାରି କିପରି ଭାବରେ ନାବାଳକ ଜଣଙ୍କ ଏହିପରି ଦୁଃସାହସ କରିଥିଲେ ଏବଂ କୁହା ଯାଉଛି କି ଯେଉଁ ତାର ସଂସ୍ପର୍ଶରେ ଆସି ସେ ଜଳି ଯାଇଥିଲେ ସେଥିରେ ୨୫ ହଜାର ଭୋଲଟ୍ ର ଚାର୍ଜ ରହିଥିଲା।

ତେଣୁ ଏହାର ସଂସ୍ପର୍ଶରେ ଆସିବା ମାତ୍ରେ ସେ ଜଳି ଯାଇଥିଲେ। ତାଙ୍କୁ ମୃତ ଅବସ୍ଥାରେ ସେଠାରୁ ଉଦ୍ଧାର କରା ଯାଇଥିଲା। ଏହି ଘଟଣାକୁ ନେଇ ପାରଳାଖେମୁଣ୍ଡି ଥାନାର ଆଇ ଆଇ ସି ମଧ୍ୟ ସୂଚନା ଦେଇଛନ୍ତି ଯେ ସେଲ୍ଫି ନେବା ପାଇଁ ଟ୍ରେନ୍ ଉପରକୁ ଚଢି ଥିବା ନାବାଳକ ଜଣଙ୍କ ଅଧିକ ଭୋଲ୍ଟ ର ବିଦ୍ୟୁତ ସଂଯୋଗ ସଂସ୍ପର୍ଶରେ ଆସି ଜଳି ଯାଇଛନ୍ତି। ଘଟଣା ପରେ ଉକ୍ତ ସ୍ଥାନରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

ତେବେ ଆମେ ଆପଣଙ୍କୁ ଏତିକି ଅନୁରୋଧ କରିବୁ ଦୟାକରି ଏହିଭଳି ଭାବରେ ବିପଦ ଜନକ ସ୍ଥାନରେ ଫଟୋ ଉଠାଇବା ରୁ ବିରତ ରୁହନ୍ତୁ ଏବଂ ସାବଧାନ ହୁଅନ୍ତୁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।