କୃଷକଙ୍କ ପରେ ରାସ୍ତାକୁ ଓହ୍ଲାଇବ ବ୍ୟବସାୟୀ ସଂଘ । ଫେବୃଆରୀ ୨୬ ରେ ଭାରତବନ୍ଦ କରିବାକୁ ବ୍ୟବସାୟୀ ସଂଘର ଡାକରା, ଶୀଘ୍ର ଅଧିକରୁ ଅଧିକ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ….

ବ୍ୟବସାୟିକ ସଂସ୍ଥା । କୃଷି ଆଇନ୍ ପରି ଗୋଳମାଳିଆ ଜିଏସଟି ବ୍ୟବସ୍ଥା ଓ ଜିଏସଟି ଅଧିକାରୀ ଙ୍କ ଏକ ତରଫା ନିଷ୍ପତି କୁ ବିରୋଧ କରିଛନ୍ତି ବ୍ୟବସାୟିକ ସଂସ୍ଥା ଓ ଆସନ୍ତା ୨୬ ତାରିଖ ଦିନ ଏହି ପ୍ରସଙ୍ଗ ରେ ଭାରତ ବନ୍ଦ ଡାକରା ଦେଇଛନ୍ତି ବ୍ୟବସାୟିକ ସଂସ୍ଥା। ସୂଚନା ଅନୁସାରେ ଏହି ବନ୍ଦ ଡାକରା କୁ ଦେଶର ୪୦ ହଜାର ରୁ ଅଧିକ ବ୍ୟବସାୟିକ ସଂସ୍ଥା ସମର୍ଥନ କରୁଛନ୍ତି ।

ସୂଚନା ଅନୁସାରେ ଦେଶରେ ଥିବା ସିଏଆଇଟିର ପ୍ରତିନିଧି ମାନେ ମଧ୍ୟ ଏହି ବନ୍ଦ ଡାକରା କୁ ସଫଳ କରିବା ପାଇଁ ସଜବାଜ ହେଲେଣି। ଅନ୍ୟ ପକ୍ଷରେ ସିଏଆଇଟିର ମହାସଚିବ ପ୍ରବୀଣ ଖଣ୍ଡେଲୱାଲ ଏହି ପ୍ରସଙ୍ଗ ରେ ନିଜ ମତ ରଖି କହିଛନ୍ତି ଯେ ଏହି ଭାରତ ବନ୍ଦ କୁ ସଫଳ ନକରିବା ପାଇଁ ଟିକସ ପେସାଦାର ମାନଙ୍କ ର ଜାତୀୟ ତଥା ରାଜ୍ୟ ସ୍ତରୀୟ ସଂଗଠନ ଯେମିତି କି ଚାର୍ଟାଡ୍ ଆକାଉଣ୍ଟାଣ୍ଟ, ଟିକସ ଉପଦେଷ୍ଟା, କମ୍ପାନୀ ସେକ୍ରେଟାରି, କ୍ଷୁଦ୍ର ଉଦ୍ୟୋଗ, ପେଟ୍ରୋଲ ପମ୍ପ, ଖାଉଟି, ହକର, ଖାଦ୍ୟ ପ୍ରକ୍ରିୟାକରଣ, ମୋବାଇଲ ଶିଳ୍ପ ଏବଂ ବିଭିନ୍ନ ସେବା ପ୍ରଦାନକାରୀଙ୍କ ପାଖରେ ଏହି ବିଷୟ ରେ ଆଲୋଚନା କରିବା ପାଇଁ ପହଁଚିବୁ ।

ତେବେ ଏହି ବନ୍ଦ ଡାକରା ରେ ପ୍ରାୟ ସମସ୍ତ ବ୍ୟବସାୟ ସଂସ୍ଥା ବନ୍ଦ ରହିବ ବୋଲି କୁହା ଯାଇଛି। କେବଳ ନୀତି ଦିନିଆ ବ୍ୟବହାର ସାମଗ୍ରୀ ବା ଅତି ଆବଶ୍ୟକ ସାମଗ୍ରୀ ବ୍ୟବସାୟ ମାନ ଚାଲୁ ରହିବ । ସୂଚନା ଅନୁସାରେ ଏହି ବନ୍ଦ ଡାକରା ରେ ଅନଲାଇନ୍ ବିଜିନେସ ମ୍ୟାନ ମାନଙ୍କ ସହିତ ଅର୍ଥନୀତି ସହିତ ଜଡ଼ିତ ଥିବା ସମସ୍ତ ସଂସ୍ଥା ମାନଙ୍କୁ ଏଥିରେ ସାମିଲ ହେବା ପାଇଁ ଆହ୍ବାନ ଦିଆ ଯାଇଛି । ତେବେ କୃଷି ଆଇନ୍ କୁ ବିରୋଧ କରି ରାଜ ରାସ୍ତା କୁ ଓହ୍ଲାଇ ଥିବା କୃଷକ ମାନଙ୍କ ସହିତ ତୈଳ ଦର ବାରମ୍ବାର ବୃଦ୍ଧି ପାଉଥିବା ଯୋଗୁଁ ମଧ୍ୟ ଅନେକ ଥର ବନ୍ଦ ପାଳନ ହୋଇ ସାରିଛି। ବର୍ତ୍ତମାନ ଏହି ବନ୍ଦ ଡାକରା ପାଳନ ରେ ବ୍ୟବସାୟିକ ସଂସ୍ଥା ଯୋଡ଼ି ହେବାକୁ ଯାଉଛି।

ସୂଚନା ଅନୁସାରେ ଗତ କାଲି କୃଷକ ସଂଘ ପକ୍ଷରୁ ଦେଶ ସ୍ତରୀୟ ରେଳ ରୋକ କରାଯାଇ ଥିଲା। ଦିନକୁ ଦିନ ବିଖ୍ୟୋପ ବଢ଼ି ଚାଲିଥିଲେ ମଧ୍ୟ ଏହା ପ୍ରତି ସରକାର ଙ୍କ ପତିକ୍ରିୟା କଣ ରହିବ ଏହାକୁ ସମସ୍ତେ ଅପେକ୍ଷା କରିଛନ୍ତି। ତେବେ କୃଷକ ମାନଙ୍କ ପରେ ବର୍ତ୍ତମାନ ବ୍ୟବସାୟିକ ସଂସ୍ଥା ର ଏଭଳି ଭାବେ ବିକ୍ଷୋପ ଓ ବନ୍ଦ ଡାକରା ସାଧାରଣ ଜନତା ଙ୍କ ଉପରେ ଖରାପ୍ ପ୍ରଭାବ ପକାଇ ଥିବାର ପରିଲିଖିତ ହୋଇଛି। ବର୍ତ୍ତମାନ ସମସ୍ତେ ଅପେକ୍ଷା କରିଛନ୍ତି ଯେ ସରକାର ଙ୍କ ଉପରେ ଏହି ବନ୍ଦ ଡାକରା କେତେ ପରିମାଣ ର ପ୍ରଭାବ ପକାଇବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।