Face pack -ଯେତେବି ଖରା ହେଉ ମୁହଁ ଗୋରା ଚିକ୍କଣ ଆଉ ଟାଇଟ କରି ରଖିବ, କରନ୍ତୁ ଏହି ଛୁଟିଆ ଉପାୟ…
ତେବେ ସମସ୍ତେ ପ୍ରାୟ ନିଜ ମୁହଁ କୁ ନେଇ ବହୁତ ଯତ୍ନ ନେଇ ଥାଆନ୍ତି, କାରଣ ସମସ୍ତ ଙ୍କର ଇଚ୍ଛା କି ତାଙ୍କ ମୁହଁ କିପରି ସୁନ୍ଦର ଦେଖା ଯାଉ ଆଉ ଅଧିକ ଗ୍ଲୋ କରୁ | ତେବେ ବର୍ତ୍ତମାନ ସମୟରେ ଖରା ଦିନ ଆସି ଗଲା ଆଉ ଏହି ଖରା ରେ ଲୋକେ ବାହାରକୁ ଯିବା ପାଇଁ ବହୁତ କଷ୍ଟ ପାଇ ଥାଆନ୍ତି କାରଣ ଖରା ରେ ଆହୁରି ମୁହଁ ଅଧିକ କଳା ପଡ଼ି ଯାଇଥାଏ ଆଉ ଯାହାକୁ ନେଇ ଲୋକେ ଖୁବ ଚିନ୍ତା ରେ ପଡ଼ି ଯାଇଥାନ୍ତି | ଅନେକ ଲୋକ ଅଛନ୍ତି ଯେଉଁ ମାନେ ନିଜ ସୁନ୍ଦର ଫେସ ପାଇଁ ଅନେକ କେମିକାଲ କ୍ରିମ ଓ ଫେସୱାସ ଓ ସାବୁନ ଆଦି ମୁହଁରେ ଲଗାଇ ଥାଆନ୍ତି |
ଯାହା ଦ୍ୱାରା କି ମୁହଁ ଆହୁରି କଳା ପଡ଼ିଯିବା ସହିତ ମୁହଁରେ ଘା ମଧ୍ୟ ହୋଇ ଯାଇଥାଏ ଯାହାକି ନିଜ ଚେହେରା ଆହୁରି ବିଗିଡି ଯାଇ ଥାଏ | ତେବେ ଆଜି ଏବଂ ଏକ ଫେସ ପ୍ୟାକ ସମ୍ପର୍କ ରେ କହିବୁ ଯାହା ଦ୍ୱାରା ଆପଣଙ୍କ ଫେସ ଖୁବ ଗ୍ଲୋ କରିବ |
ପ୍ରସ୍ତୁତି ପ୍ରଣାଳୀ:-ଷ୍ଟେପ 1 :- ପ୍ରଥମେ ଏକ ପାତ୍ରରେ ଏକ ଚାମଚ୍ ବେସନ ନିଅନ୍ତୁ ଓ ଏକ ଚାମଚ୍ କଞ୍ଚା କ୍ଷୀର ନିଅନ୍ତୁ | ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ ଏବେ ଏହାକୁ ଭଲ ଭାବରେ ଆପଣଙ୍କ ପୁରା ଫେସ୍ ରେ ଲଗାଇ ଭଲ ଭାବରେ ପରିଷ୍କାର କରି ଦିଅନ୍ତୁ |
ଷ୍ଟେପ୍ 2 :- ଏବେ ଆପଣଙ୍କୁ ଚାଉଳ ଓ ମସୁର ଡାଲି ର ଗୁଣ୍ଡ ନେବାକୁ ପଡିବ, ଏହାପରେ ଆପଣ ଏକ ଚାମଚ କଫି ପାଉଡର ନିଅନ୍ତୁ ଏବଂ ଅଧ ଚାମଚ ଚିନି ର ଗୁଣ୍ଡ କରି ନିଅନ୍ତୁ | ଏହାକୁ ମିଶାଇବା ପାଇଁ ଆପଣ ଦହି ନିଅନ୍ତୁ ନହେଲେ ଟମାଟୋ ରସ୍ ମଧ୍ୟ ନେଇ ପାରିବେ ଆଉ ଯାହାକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ | ଏବେ ଏହାକୁ ଫେସ୍ ରେ ଲଗାଇ ଭଲ ଭାବରେ ୨ ମିନିଟ୍ ସ୍କ୍ରଫ କରନ୍ତୁ ପରେ ପରେ ନର୍ମାଲ ପାଣି ରେ ମୁଁହ ଧୋଇ ଦିଅନ୍ତୁ |
ଷ୍ଟେପ୍ 3 :- ଏହାପରେ ଆପଣ ଏଲୋବେର ଜେଲ୍ ରେ ଅଧା ଚାମଚ ବିଲାତି ରସ ମିଶାଇ ଦିଅନ୍ତୁ ଆଉ ଏହାକୁ ଭଲ ଭାବରେ ମୁଁହରେ ୧୦-୧୫ ମିନିଟ୍ ପର୍ଯ୍ୟନ୍ତ ମସାଜ୍ କରନ୍ତୁ |
ଷ୍ଟେପ୍ 4 :- ଏକ ପାତ୍ର ରେ ମୁଲତାନି ମାଟି ଏକ ଚାମଚ, ଚନ୍ଦନ ପାଉଡର ଏକ ଚାମଚ , ଦହି ଦୁଇ ଚାମଚ ଏବଂ ଅଧା ଚାମଚ କମଳା ରସ୍ ନେଇ ଭଲ ଭାବରେ ମିକ୍ସ କରନ୍ତୁ | ଏହାପରେ ଏହାକୁ ଆପଣଙ୍କ ଫେସ୍ ରେ ଲଗାଇ ୧୦ ରୁ ୧୫ ମିନିଟ୍ ରହିବାକୁ ଦିଅନ୍ତୁ, ଆଉ ପରେ ନର୍ମାଲ ପାଣି ରେ ମୁଁହ ଧୋଇ ଦିଅନ୍ତୁ ଯାହା ପରେ ଆପଣ ମଶ୍ଚରାଇଜର ଲଗାଇ ପାରିବେ | ଏହାକୁ ଆପଣ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ୟୁଜ କରନ୍ତୁ ଏବଂ ଏହାକୁ ଲଗାଇବା ସମୟରେ ଆପଣ କୌଣସି ସାବୁନ ଓ ଫେସୱାସ ୟୁଜ କରିବେ ନାହିଁ |