ଦେଖନ୍ତୁ EXCLUSIVE :ଭିଡିଓ -ଯମ ଜଗିଥିଲା ଗଙ୍ଗାର ସାଙ୍ଗ ହୋଇ ଚାଲିଗଲେ 6 ଭାଇ ଭଉଣୀ..

ମନୁଷ୍ୟ ଜୀବନରେ କେତେବେଳେ କଣ ଘଟିବ କେହି କହିହେବ ନାହିଁ। ଜନ୍ମ ଅଛି ତୋ ମୃତ୍ୟୁ ଅଛି, କିନ୍ତୁ ମୃତ୍ୟୁ କାହାକୁ କେତେ ବେଳେ କବଳିତ କରିବ ତାହା କେହି କହି ପାରିବେ ନାହିଁ। ଆପଣ ମାନେ ଦେଖିଥିବେ ଯେ ଯେପରି ସାରୁ ପତ୍ରରେ ପାଣି ଢଳ ଢଳ ହୋଇଥାଏ ଠିକ ସେହିପରି, ମନୁଷ୍ୟ ଜୀବନ ମଧ୍ୟ ଠିକ ସାରୁ ପତ୍ର ସଦୃଶ। ସବୁ ଜନ୍ତୁଙ୍କ ଠାରୁ ମଣିଷ ଏମିତି ଏକ ପ୍ରାଣୀ ଯିଏ କିଏ ନିଜର ଭାବକୁ ଅନ୍ୟ ଆଗରେ ପ୍ରକାଶ କରିପାରନ୍ତି, ଯଦି ନିଜ ଲୋକ କେହି ଆମ ଗହଣରୁ ଚାଲିଯାଏ ତାହା ଆମକୁ ଅନେକ କଷ୍ଟ ଦେଇଥାଏ, କାରଣ ନିଜ ଲୋକଙ୍କ ମୃତ୍ୟୁ ସହିବା ଭାରି କଷ୍ଟ, ହୋଇଥାଏ।

ହେଲେ ଆଜିକାଲି ଲୋକ ମାନେ ଚାପ ଆଡ଼କୁ ଗତି କରୁଛନ୍ତି। ମନୁଷ୍ୟ ଜୀବନରେ ଅନେକ ସମସ୍ୟା ଆସିଥାଏ। ଅନେକ ଅଛନ୍ତି , ସମସ୍ୟା ସମାଧାନ କରି ଆଗକୁ ବଢ଼ନ୍ତି ଆଉ କିଛି ଅଛନ୍ତି। ସମାଧାନ ନକରି ମୃତ୍ୟୁ କୁ ଆପଣେଇ ଥାନ୍ତି। କିନ୍ତୁ ବର୍ତ୍ତମାନ ଯେଉଁ ଅଘଟଣ ଘଟିଛି ତାହା ପ୍ରକାଶ କରିବା ମଧ୍ଯ ସମ୍ଭବ ନିହେଁ, ତାହା ଏତେ ହୁ-ଦୟ ବିଦାରକ ଯାହା ଆପଣ ଶୁଣିଲ ଆପଣଙ୍କ ଆଖିରେ ଟୋପାଏ ଲୁହ ତ ନିଶ୍ଚୟ ଝରି ଆସିବ। ତେବେ ଚାଲନ୍ତୁ ଜାଣିନେବା କଣ ସେହି ଘଟଣା ବିଷୟରେ,

ପାଣିରେ ବୁଡିଯାଇ ଚାଲିଗଲା ଗୋଟିଏ ପରିବାରର 6 ଜଣଙ୍କ ଜୀବନ । ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟମାନଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଜିଲ୍ଲା ପ୍ରଶାସନ ସମେତ ଏସଡିଆରଏଫ୍ ଏବଂ ଗୋତାଖୋରୀ ର ସର୍ଚ୍ଚ ଅପରେସନ୍ ଟିମ୍ ।

ଆପଣ ଯେଉଁ ଫଟୋ ଦେଖୁଛନ୍ତି ଏହା ହେଉଛି ମୃତ୍ୟୁ ର କିଛି ମାତ୍ର କ୍ଷଣ ପୂୁର୍ବ ରୁ ଉଠା ଯାଇ ଥିବା ଫଟୋ । ସୂଚନା ମୁତାବକ, ସୌରଭ କଟିୟାର ଙ୍କ ଦାଦା ଙ୍କ ଦୋକାନ ଉଦଘାଟନ ହେବାର ଥିଲା । ଏଥିରେ ଯୋଗଦେବାକୁ ତାଙ୍କ ସମ୍ପର୍କୀୟ ଓ ତାଙ୍କ ପିଲାମାନେ ଆସିଥିଲେ । ଏମାନଙ୍କ ମଧ୍ୟରେ ଥିଲେ ଅନୁଷ୍କା, ତନୁ, ମନୁ, ଆଂଶିକା ଓ ସୌରଭ ସମସ୍ତେ ମିଶିି ମଙ୍ଗଳବାର ଦ୍ୱିପହର ସମୟରେ ଗଙ୍ଗାଘାଟକୁ ଯାଇ ପାଣିରେ ପଶି ଫଟୋ ଉଠାଇବାକୁ ଇଚ୍ଛା କରିଥିଲେ । ବାହାରେ ରହି ଗୌରୀ ଏମାନଙ୍କ ଫଟୋ ଉଠାଇଥିଲା ।

ଠିକ୍ ଏହି ସମୟରେ ଆଂଶିକା ପାଣିରେ ବୁଡିବାକୁ ଲାଗିଲା । ତାଙ୍କୁ ବଞ୍ଚାଇବାକୁ ଯାଇ ସମସ୍ତେ ଜଣକ ପରେ ଜଣେ ପାଣି ଭିତରକୁ ପଶିଯାଇଥିଲେ । ଚାହୁଁଚାହୁଁ ସମସ୍ତେ ବୁଡିଯାଇ ଗଙ୍ଗାର ସ୍ରୋତରେ ଭାସିଯାଇଥିଲେ । ବୁଧବାର ରାତିରେ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଅନ୍ୟ 5 ଜଣଙ୍କୁ ଖୋଜା ଜାରି ରହିଛି ।