Exclusive: ପିଣ୍ଟୁ ସକାଳୁ ଆସିବେ ଡ୍ରିଙ୍କସ କରିବେ,ମୁଁ ଅନେକ ଥର ମନା କରିଛି, ସେ ଖାଲିପେଟରେ ପିଅନ୍ତି..ମଦରେ ବୁଡି ରହୁଥିଲେ….

ତେବେ ବର୍ତ୍ତମାନ ସମୟରେ ଓଲିଓଡ଼ ଜଗତ ର କଳାକାର ପିଣ୍ଟୁ ନନ୍ଦ ଆମ ଗହଣରେ ନାହାଁନ୍ତି ସେ ଲିଭର ସିରସିଆ ରୋଗ ରେ ଆକ୍ରାନ୍ତ ହୋଇ କିଛି ଦିନ ଜୀଵନ ସହ ସଂଘର୍ଷ କରିବା ପରେ ଗତ କାଲି ତାଙ୍କର ମୃତ୍ୟୁ ହୋଇ ଯାଇଛି | ତେବେ ସେ ରହୁଥିବା ଘରର ସିକୁଟିଗାର୍ଡ ତାଙ୍କୁ ନେଇ କିଛି କହିଛନ୍ତି, ସେ କହିଛନ୍ତି କି ମୋର ତାଙ୍କ ସହିତ ବହୁତ ଭଲ ମଝିରେ ଖାଲି ଟିକେ ଝଗଡା ହୋଇ ଯାଇଥିଲା ସେଇଠୁ ଟିକେ କଥାବାର୍ତା ବନ୍ଦ ହୋଇ ଗଲା ନହେଲେ ଆଗରୁ ଆମର ଭଲ କଥାବାର୍ତା |

ଆଉ ସାହାଯ୍ୟ ସେ ମତେ କରିଛନ୍ତି ପଇସା ପତ୍ର ସେ ମତେ ଯାଚିକି ଦିଅନ୍ତି, କୁଆଡେ ଯାଇଥିବି ତାଙ୍କର ଯଦି ମନ ହୋଇ ଥିବ ତେବେ ଶହେ ଦୁଇଶହ ମତେ ଯାଚିକି ସେ ଦେବେ | ମୁଁ ତାଙ୍କ ସହିତ ମିଶିକି କେବେ ଡ୍ରିଙ୍କ କରିନି ସେ ମଦ ପିଇବେ ଏଠି ତାପରେ ମତେ ବଢିଆ ପିଲା କହିକି ଖୁସିରେ ପଇସା ଦିଅନ୍ତି |

ଆଉ ତାଙ୍କ ପୁଅ ସହିତ ମୁଁ କେବେ କଥା ହୋଇ ନାହିଁ କିନ୍ତୁ ସେ ମଝିରେ ମଝିରେ ଏଠିକି ଆସନ୍ତି ଦୁଇ ଜଣ ପୁଅ ଆସିଲେ ତାଙ୍କ ବଡ଼ ଭାଇର ପୁଅ ଆଉ ତାଙ୍କ ନିଜର ପୁଅ ଆସନ୍ତି | ରୋଗ ତାଙ୍କର ହେବାର କାରଣ ହେଉଛି ତାଙ୍କୁ ଯେତେ ବୁଝେଇଲେ ବି ସେ ବୁଝିବେ ନାହିଁ ସକାଳୁ ଆସିବେ ତାଙ୍କର ଡ୍ରିଙ୍କସ ଚାଲିଲା |

ମୁଁ କେତେ ଥର ମନା କରିଛି ସାର ଏତେ ପିଅନ୍ତୁ ନାହିଁ, ସେ କିନ୍ତୁ କିଛି ଶୁଣନ୍ତି ନାହିଁ ପାଣି ବୋତଲ ଗୋଟେ ନେଇ ଆସିବେ ଆଉ ମତେ କହିବେ ସେପଟେ ମଦ ଦୋକାନ ଯା ଗୋଟେ ନେଇ ଆସିବୁ | ତାଙ୍କର ଗୋଟେ ସାନୁ ବୋଲି ପିଲା ପାଖରେ ଥିଲା ସେ ତାଙ୍କ ସହିତ ଯିବା ଆସିବା କରେ ତାକୁ କହିଲେ ସେ ଆଣିକି ମଦ ଦେଇ ଦେବେ ତାପରେ ସେଠି ଗୋଟେ ବାହାରେ ଖଟ ପଡ଼ିଛି ସେଠି ବସିକି ତାଙ୍କର ଚାଲିଲା |

ମୁଁ ତାଙ୍କୁ କୁହେ ମଧ୍ୟ ଏଠି ପିଅନ୍ତୁ ନାହିଁ ଅନ୍ୟ ସାର ଦେଖିଲେ ପାଟି କରିବେ ସେ କିନ୍ତୁ କୁହନ୍ତି କି କାହିଁକି ପାଟି କରିବେ ମୁଁ ପାଣି ପିଉଛି ନା ମୁଁ କଣ ଡ୍ରିଙ୍କସ କରୁଛି କି ତୁ ବସୁନୁ ଏମିତି କୁହନ୍ତି | ଆଉ ସେ ଯେଉଁଭଳି ଭାବରେ ଖାଲି ପେଟରେ ମଦ ପିଅନ୍ତି ସେଥିପାଇଁ ତାଙ୍କର ଏମିତି ରୋଗ ହେଲା |

ଆଉ ତାଙ୍କ ବାପା ମା ବି ଏଠାରେ ରହୁ ଥିଲେ କିନ୍ତୁ ତାଙ୍କ ଦେହ ଖରାପ ହେବାରୁ ସେ ବି ତାଙ୍କ ବଡ଼ ଭାଇ ଘରକୁ ପଳେଇଲେ | ଆଉ ତାଙ୍କର 4 କି 5 ବର୍ଷ ହେଲାଣି ଡିଭର୍ସ ହୋଇ ଗଲାଣି ବୋଧ ହୁଏ ମଦ ପିଇକି ଝଗଡା ହେବାରୁ ଡିଭର୍ସ ହୋଇ ଥିବ | ଆଉ ତାଙ୍କ ସ୍ତ୍ରୀ ବି ପାଖରେ ରହିଲେନି ଯାହା ବି ସେ ରୋଜଗାର କରନ୍ତି ତାଙ୍କ ବାପା ମା ଙ୍କୁ କିଛି ଦିଅନ୍ତି ଆଉ ନିଜେ ଏମିତି ମଦ ପିଇକି ଖର୍ଚ୍ଚ କରନ୍ତି ବୋଲି ସିକୁଟିଗାର୍ଡ ଜଣଙ୍କ ମିଡ଼ିଆ ସାମ୍ନାରେ କହିଛନ୍ତି |