ଏଥିରୁ ବାଛନ୍ତୁ ଗୋଟିଏ Ganesh ଙ୍କ ମୂର୍ତ୍ତି ଏବଂ ଜାଣନ୍ତୁ ନିଜ ବିଷୟରେ ଗୋଟେ ଖାସ Secret କଥା – Life Style

ଆପଣମାନେ ସମସ୍ତେ ଜାଣିଥିବେ ଗଣେଶକୁ ବିଦ୍ୟାର ଦାତା ବୋଲି କୁହାଯାଏ। ଗଣେଶ ସମସ୍ତଙ୍କ ଦୁଃଖ କଷ୍ଟ କୁ ବିନାଶ କରିଥାଏ। ତେ ବେ ଆମ ହିନ୍ଦୁ ଧର୍ମରେ ୩୩ କୋଟି ଦେବାଦେବୀ ରହିଛନ୍ତି। ଆଉ ସେହି ଦେବାଦେବୀ ମାନଙ୍କ ମଧ୍ୟରୁ ଗଣେଶଙ୍କୁ ମଧ୍ୟ ପୂଜାର୍ଚ୍ଚନା କରାଯାଏ। ତେବେ ଜୀବନରେ ସମସ୍ତଙ୍କର ଅନେକ ସମସ୍ୟା ଆସିଥାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ପ୍ରାୟତଃ ଜ୍ୟୋତିଷ ଶାସ୍ତ୍ରର ଉପଯୋଗ କରିଥାନ୍ତି।

ତେବେ ଆଜି ଗଣେଶଙ୍କର ତିନୋଟି ମୂର୍ତ୍ତି ବିଷୟରେ କହିବୁ, ତାହା ହେଉଛି ଏକଦନ୍ତ, ଗଜାନନ, ଗଣପତି। ତେବେ ଏହି ତିନୋଟି ଗଣେଶ ମୂର୍ତ୍ତି କୁ ପସନ୍ଦ କରନ୍ତୁ ।ଯେଉଁ ବ୍ୟକ୍ତି ଯେଉଁ ଗଣେଶ ମୂର୍ତ୍ତି ପସନ୍ଦ କରିବେ ସେ କେଉଁ ସ୍ୱଭାବର ହୋଇଥିବେ, ସମୟ ତାଙ୍କୁ କେଉଁ ଆଡ଼କୁ ନେଇଯିବ ସେ ବିଷୟରେ ଜଣେଇବୁ। ତେବେ ଜାଣିବା ସମ୍ପୂର୍ଣ୍ଣ କଥା ବିଷୟରେ।

୧- ଏକଦନ୍ତ ମୂର୍ତ୍ତି

 

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଇଛି କି ଯେଉଁ ବ୍ୟକ୍ତି ଏକଦନ୍ତ ମୂର୍ତ୍ତି କୁ ବାଛିଥାନ୍ତି ସେମାନେ ସ୍ୱାଭିମାନୀ ହୋଇଥାନ୍ତି। ତେବେ ଆପଣ ଆଗକୁ ଆସୁଥିବା ଲମ୍ବା ସମୟରେ ଅନେକ ସମସ୍ୟାକୁ ସାମ୍ନା କରିବାକୁ ପଡ଼ିବ। ଆପଣ ଜଣେ ଗଭୀର ବ୍ୟକ୍ତି ଅଟନ୍ତି,ଅଯଥାରେ ସମୟ ନଷ୍ଟ ନକରି ନିଜ କେରିଅର ପାଇଁ ଚିନ୍ତା କରିଥାନ୍ତି ।ଆପଣ ନିଜର ଅଭିଜ୍ଞାତା ମାଧ୍ୟ୍ୟମରେ ନିଜେ ହିଁ ଦିନେ ସଫଳତା ହାସଲ କରିବେ,ଜୀବନରେ ଆପଣ ଯେକୌଣସି କାର୍ଯ୍ୟ କରିବା ପାଇଁ ଚେଷ୍ଟା କରନ୍ତି ସେହି କାର୍ଯ୍ୟ ବିଷୟରେ ଅଧିକ ଚିନ୍ତାକରିଥାନ୍ତି ।ଆପଣ ବିବାହିତ ହୋଇଥିଲେ ନିଜର ଜୀବନ ସାଥୀଙ୍କ କଥା ନିଶ୍ଚିତ ଶୁଣନ୍ତୁ, ତାହାଦ୍ଵାର ଆପଣ ବହୁତ ଆଗକୁ ଯାଇପାରିବ ।

୨ -ଗଜାନନ ମୂର୍ତ୍ତି

 

ଗଜାନନ ମୂର୍ତ୍ତି ପସନ୍ଦ କରିଥିବା ବ୍ୟକ୍ତିମାନେ ବହୁତ ଧର୍ଯ୍ୟବାନ ଓ ଵିଵେକୀ ହୋଇଥାନ୍ତି ।ଏହି ବ୍ୟକ୍ତିମାନେ ଯେଉଁ କ୍ଷେତ୍ରରେ ରହନ୍ତି ସବୁ କ୍ଷେତ୍ରରେ ଉଚ୍ଚରେ ହିଁ ରହିଥାନ୍ତି ।ଏହି ବ୍ୟକ୍ତିମାନେ ପବିତ୍ର ସ୍ଵଭାଵ ସମ୍ପର୍ଣ ହୋଇଥିବାରୁ ସବୁ ବ୍ୟକ୍ତିଙ୍କର ପ୍ରିୟ ହୋଇଥାନ୍ତି ।ଆପଣ କ୍ରୋଧୀ ସ୍ଵଭାବର ହୋଇଥାନ୍ତି ତେଣୁ ଟିକେ କଥାରେ ଶୀଘ୍ର ରାଗିଯାଇଥାନ୍ତି, ଏଥିପାଇଁ ଆପଣକୁ ବହୁତ ଲୋକ ଭୁଲ ବୁଝିଥାନ୍ତି କିନ୍ତୁ ଯେଉଁମାନେ ଆପଣକୁ ଭଲରେ ବୁଝିଛନ୍ତି ସେମାନେ ଆପଣକୁ କେବେ ତ୍ୟାଗ କରନ୍ତି ନାହିଁ ।ଆପଣ ଖର୍ଚି ସ୍ଵଭାଵର ହୋଇଥାନ୍ତି ତେଣୁ ଜୀବନରେ କେବେ ଧନ ସଂଚୟ କରିପାରନ୍ତି ନାହିଁ ।ଜୀବନରେ ଏକ ନିର୍ଦ୍ଧିଷ୍ଟ ସମୟ ସୀମାରେ ଆପଣ ସଫଳତା ପ୍ରାପ୍ତ କରିବେ, ଆପଣଙ୍କ ପାଖକୁ ଏତେ ଧନ ଆସିବ ଯେ ତାହା କେବେ ଆପଣ ଧାରଣ କରିନଥିବେ ।

୩- ଗଣପତି ମୂର୍ତ୍ତି

 

ଗଣପତି ମୂର୍ତ୍ତି ପସନ୍ଦ କରିଥିବା ବ୍ୟକ୍ତି ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି ଏବଂ ଏମାନେ ସମସ୍ତଙ୍କ ମନ ଶୀଘ୍ର କିଣି ନେଇଥାନ୍ତି ।ଯେଉଁ ବ୍ୟକ୍ତି ଆପଣଙ୍କ ସହିତ ଥରେ ମିଶିଛନ୍ତି ସେମାନେ ଶୀଘ୍ର ଆପଣଂକୁ ଭୁଲି ପାରନ୍ତି ନାହିଁ ।ଆପଣ ଗପିବାକୁ ଅଧିକ ପସନ୍ଦ କରିଥାନ୍ତି, ସମସ୍ତଙ୍କ ସହିତ ମିଶି ରହିବା ପାଇଁ ଆପଣ ଚାହାଁନ୍ତି ।ଆପଣଙ୍କ ହୃଦୟ ସମ୍ପୂର୍ଣ ସଫା ଅଟେ ତେଣୁ ଏଥିପାଇଁ ଆପଣ ବେଳେବେଳେ ଠକାମୀର ସାମ୍ନା କରିଥାନ୍ତି ।ଆପଣଙ୍କ ଜୀବନରେ ଯେକୌଣସି ବଡ଼ ସମସ୍ୟା ଆସିଲେ ମଧ୍ୟ ଆପଣ ତାହାକୁ ସାମ୍ନା କରିଥାନ୍ତି ।ଏହି ବ୍ୟକ୍ତିମାନେ କଳା ଏବଂ ସଂଗୀତରେ ଅଧିକ ରୁଚି ରଖିଥାନ୍ତି ।