ଏଠାରେ ଲୋକମାନେ ଭଗବାନଙ୍କ ନାମରେ କରନ୍ତି ଅଭିଯୋଗ, ଦେବା ଦେବୀଙ୍କୁ ମିଳିଥାଏ ଭୟଙ୍କର ଦଣ୍ଡ, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ….

ଆମ ହିନ୍ଦୁ ଧର୍ମରେ ଲୋକମାନେ ଅନେକ ଦେବାଦେବୀ ଉପରେ ବିଶ୍ୱାସ ରଖିଥାନ୍ତି। ଭଗବାନଙ୍କ ଧାରଣାକୁ ବୁଝିବା ଅତ୍ୟନ୍ତ ଜଟିଳ। ଭଗବାନ ସବୁଠି ବିଦ୍ୟମାନ, ତାଙ୍କର ଅନେକ ରୂପ ରହିଛି। ସମଗ୍ର ବିଶ୍ୱକୁ ସେ ହିଁ ସୃଷ୍ଟି କରିଛନ୍ତି ବୋଲି ଆମମାନଙ୍କର ବିଶ୍ୱାସ ରହିଛି। ତେଣୁ ଭକ୍ତମାନେ ଭଗବାନଙ୍କୁ ପୂଜା କରିଥାନ୍ତି। ଭଗବାନ କେତେବେଳେ ଏବଂ କାହାକୁ ଦେଖା ଦିଅନ୍ତି ଭଗବାନଙ୍କୁ ହିଁ ଜଣା, କାରଣ ସେ କାହାରି ନିର୍ଦ୍ଦେଶରେ ପରିଚାଳିତ ହୋଇନଥାନ୍ତି।

ଭଗବାନ ନିଜର ମହିମା ପ୍ରତିପାଦନ ପାଇଁ ଅନେକ ରୂପରେ ନିଜର ଲୀଳା ଦେଖେଇଥାନ୍ତି। ଭଗବାନ କେତେବେଳେ ବୃକ୍ଷ ଦାରୁ ରୂପରେ ତ କେତେବେଳେ ପଥର ରୂପରେ ଅଦ୍ଭୂତ ତାଙ୍କର ଲୀଳା ପ୍ରତିପାଦନ କରିଥାନ୍ତି।

ଆମେମାନେ ସମସ୍ତେ ଭଗବାନଙ୍କ ମୂର୍ତ୍ତିକୁ ପୂଜା କରୁ ଏବଂ ତାଙ୍କ ପାଖରେ ନିଜର ମନକାମୋନା ପୂରଣ କରିବା ପାଇଁ ଆମେ ସମସ୍ତେ ପ୍ରାଥନା କରିଥାଉ। ଆପଣମାନେ ଜାଣିଲେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେବେ ସଂସାରରେ ଏହିପରି ଏକ ସ୍ଥାନ ରହିଛି ଯେଉଁଠାରେ ଭଗବାନ ନିଜେ ଦଣ୍ଡ ପାଇଁ ଥାନ୍ତି। ଅର୍ଥାତ ଏଠାରେ ଭକ୍ତମାନେ ନିଜେ ଭଗବାନଙ୍କୁ ଦଣ୍ଡ ପ୍ରଦାନ କରିଥାନ୍ତି। ଆସନ୍ତୁ ଜାଣିବା, କଣ ରହିଛି ଏହାର ରହସ୍ୟ !

ତେବେ ଏହିପରି ଏକ ଅଦ୍ଭୂତପୂର୍ବ ସ୍ଥାନ ଛତିଶଗଡ଼ ରାଜ୍ୟର ବସ୍ତର ଜିଲ୍ଲା ନିକଟସ୍ଥ ଏକ ପାହାଡିଆ ଗ୍ରାମରେ ଅବସ୍ଥିତ। ଏହି ଅଂଚଳରେ ଭକ୍ତ ମାନେ ଭଗବାନଙ୍କୁ ଦଣ୍ଡ ଦେବାର ପରମ୍ପରା ରହିଛି। ଏହି ପରମ୍ପରା ବର୍ଷକୁ ଥରେ ଦେଖିବାକୁ ମିଳିଥାଏ। ପ୍ରାୟ ୫୦ ରୁ ଅଧିକ ଗ୍ରାମର ଗ୍ରାମ ଦେବା ଦେବୀଙ୍କୁ ଆବାହନ କରାଯାଇଥାଏ। ଏଠାରେ ଏକ ଲୋକ ଅଦାଲତ ଆୟୋଜନ କରାଯାଏ ଏ।

ଗ୍ରାମର ଥିବା ମୁଖ୍ୟ ପୁରୋଧାମାନଙ୍କ ନିକଟରେ ଗ୍ରାମବାସୀ ଦେବା ଦେବି ନାଁରେ ନିଜ ନିଜର ଦୋଷ ଆୟୋଜିତ ଅଦାଲତରେ ଶୁଣାନ୍ତି। ଅଭିଯୋଗ ଶୁଣିବା ପରେ ସଭାରେ ଥିବା କର୍ମକର୍ତ୍ତା ମାନେ ଦେବା ଦେବୀଙ୍କୁ ଦଣ୍ତ ପ୍ରଦାନ କରନ୍ତି। ମଣିଷ ଯେପରି ଦୋଷ କଲେ ମଣିଷଙ୍କୁ ଦଣ୍ଡ ଦିଆଯାଇଥାଏ ଠିକ ସେହିପରି ଦେବତା ହେଲେ ମଧ୍ୟ ଏହି ଅଞ୍ଚଳରେ ସେମାନଙ୍କୁ ଦଣ୍ତ ମିଳିଥାଏ। ତେବେ ଏହିପରି ଘଟଣାଟି ହୁଏତ ଆପଣଙ୍କୁ ବିଶ୍ୱାସ ଲାଗିନପରେ କିନ୍ତୁ ବାସ୍ତବରେ କଥାଟି ସତ।

ବସ୍ତର ଅଂଚଳରେ ଏହିଭଳି ପରମ୍ପରା ବହୁତ ଯାକ ଜମୋକରେ ପାଳନ କରାଯାଇଥାଏ। ପ୍ରତି ବର୍ଷ ଏଠାରେ ପରମ୍ପରା ପାଳନ କରାଯାଏ ଏବଂ ବହୁ ଭକ୍ତଙ୍କର ଭିଡ ଜମିଥାଏ। ଲୋକ ମାନେ ବହୁ ଦୂର ଦୂରାନ୍ତରୁ ନିଜ ନିଜର ଅଭିଯୋଗ କରିବା ପାଇଁ ଏଠାକୁ ଆସିଥାନ୍ତି। ତେବେ ଏହିଭଳି ପରମ୍ପରା ବିଷୟରେ ହୁଏତ ଆପଣ ମାନେ ପୂର୍ବରୁ କେବେବି ଶୁଣିନଥିବେ।

ଏଠାକାର ଲୋକଙ୍କର ବିଶ୍ୱାସ ଯେ ମଣିଷ ଏବଂ ଭଗବାନ ଏକ ସମସ୍ତଙ୍କର ସମାନ ଅଧିକାର ରହିଛି। ନିଜର କର୍ମ ମାଧ୍ୟମରେ ଭଗବାନଙ୍କ ରୂପ ମିଳିଥାଏ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।