ନବୀନ ସରକାର ଙ୍କର ବଡ ଘୋଷଣା । ଏଥର ସବୁ ପରିବାର କୁ ମିଳିବ ସ୍ମାର୍ଟଫୋନ, ପ୍ରଥମେ କେଉଁ ମାନଙ୍କୁ ମିଳିବ ଏବଂ କଣ କରିବାକୁ ପଡିବ ଜାଣନ୍ତୁ…..

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ମାଲକାନଗିରି ଜିଲ୍ଲା ର ସ୍ୱାଭିମାନ ଅଞ୍ଚଳ ପାଇଁ ବଡ଼ ଘୋଷଣା। ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।ଏବେ ସ୍ୱାଭିମାନ ଅଞ୍ଚଳର ସବୁ ପରିବାରକୁ ସ୍ମାର୍ଟ ଫୋନ୍ ଯୋଗାଇ ଦିଆଯିବ। ଆଜି ସ୍ୱାଭିମାନ ଅଞ୍ଚଳର ଅଧିବାସୀ ମାନଙ୍କ ସହିତ କଥା ହେବା ବେଳେ ଏହିଭଳି ଏକ ଘୋଷଣା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଜି ସଂପୃକ୍ତ ଅଞ୍ଚଳରେ ସ୍ମାର୍ଟ୍ ଫୋନ୍ ବଣ୍ଟନ କରି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଏହି ଅଞ୍ଚଳ ର ବିକାଶ ଧାରା କୁ ଆଗେଇ ନେବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଓଡ଼ିଶା ସରକାର।

ସ୍ୱାଭିମାନ ଅଞ୍ଚଳରେ ୪ଟି ଟାୱାର ହୋଇଛି ଏବଂ ଖୁବ୍ ଶୀଘ୍ର ୪ ଜି ସୁବିଧା ଥିବା ଆଉ ଦୁଇଟି ଟାୱାର ର ସୁବିଧା ଯୋଗାଇ ଦିଆଯିବ ବୋଲି ଆଜି ଘୋଷଣା କରିଛନ୍ତି ନବୀନ। ଏହାସହିତ ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ପରାମର୍ଶ ଦେଇଛନ୍ତି ନବୀନ।ସେହିପରି ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବବୋଲି ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ।

ରାସ୍ତା ଘାଟ ଏବଂ ବିଦ୍ୟୁତ୍ ସେବା , ଡିପ୍ ବୁରଏଲ୍ ଦ୍ବାରା ଦ୍ବାରା ଜମିକୁ ଜଳ ଯୋଗାଣ ପାଇଁ ଏହି ଅର୍ଥ ଖର୍ଚ୍ଚ ହେବ ବୋଲି କୁହା ଯାଇଚି। ଯେଉଁ କାରଣ ଯୋଗୁଁ ଏହି ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ସାଧିତ ହୋଇ ପାରିବ। ତେବେ ମାଓ କେଡର୍ ମାନେ ହିଂସା ଛାଡ଼ି ବିକାଶ ପାଇଁ ସମାଜର ମୁଖ୍ୟ ସ୍ରୋତକୁ ଫେରି ଆସିବା ପାଇଁ ଆହ୍ୱାନ ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ।

ସ୍ୱାଭିମାନ ଅଞ୍ଚଳର ବିକାଶ କାମକୁ ଆଗକୁ ବଢ଼ାଇ ନେବା ପାଇଁ ସେହି ଅଞ୍ଚଳ ପାଇଁ ୧୦୦ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାକୁ ସେ ଭିଡିଓ କନଫରେନ୍ସ ମାଧ୍ୟମରେ ଘୋଷଣା କରିଛନ୍ତି। ପ୍ରଥମେ ଏହି ଅଞ୍ଚଳ ପାଇଁ ୧୦୦ କୋଟୀର ଆକଳନ କରା ଯାଇଥିଲା କିନ୍ତୁ ପରେ ଏହାକୁ ୨୧୫ କୋଟି କୁ ବୃଦ୍ଧି କରା ଯାଇଚି। ଏଥିରେ ଜୀବିକା ଠାରୁ ଆରମ୍ଭ କରି ଶିକ୍ଷା , ସ୍ବାସ୍ଥ୍ୟସେବା, ଯୋଗାଯୋଗ , ପିଇବା ପାଣି, ଜଳ ସେଚନ ଆଦି ସୁବିଧା ଉପଲବ୍ଧ କରାଯିବ ଏବଂ ଏଥିପ୍ରତି ଗୁରୁତ୍ବ ଦିଆଯିବ।

ତେବେ ବିଦ୍ୟୁତ ଯୋଗାଣ ପାଇଁ ମଧ୍ୟ କାର୍ଯ୍ୟ ବହୁତ୍ ଶୀଘ୍ର ଆରମ୍ଭ ହେବ। କଂକ୍ରିଟ ରାସ୍ତା ରୁ ଆରମ୍ଭ କରି ସମସ୍ତ ଘର ମାନଙ୍କୁ କିପରି ଭାବରେ ଏହି ସୁବିଧା ଉପଲବ୍ଧ କରାଯିବ ସେଥିପ୍ରତି ଦୃଷ୍ଟି ଦେଇଛନ୍ତି ସରକାର।ଏହି ଅଞ୍ଚଳର ବିକାଶ ପାଇଁ ସରକାର ସମସ୍ତ ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି ବୋଲି କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।