ଏପରି ସ୍ୱପ୍ନ ଦେଖୁଛନ୍ତି ତ ସାବଧାନ ହୋଇଯାଆନ୍ତୁ ନଚେତ ହୋଇପାରେ ଅଘଟଣ……
ଆମେ ଶୋଇବା ସମୟରେ ବିଭିନ୍ନ ପ୍ରକାରର ସ୍ୱପ୍ନ ଦେଖିଥାଉ।ଯେମିତିକି କିଛି ଭୟଙ୍କର ସ୍ୱପ୍ନ ଦେଖିଥାଉ କିମ୍ବା କିଛି ଭଲ ସ୍ୱପ୍ନ ମଧ୍ୟ ଦେଖିଥାଉ। ଆମେ ଯେଉଁ ସ୍ୱପ୍ନ ଦେଖିଥାଉ ତାହାକୁ ଅନ୍ୟମାନଙ୍କ ସାମ୍ନାରେ ପ୍ରକାଶ ମଧ୍ୟ କରିଥାଉ। କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟ ମାଧ୍ୟମରେ ଏମିତି ୪ ଟି ସ୍ୱପ୍ନ ବିଷୟରେ କହିବୁ ଯାହା କାହାରିକୁ କହିବା ଉଚିତ ନୁହେଁ।
ଏପରି କରିବା ଦ୍ଵାରା ମନୁଷ୍ୟ କୌଣସି କାର୍ଯ୍ୟରେ ସଫଳତା ପାଇ ନଥାଏ। ତେବେ ଆସନ୍ତୁ ଜାଣିବା ସେହି ୪ ଟି ସ୍ୱପ୍ନ ବିଷୟରେ।
୧:- ଯଦି ଆପଣ ନିଦ୍ରା ସମୟରେ ନିଜର ମୃତ୍ୟୁ ବିଷୟରେ ସ୍ୱପ୍ନ ଦେଖୁଛନ୍ତି ତାହେଲେ ଏହି ସ୍ୱପ୍ନ ବିଷୟରେ କାହାରିକୁ କୁହନ୍ତୁ ନାହିଁ। କାରଣ ଏହା ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ। ଏପରି ସ୍ୱପ୍ନ ଦେଖିବାର ଅର୍ଥ ଆପଣଙ୍କ କୌଣସି ଏକ ବଡ଼ ସମସ୍ୟାର ସମାଧାନ ହେବାକୁ ଯାଉଛି।
ଆପଣଙ୍କ ଦୁଃଖ ର ଦିନ ଶେଷ ହୋଇ ସୁଖର ଦିନ ଆରମ୍ଭ ହେବାକୁ ଯାଉଛି। ଯଦି ଆପଣ ଏହି ସ୍ୱପ୍ନ ବିଷୟରେ ଅନ୍ୟ ମାନଙ୍କ ପାଖରେ କହି ଦେଉଛନ୍ତି ତାହେଲେ ଏହି ଶୁଭ ପରିଣାମ ର ପ୍ରଭାବ କମି ଯାଇଥାଏ। ତେଣୁ ଭୁଲରେ ଭି ଏହି ସ୍ୱପ୍ନ ବିଷୟରେ ଅନ୍ୟ ମାନଙ୍କ ସାମ୍ନାରେ ପ୍ରକାଶ କରନ୍ତୁ ନାହିଁ।
୨:- ଯଦି ଆପଣ ଶୋଇଥିବା ବେଳେ ନିଜକୁ କୌଣସି ଏକ ଜଙ୍ଗଲରେ ବୁଲୁଥିବାର କିମ୍ବା ନଦୀ ପାଖରେ ବସିଥିବା ର ସ୍ୱପ୍ନ ଦେଖୁଛନ୍ତି ତାହେଲେ ଏହି ସ୍ୱପ୍ନ ବିଷୟରେ କାହାକୁ କୁହନ୍ତୁ ନାହିଁ। କାରଣ ଏହାର ଅର୍ଥ ଆପଣଙ୍କ ଜୀବନରେ ଖୁସି ଆସିବାକୁ ଯାଉଛି ଏବଂ ଆପଣଙ୍କୁ ଏକ ବହୁତ ବଡ଼ ସଫଳତା ମିଳିବାକୁ ଯାଉଛି। ତେଣୁ ଏହି ସ୍ୱପ୍ନ ବିଷୟରେ କାହାକୁ କିଛି କୁହନ୍ତୁ ନାହିଁ।
୩:- ଯଦି ଆପଣ ସ୍ୱପ୍ନରେ ଗାଈ ଏବଂ ବାଛୁରୀ ଏକା ସହିତ ଚରୁଥିବାର ଦେଖୁଛନ୍ତି ତାହେଲେ ଆପଣ ଭବିଷ୍ୟତରେ କରୋଡ଼ ପତି ବନିବାକୁ ଯାଇଛନ୍ତି। ଯଦି ଆପଣ ଏହି କଥାକୁ ଅନ୍ୟମାନଙ୍କ ଆଗରେ ପ୍ରକାଶ କରି ଦେଉଛନ୍ତି ତାହେଲେ ଆପଣଙ୍କ ଆଶା ଆଶାରେ ରହିଯିବ ଏବଂ ଏହି ସ୍ୱପ୍ନର ପ୍ରଭାବ କମି ଯିବ। ତେଣୁ ଭୁଲରେ ବି ଆପଣ ଏହି ସ୍ୱପ୍ନ ବିଷୟରେ କାହାକୁ କୁହନ୍ତୁ ନାହିଁ ।
୪:- ଯଦି ଆପଣ ଶୋଇବା ସମୟରେ ସାପର ସ୍ୱପ୍ନ ଦେଖୁଛନ୍ତି ତାହେଲେ ମନେ ରଖନ୍ତୁ ଆପଣଙ୍କ ଜୀବନରେ ମାନ ସମ୍ମାନ ର ବୃଦ୍ଧି ହେବାକୁ ଯାଉଛି। ଏବଂ ଯଦି ଆପଣ ଏହି ସ୍ୱପ୍ନ ବିଷୟରେ ଅନ୍ୟ କାହା ସାମ୍ନାରେ ପ୍ରକାଶ କରି ଦେଉଛନ୍ତି ତାହେଲେ ଏହି ସ୍ୱପ୍ନର ପ୍ରଭାବ କମି ଯିବ।
ତେଣୁ ଜୀବନରେ ଯଦି କେବେ ଆପଣ ଏହି ସ୍ୱପ୍ନ ଦେଖୁଛନ୍ତି ତାହେଲେ ଏହା ବିଷୟରେ କେବେ କାହାରିକୁ କୁହନ୍ତୁ ନାହିଁ। ଏହି ସବୁ ସ୍ୱପ୍ନ କୁ ନିଜର ମନ ଭିତରେ ରଖନ୍ତୁ ଏବଂ ଏହି ସ୍ୱପ୍ନର ପରିଣାମ ମିଳିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।