କାହିଁକି ଅବିବାହିତ ରହିଗଲେ ଓଡିଶାର ଲୋକପ୍ରିୟ ଅଭିନେତ୍ରୀ Namrata Das ? କାରଣ ଜାଣିଲେ ଆପଣ ବି ଅବିବାହିତ ରହିବା ପାଇଁ ନିଷ୍ପତି ନେବେ….
ଆମ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ କଳାକାର ଭରି ରହିଛନ୍ତି ଯାହାକି ଆମର ମନରଞ୍ଜନ ପାଇଁ ଅନେକ କିଛି ଫିଲ୍ମ ରେ କାମ କରି ଆମ ମାନଙ୍କ ମନକୁ ଜିଣି ଥାଆନ୍ତି | ଏହି କଳାକାର ପ୍ରାୟତଃ ସୋସିଆଲ ମିଡ଼ିଆ ସହିତ ଜଡ଼ିତ ହୋଇ ରହି ଥାଆନ୍ତି ଆଉ ଏହି ସେଲିବ୍ରେଟି ଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କ ରେ ଜାଣିବା ପାଇଁ ସମସ୍ତ ଦର୍ଶକ ଆଗ୍ରହ ପ୍ରକାଶ କରି ଥାଆନ୍ତି | ତେବେ ଏହି ଅଭିନୟ ଜଗତ ରେ କିଛି ଏଭଳି କଳାକାର ମଧ୍ୟ ରହିଛନ୍ତି ଯାହାଙ୍କର ସିନେମା ଆମେ ଦେଖିବାକୁ ଖୁବ ପସନ୍ଦ କରିଥାଉ ସେମାନେ ଆମ ହୃଦୟ ରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରି ଥାଆନ୍ତି |
ତେବେ ଆଜି ଆମେ ଓଲିଓଡ଼ ଇଣ୍ଡଷ୍ଟ୍ରି ଚମତ୍କାର ଅଭିନେତ୍ରୀ ନମ୍ରତା ଦାସ ଙ୍କ କଥା କହିବୁ, ସେ ଆଜି ପର୍ଯ୍ୟନ୍ତ ବିବାହ କରି ନାହାଁନ୍ତି ଯାହାର କାହାଣୀ ଶୁଣିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ | ତେବେ ଆସନ୍ତୁ ତାଙ୍କ ଜୀବନର କେତୋଟି କଥା ସମ୍ପର୍କ ରେ ଆଲୋଚନା କରିବା |
ବର୍ତ୍ତମାନ ସମୟରେ ଅଭିନେତ୍ରୀ ନମ୍ରତା ଦାସ ତରଙ୍ଗ ରେ ପ୍ରସାରିତ ହେଉଥିବା ତାରା ତାରିଣୀ ସିରିଏଲ ରେ ନଜର ଆସିଛନ୍ତି ଯେଉଁଥିରେ ସେ ଜେଜେମା କ୍ୟାରେଟର ଟିକୁ ଲିଭାଇଛନ୍ତି | ଏହି ସିରିଏଲ ଟି ମଧ୍ୟ ଖୁବ ଲୋକ ପ୍ରିୟତା ହାସଲ କରିଛି ଯାହାକି ଲୋକେ କାମ ଧନ୍ଦା ଛାଡ଼ି ଏହି ସିରିଏଲ ର ଟାଇମ ରେ ଟିଭି ସାମ୍ନାରେ ବସି ପଡ଼ିଥାନ୍ତି | ନମ୍ରତା ଦାସ ଯିଏ ବର୍ଷ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରି ରେ କାମ କରି ଆସୁଛନ୍ତି ଆଉ ତାଙ୍କୁ ସମସ୍ତେ ଗେହ୍ଲରେ ବା ସ୍ନେହ ରେ ଡଲି ଅପା ବୋଲି ଡାକି ଥାଆନ୍ତି |
ତାଙ୍କର ଜନ୍ମ କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇଥିଲା ଏବଂ ତାଙ୍କର ପୂର୍ବଜ ଜମିଦାର ଥିଲେ ଏହା ସହିତ ତାଙ୍କର ବହୁତ ବଡ଼ ପରିବାର ମଧ୍ୟ ଥିଲା, ସେ ଏକ ଯୌଗିକ ପରିବାର ରେ ବଡ଼ ହୋଇଛନ୍ତି |
ତାଙ୍କୁ ଯେତେବେଳେ ମାତ୍ର 7 ବର୍ଷ ହୋଇ ଥିଲା ସେତେ ବେ ତାଙ୍କ ମାଙ୍କର ନିଧନ ହୋଇ ଯାଇଥିଲା ଫଳରେ ତାଙ୍କ ବାପା ଦ୍ୱିତୀୟ ବିବାହ କରି ଥିଲେ ଆଉ ତାଙ୍କ ଦୁଇ ମା ଙ୍କର 5ଟି ଛୁଆ ଥିଲେ | ତେବେ ଯେତେବେଳେ ନମ୍ରତା ଦାସ ଙ୍କର ଉଭୟ ମା ବାପା ଙ୍କର ମୃତ୍ୟୁ ହୋଇ ଯାଇଥିଲା ସେତେ ବେ ବଡ଼ ଭଉଣୀ ଙ୍କର ମଧ୍ୟ ବିବାହ ସରିଥିଲା ଯାହାକି ପରିବାର ର ସବୁ ଦାୟିତ୍ୱ ନମ୍ରତା ଙ୍କ ଉପରେ ଆସି ଯାଇଥିଲା | ଆଉ ତାଙ୍କ ଭାଇ ଭଉଣୀ ଙ୍କ ଜୀବନ ଭଲ କରିବା ପାଇଁ ନମ୍ରତା ଖୁବ ପରିଶ୍ରମ ମଧ୍ୟ କରି ଥିଲେ |
ନମ୍ରତା ଙ୍କ କହିବା ଅନୁଯାଇ ତାଙ୍କର ଅଭିନୟ ଦୁନିଆଁ କୁ ଆସିବା ଲ ଖୁବ ଇଚ୍ଛା ଥିଲା ଆଉ ଅଭିନୟ ଦୁନିଆଁ କୁ ଆସିବା ପାଇଁ ତାଙ୍କ ବାପା ଆଉ ତାଙ୍କ ବଡ଼ ଭଉଣୀ ତାଙ୍କୁ ଖୁବ ସପର୍ଟ ଦେଇ ଥିଲେ | ତାଙ୍କର ଅଭିନୀତ ପ୍ରଥମ ଚଳଚ୍ଚିତ୍ର ଟିର ନାଁ ହେଉଛି ଧରିତ୍ରୀ ଯାହାକି 1973 ମସିହା ରେ ରିଲିଜ ହୋଇ ଥିଲା | ଯାହାକି ଦର୍ଶକ ଏହି
ଚଳଚ୍ଚିତ୍ର ରେ ନମ୍ରତା ଙ୍କ ଅଭିନୟ କୁ ବେଶ ପସନ୍ଦ ମଧ୍ୟ କରୁଥିଲେ, ଏହା ସହିତ ନମ୍ରତା ଓଡ଼ିଆ ଧାରାବାହିକ ‘ଅଧିକାର’ ରେ ଅଭିନୟ କରିଥିଲେ ଯାହା ଡିଡି୧ ରେ ପ୍ରସାରିତ ହେଉଥିଲା | ଏହିଭଳି ଭାବେ ନମ୍ରତା ଅନେକ ଫିଲ୍ମ ରେ କାମ କରିଛନ୍ତି ଆଉ ସେ ଉଭୟ ନେଗେଟିଭ ଓ ପଯ୍ଏଟିଭ କ୍ୟାରେଟର ରେ ଅଭିନୟ କରିଛନ୍ତି ଯାହାକି ତାଙ୍କ ଅଭିନୟ କୁ ଦର୍ଶକ ମଧ୍ୟ ଖୁବ ଭଲ ପାଇବା ଦେଇଛନ୍ତି |