ଏଣିକି ସମସ୍ତ ଜରୁରୀ ସହାୟତା ପାଇଁ କେବଳ ଗୋଟିଏ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଡାଏଲ୍ ‘୧୧୨’, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…
ଓଡ଼ିଶାରେ ଓଡ଼ିଶା ସରକାରଙ୍କ ଦ୍ଵାରା ଉପଲବ୍ଧ ହେଉଥିବା ବିଭିନ୍ନ ସେବା ଆଦିକୁ ଯୋଗାଇ ଦେବା ପାଇଁ ସରକାର ବିଭିନ୍ନ ପ୍ରକାର ଡାଇଲିଂ କୋଡ ବା ନମ୍ୱର୍ ର ବ୍ୟବସ୍ଥା କରିଥିଲେ। ଆପଣ ଯେଉଁ ସୁବିଧା ପାଇବାକୁ ଚାହିଁବେ ଉକ୍ତ ନମ୍ୱର୍ କୁ ଡାଏଲ୍ କଲେ ଆପଣଙ୍କୁ ସେହି ସୁବିଧା ଉପଲବ୍ଧ ହୋଇ ପାରୁଥିଲା। ପ୍ରାୟତଃ ସବୁ ସୁବିଧା ଜନ ସାଧାରଣ ଙ୍କ ପାଇଁ ବିନା ମୂଲ୍ୟରେ ଉପଲବ୍ଧ ଅଟେ।
କିନ୍ତୁ ଏବେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। କାରଣ ଏଣିକି ସବୁ ଜରୁରୀ ସହାୟତା ପାଇଁ ସରକାରଙ୍କ ତରଫରୁ କେବଳ ଗୋଟିଏ ନମ୍ୱର୍ ଜାରି କରାଯାଇଛି।
ଏବେ ଆପଣ ଯେ କୌଣସି ସେବା କୁ ପାଇବା ପାଇଁ କେବଳ ନମ୍ୱର୍ ୧୧୨ କୁ ଡାଏଲ୍ କରିବା ଦ୍ୱାରା ସବୁ ସୁବିଧା ସହଜରେ ପାଇ ପାରିବେ। ଏଥିପାଇଁ ଆପଣଙ୍କୁ ୧୧୨ ନମ୍ୱର୍ କୁ ଡାଏଲ୍ କରିବାକୁ ପଡ଼ିବ । ଆପଣ ଯଦି ୧୧୨ ନମ୍ୱର୍ କୁ ଡାଏଲ କରୁଛନ୍ତି ତେବେ ଆପଣଙ୍କୁ ମିଳି ପାରିବ ଅତ୍ୟାବଶ୍ୟକ ସହାୟତା ଏବଂ ସୁବିଧା ସୁଯୋଗ। ବିଭିନ୍ନ ବିଭାଗ ର ସେବା ଯଥା ପୋଲିସ୍, ଆମ୍ବୁଲାନ୍ସ, ଦମକଳ ପାଇଁ ଏଣିକି ଆଉ ଆପଣଙ୍କୁ ଭିନ୍ନ ଭିନ୍ନ ନମ୍ବର କୁ ଆଉ ଡାଏଲ କରିବାକୁ ପଡିବ ନାହିଁ କିମ୍ବା ହଇରାଣ ହେବାକୁ ପଡିବ ନାହିଁ।
ଏଥିପାଇଁ ଏକକ କଲ୍ ସୁବିଧା କୁ ଜନତା ଙ୍କ ସୁବିଧା ପାଇଁ ଲାଗୁ କରିଛନ୍ତି ପ୍ରିୟ ମୁଖ୍ୟମନ୍ତ୍ରୀ।ଆପଣ ମାନେ ଜାଣିଥିବେ ଆପଣଙ୍କୁ ପୂର୍ବରୁ ଭିନ୍ନ ଭିନ୍ନ ସେବା ପାଇଁ ଯଥା ପୋଲିସ୍, ଆମ୍ବୁଲାନ୍ସ, ଦମକଳ ବିଭିନ୍ନ ସେବା ପାଇବା ପାଇଁ ଅଲଗା ଅଲଗା ନମ୍ବର ଯଥା ୧୦୦, ୧୦୧, ୧୦୨, ୧୦୪, ୧୦୮ ଆଦି ଡାଏଲ କରିବାକୁ ପଡୁ ଥିବା ବେଳେ, ଏବେ କିନ୍ତୁ ଆପଣ ମାନେ ଗୋଟିଏ ନମ୍ବର କେବଳ ୧୧୨ କୁ ଡାଏଲ୍ କଲେ ସବୁ ସେବା ତାହା ଦ୍ବାରା ପାଇ ପାରିବେ।
ତେବେ ସୂଚନା ଅନୁସାରେ ଏହି ସେବା ପାଇଁ ୧୦୯୮ ଟି ପଦବୀକୁ ଏବେ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ତେବେ ଆପଣଙ୍କ ସୂଚନା ପାଇଁ କହି ରଖୁଛୁ ଯେ ଆଗରୁ ଏଥିପାଇଁ ଏତେ ସଂଖ୍ୟକ ପଦବୀ ରେ ନିଯୁକ୍ତି ହୋଇ ନଥିଲା।ଏବେ ସରକାର୍ ଏଥିପାଇଁ ଭିନ୍ନ ଭିନ୍ନ ପଦବୀ କୁ ମଞ୍ଜୁରୀ ଦେଇଛନ୍ତି।
ମିଳିଥିବା ସୂଚନା ମୁତାବକ, ଲାଗୁ ହୋଇଥିବା ୧୧୨ ସେବା ପାଇଁ ୪ ଜଣ ଡିଏସପି ଓ ୧୫୧ ଜଣ ସବ ଇନିସପ୍ଟେର, ୨୦୩ ଜଣ ସହକାରୀ ସବ ଇନିସପେକ୍ଟର ଥିବା ବେଳେ ୭୪୦ ଜଣ କନେଷ୍ଟବଳ ମଧ୍ୟ ନିୟୋଜିତ ହେବେ ବୋଲି କୁହା ଯାଇଛି।ଏହାସହିତ ଏଥିପାଇଁ ଏହି ସୁବିଧା ଯୋଗାଇବାକୁ ୨୩୬ ଟି ଗାଡି ମଧ୍ୟ ନିୟାଜିତ ହେବ ବୋଲି ସରକାର୍ କହିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।