ଦେଖନ୍ତୁ viral ଭିଡ଼ିଓ ଇଂଲଣ୍ଡ ଜିତିଲା ପରେ ଭାରତ କୁ ପ୍ରଶଂସା କରିଛି …ଶୁଣିଲେ ଆପଣ ବି ଖୁସି ହେବେ…

ଟି-୨୦ ବିଶ୍ଵ କପ୍ ୨୦୨୨ ର ବିଶ୍ଵ ବିଜୟୀ ହୋଇଛି ଇଂଲଣ୍ଡ। ପାକିସ୍ତାନ କୁ ୫ ଓ୍ଵିକେଟ୍‌ ରେ ହରାଇ ଦ୍ଵିତୀୟ ଥର ଜିତି ପାରିଛି ଟି-୨୦ ଟାଇଟଲ୍। ଚାମ୍ପିଅନ ଦଳ ଇଂଲଣ୍ଡ କୁ ୧.୬ ମିଲିୟନ ଡଲାର (ପ୍ରାୟ ୧୩.୯୫ କୋଟି ଟଙ୍କା) ମିଳିଛି। ଉପ ବିଜେତା ପାକିସ୍ତାନ କୁ ପାଖା ପାଖି ୬ କୋଟି ୫୨ ଲକ୍ଷ ଟଙ୍କା ର ପୁରସ୍କାର ରାଶି ମିଳିଛି।

ଏହା ବାଦ୍ ଟୁର୍ଣ୍ଣାମେଣ୍ଟ ରେ ଦମଦାର ପ୍ରଦର୍ଶନ କରିଥିବା ଖେଳାଳି ଙ୍କ ଉପରେ ଆଇସିସି ଟଙ୍କା ବର୍ଷା କରିଛି। ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟଠୁ ନେଇ ପ୍ରତିଟି ମ୍ୟାଚ୍‌ ରେ ଦମଦାର ପ୍ରଦର୍ଶନ କରିଥିବା ଖେଳାଳି ଙ୍କୁ ମିଳିଛି ଭଲ ପୁରସ୍କାର ରାଶି।

ଚଳିତ ଟି-୨୦ ବିଶ୍ଵ କପ୍ ପାଇଁ ମୋଟ୍ ୫.୬ ମିଲିୟନ ଡଲାର ର ପୁରସ୍କାର ରାଶି ରଖା ଯାଇଛି। ଭାରତୀୟ ମୁଦ୍ରା ହିସାବ ରେ ଏହି ରାଶି ପ୍ରାୟ ୪୫.୬୭ କୋଟି ଟଙ୍କା ହେବ। ପ୍ରଥମ ରାଉଣ୍ଡ ରେ ବାଦ୍ ପଡିଥିବା ଦଳ କୁ ପ୍ରାୟ ୩୨ ଲକ୍ଷ ୬୩ ହଜାର ଟଙ୍କା ମିଳିବ। ଏହି ଅର୍ଥ ପାଇବେ ନାମିବ୍ୟା, ୟୁଏଇ, ଓ୍ଵେଷ୍ଟଇଣ୍ଡିଜ ଏବଂ ସ୍କଟଲାଣ୍ଡ ଦଳ।

ଭାରତ କୁ ମିଳିବ ୪ କୋଟି ୫୬ ଲକ୍ଷ ସେମି ଫାଇନାଲ୍‌ ରେ ପରାଜିତ ଦଳ ଭାରତ ଏବଂ ନ୍ୟୁଜିଲାଣ୍ଡ ଦଳ କୁ ପ୍ରାୟ ୩ କୋଟି ୬୦ ଲକ୍ଷ ଟଙ୍କା ମିଳିଛି। ତେବେ ଭାରତୀୟ ଦଳ କୁ ଚଳିତ ବିଶ୍ଵ କପ୍‌ରେ ୪ କୋଟି ୫୬ ଲକ୍ଷ ଟଙ୍କା ମିଳିଚି। ପ୍ରଥମତଃ ଭାରତ ସେମି ଫାଇନାଲ୍‌ ରେ ପହଞ୍ଚିଥିଲା।

ଏଥି ପାଇଁ ଭାରତ କୁ ୩ କୋଟି ୬୦ ଲକ୍ଷ ଟଙ୍କା ମିଳିଛି। ଏଥିସହ ସୁପର-୧୨ ରାଉଣ୍ଡ ରେ ଦଳ ଚାରୋଟି ମ୍ୟାଚ୍ ଜିତିଛି। ପ୍ରତିଟି ମ୍ୟାଚ୍ ଜିତିବା ପିଛା ଭାରତ କୁ ୩୨ ଲକ୍ଷ ୬୨ ହଜାର ଟଙ୍କା ମିଳିଛି। ଏହାକୁ ମିଶାଇ ଭାରତ ମୋଟ୍ ୪ କୋଟି ୫୬ ଲକ୍ଷ ଟଙ୍କା ଜିତି ପାରିଛି।

ସୁପର-୧୨ରେ ବାଦ୍ ପଡିଥିବା ଦଳ କୁ ମିଳିବ ୫୭ ଲକ୍ଷ ସୁପର-୧୨ ପର୍ଯ୍ୟାୟ ରେ ବାଦ୍ ପଡିଥିବା ଆଠଟି ଦଳ କୁ ପ୍ରାୟ ୫୭ ଲକ୍ଷ ୮ ହଜାର ଟଙ୍କା ମିଳିବ। ଏହି ଆଠ ଦଳ ହେଉଛନ୍ତି ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ଆୟରଲାଣ୍ଡ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ନେଦରଲାଣ୍ଡ ଏବଂ ଜିମ୍ବାଓ୍ଵେ। ଶେଷ ରେ ବିଜୟୀ ହେଲେ ଇଂଲଣ୍ଡ ପାକିସ୍ଥାନ କୁ ପରାଜୟ କରିଥିଲେ ।

ଇଂଲଣ୍ଡ ବିଜୟୀ ହେଇ ସାରିବା ପରେ ଭାରତ କୁ ପ୍ରସଂଶା କରିଥିଲେ ଇଂଲଣ୍ଡ ର କ୍ୟାପଟେନ। ଭାରତ କୁ ବହୁତ ପ୍ରସଂଶା କରି କହିଥିଲେ କି ଭାରତ ର ଲୋକ ଆମ କୁ ବହୁତ ସାହାଯ୍ୟ କରିଥିଲେ ।ଇଂଲଣ୍ଡର କ୍ୟାପଟେନ କହିଥିଲେ ଆମ ର ବିଜେତା ମାନେ ଭାରତୀୟ ବିଜେତା ଅଟନ୍ତି ।