ଦେଖନ୍ତୁ Shocking ଭିଡ଼ିଓ : ଫାୟାରିଂ ପାଇଁ ନବଙ୍କ ଘରକୁ 5 ଥର ଯାଇଥିଲା ଗୋପାଳ | ସତ କହିଲା ଗୋପାଳ ଦାସ୍….
ମନ୍ତ୍ରୀ ଙ୍କୁ ମାରିବାକୁ ନବଙ୍କ ଘର ଆଗରେ ପଇଁତରା ମାରୁଥିଲା ଗୋପାଳ।ଥରେ କି ଦୁଇ ଥର ନୁହେଁ ପୂର୍ବରୁ ୫ ଥର ଉଦ୍ୟମ କରିଥିଲା ।ଆଉ ସବୁଥର ଫେଲ୍ ମାରିଥିଲା ଗୋପାଳ। ଗତ ୧୫ ଦିନ ଧରି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଯିବା ଆସିବା ଉପରେ ନଜର ରଖିଥିଲା ଗୋପାଳ। ପାଖ ଦୋକାନୀ ଓ ପଡ଼ୋଶୀ ଙ୍କୁ ପଚାରି ଫେରୁଥିଲା।ହାତରେ ସର୍ଭିସ୍ ରିବରବଲ୍ ଧରି ମନ୍ତ୍ରୀ ନବ ଦାସଙ୍କ ଝାରସୁଗୁଡ଼ା ଘର ସମ୍ମୁଖରେ ପଇଁତରା ମାରୁଥିଲା।
ପଡ଼ୋଶୀ ଓ କିଛି ଲୋକଙ୍କୁ ମନ୍ତ୍ରୀ କେବେ ଆସିବେ କେଉଁଠି କୁ ଗସ୍ତ କରିବାର ଅଛି କି ନାହିଁ ଟିକିନିଖି ପଚାରି ଖବର ରଖୁଥିଲା। ପ୍ରତି ଥର ହାତରେ ରିବରବଲ୍ ଧରି ଯାଇଥିଲା। ହେଲେ ମନ୍ତ୍ରୀ ଙ୍କ ବାସ ଭାବନ ଭିତରକୁ ଯାଉ ନଥିଲା। କେବଳ ବାହାରେ ରହି ପତା ଲଗାଉଥିଲେ।
ହେଲେ ପ୍ରତି ଥର କିନ୍ତୁ ଯିବା ସମୟରେ ମନ୍ତ୍ରୀ ନବ ଦାସ ଘରେ ରହୁ ନଥିଲେ। ଏଭଳି ଏକ ସୁଯୋଗ ସେ ଯେମିତି ଅପେକ୍ଷା କରିଥିଲେ। କ୍ରାଇମବ୍ରାଞ୍ଚ ଜେରା ସମୟରେ ସମସ୍ତ କଥା ମାନିଛି ଏଏସଆଇ ଗୋପାଳ କୃଷ୍ଣ ଦାସ। ଗାନ୍ଧିଛକ ଫାଟିଠାରୁ ମନ୍ତ୍ରୀ ଙ୍କ ବାସ ଭବନ ହେଉଛି ୧୨ କିମି ଦୂର। ସେପଟେ ଜଣେ ନିଜର ଘନିଷ୍ଠ ସମ୍ପର୍କୀୟ ଙ୍କୁ ଚାକିରୀ ଦେବାକୁ ଗୋପାଳ ମନ୍ତ୍ରୀ ନବ ଦାସଙ୍କୁ ଅନୁରୋଧ କରିଥିଲେ।
ଏଥିସହ ବ୍ରହ୍ମପୁର କୁ ନିଜର ବଦଳି କରିଦେବା ପାଇଁ କୁଆଡ଼େ ଅନେକ ଥର ମନ୍ତ୍ରୀ ଙ୍କୁ କହିଥିଲା ଗୋପାଳ। ହେଲେ ମନ୍ତ୍ରୀ ନ ଶୁଣିବା ସହ ଅପମାନିତ କରିବା ଭଳି ବ୍ୟବହାର କରିଥିଲେ। ଯାହାକୁ ନେଇ ଗୋପାଳ ପ୍ରତି ହିଂସା ପରାୟଣ ହୋଇ ଉଠିଥିଲା ବୋଲି ପୋଲିସ କହୁଛି।ନବ ଦାସଙ୍କ ଗସ୍ତ କରିବାର ଦୁଇ ଦିନ ପୂର୍ବରୁ ସେ ଜାଣିବାକୁ ପାଇଥିଲା ଯେ ଗାନ୍ଧିଛକ ଠାରେ ମନ୍ତ୍ରୀ ଙ୍କର ଏକ କାର୍ଯ୍ୟକ୍ରମ ରହିଛି।
ଆଉ ଏହାକୁ ଏକ ବଡ଼ ସୁଯୋଗ ଭାବି ନେଇ ସୁ ଚିନ୍ତିତ ଯୋଜନା ରଚିଥିଲା ଗୋପାଳ। ଯଦିଓ ଗୋପାଳକୁ ଟ୍ରାଫିକ୍ କ୍ଲିୟର ଦାୟିତ୍ବ ଦିଆ ଯାଇଥିଲା, ତେବେ ସେ ହଠାତ୍ ମନ୍ତ୍ରୀ ଙ୍କ ପାଖକୁ ଚାଲି ଯାଇ ଅତି ନିକଟରୁ ଫାୟାରିଂ କରିଥିଲେ। ଆଉ ନିଜ ରାଗ ଶୁଝେଇବାରେ ସଫଳ ହୋଇଥିଲେ। ତେବେ ଘଟଣା ପଛର କାରଣ ଯାହା ହେଉ ନା କାହିଁକି କ୍ରାଇମବ୍ରାଞ୍ଚ ଟିମ୍ ଏନେଇ ଅଧିକ ତନାଘନା ଚଳାଇଛି। ସେପଟେ ଏହି ଘଟଣାରେ ଏସପି ଏସଡିପିଓ ଙ୍କ ପରେ ବ୍ରଜରାଜନଗର ଆଇଏସଆଇ କୁ ବଦଳି କରାଯାଇଛି। ଗାନ୍ଧିଛକ ଫାଣ୍ଡି ଅଧିକାରୀଙ୍କର ବି ବଦଳି ହୋଇଛି। ମନ୍ତ୍ରୀ ଙ୍କ ପିଏସ୍ଓ ବି ସସପେଣ୍ଡ ହୋଇଛନ୍ତି। କାର୍ଯ୍ୟ ର ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ହୋଇଛି। ହେଲେ ଏହି ଘଟଣାକୁ ନେଇ ପୋଲିସ୍ ଡିଜି, ଗୃହ ସଚିବ କେହି ମୁହଁ ଖୋଲୁ ନାହାନ୍ତି।