ଏମିତି ଏକ ଚମତ୍କାର ମନ୍ଦିର ଯେଉଁଠାରେ ମୂର୍ତ୍ତି ର ଆକାର ଆଶ୍ଚର୍ଯ୍ୟ ଜନକ ଭାବେ ବଢ଼ି ଚାଲିଛି ! ବୈଜ୍ଞାନିକ ମାନେ କହିଲେ ଏମିତି ….

ଆଜି ଆମେ ଆପଣଙ୍କୁ ଏମିତି ଏକ ମୂର୍ତ୍ତି ବିଷୟରେ କହିବୁ ଯାହାର ଆକାର ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି।ବୈଜ୍ଞାନିକ ମାନେ ବି ଜାଣି ପାରୁ ନାହାଁନ୍ତି କାରଣ।ଆମ ଦେଶରେ ଏମିତି ଅନେକ ମନ୍ଦିର ଅଛି ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।ଆଜି ଆମେ ଦକ୍ଷିଣ ଭାରତର ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ,ଯାହାର ଆକାର ଆଶ୍ଚର୍ଯ୍ୟଜନକ ଭାବେ ବଢ଼ିବାରେ ଲାଗିଛି।

ଏହି ମନ୍ଦିର ଟି ଶିବ ପାର୍ବତୀ ଙ୍କ ମନ୍ଦିର କିନ୍ତୁ ଏଠାରେ ଥିବା ନନ୍ଦି ଙ୍କ ଆକାର ଆଶ୍ଚର୍ଯ୍ୟଜନକ ଭାବେ ବଢ଼ିବାରେ ଲାଗିଛି।ଏପରି ତଥ୍ୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ତଦାରଖ କରି ନିଜେ ରିପୋର୍ଟ ଦେଇଛନ୍ତି।

ଆନ୍ଧ୍ରପ୍ରଦେଶ ର କୁର୍ନୁଲ ରେ ଅବସ୍ଥିତ ଏହି ମନ୍ଦିର ର ନାମ ଶ୍ରୀ ୟଙ୍ଗତୀ ଉମା ମହେଶ୍ୱର ମନ୍ଦିର।ଏହି ମନ୍ଦିର ରେ ଥିବା ନନ୍ଦି ମୂର୍ତ୍ତି ର ଆକାର ଏତେ ମାତ୍ରାରେ ବଢୁଛି ଯେ ସେଠାରେ ଥିବା ସମ୍ଭ କୁ ଭାଙ୍ଗିବାକୁ ପଡ଼ୁଛି। ଏହି ମନ୍ଦିର ଟି ବୈଷ୍ଣବ ପରମ୍ପରା ଅନୁଯାୟୀ ତିଆରି ହୋଇଛି।ଏହା ୧୫ ତମ ଶତାବ୍ଦୀରେ ବିଜୟା ନଗର ସାମ୍ରାଜ୍ୟର ସଙ୍ଗମ ରାଜ ଵଂଶ ରାଜା ହରିହର ବୁକାରାୟ ନିର୍ମାଣ କରିଥିଲେ।

ଏହି ମନ୍ଦିର ହାଇଦ୍ରାବାଦ ଠାରୁ ୩୦୮ କିଲୋମିଟର ଏବଂ ବିଜୟୱାଡା ଠାରୁ ୩୫୯ କିଲୋମିଟର ଦୂରରେ ଅବସ୍ଥିତ।ଯାହା ପ୍ରାଚୀନ କାଳର ପଲ୍ଲବ, ଚୋଳ ଏବଂ ବିଜୟ ନଗରର ଶାସକ ମାନଙ୍କ ପରମ୍ପରା କୁ ଦର୍ଶାଇ ଥାଏ।

ଭକ୍ତ ମାନେ ବିଶ୍ୱାସ କରନ୍ତି ଯେ ଏହି ମନ୍ଦିର ସାମ୍ନାରେ ଥିବା ନନ୍ଦି ମୂର୍ତ୍ତି ପୂର୍ବେ ବହୁତ ଛୋଟ ଥିଲା।ବୈଜ୍ଞାନିକ ମାନେ କହିଛନ୍ତି କି ନନ୍ଦି ଙ୍କ ମୂର୍ତ୍ତି ପ୍ରତ୍ୟେକ ୨୦ ବର୍ଷରେ ୧ ଇଞ୍ଚ ବଢୁଛି।ସେମାନେ କହିଛନ୍ତି କି ମୂର୍ତ୍ତି ଟି ଯେଉଁ ପଥର ରେ ତିଆରି ହୋଇଛି ତାହା ସମୟ କ୍ରମେ ବିସ୍ତାରିତ ହୋଇଥାଏ।କୁହାଯାଏ ଯେ ଅଭିଶାପ ହେତୁ ଏହି ମନ୍ଦିର ର ଆଖ ପାଖରେ କାଉ ମାନେ ମଧ୍ୟ ଦେଖା ଯାନ୍ତି ନାହିଁ।

ଏହି ମନ୍ଦିର ଅଗସ୍ତି ଋଷି ଙ୍କ ଦ୍ଵାରା ସ୍ଥାପିତ ହୋଇଛି ବୋଲି ବିଶ୍ୱାସ ରହିଛି।ସେ ଏଠାରେ ପ୍ରଭୁ ଭେଙ୍କଟେଶ୍ୱର ଙ୍କ ମନ୍ଦିର ନିର୍ମାଣ କରିବାକୁ ଚାହୁଁଥିଲେ,କିନ୍ତୁ ନିର୍ମାଣ ସମୟରେ ମୂର୍ତ୍ତି ର ଆଙ୍ଗୁଠି ଭାଙ୍ଗି ଯିବା ହେତୁ ନିର୍ମାଣ କାର୍ଯ୍ୟ ବନ୍ଦ କରା ଯାଇଥିଲା।ତେଣୁ ଅଗସ୍ତି ଋଷି ନିରାଶ ହୋଇ ପ୍ରଭୁ ଭୋଳା ଶଙ୍କର ଙ୍କୁ ତପସ୍ୟା କରିଥିଲେ।ଭୋଳା ଶଙ୍କର ପ୍ରଶର୍ଣ୍ଣ ହୋଇ କହିଥିଲେ ଯେ ତାଙ୍କ ମନ୍ଦିର ଏଠାରେ ସ୍ଥାପନ କରିବା ଉଚିତ ହେବ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଯେତେବେଳେ ଅଗସ୍ତି ୠଷି ଏଠାରେ ତପସ୍ୟା କରୁଥିଲେ ସେତେବେଳେ କାଉ ମାନେ ଆସି ତାଙ୍କୁ ହଇରାଣ କରୁଥିଲେ ତେଣୁ ୠଷି କ୍ରୋଧିତ ହୋଇ ଅଭିଶାପ ଦେଇଥିଲେ କି କାଉ ଏଠାକୁ କେବେବି ଆସି ପାରିବେ ନାହିଁ।କାଉ କୁ ସନିଦେଵଙ୍କ ବାହନ ବୋଲି କୁହାଯାଏ ତେଣୁ ଏଠାରେ ସନିଦେବଙ୍କ ପୂଜା କରାଯାଏ ନାହିଁ।

ଏଠାରେ ହରପାର୍ବତୀ ଅର୍ଧ ନାରୀ ରୂପରେ ବିରାଜମାନ କରିଛନ୍ତି।ଏ ହେଉଛି ଦେଶର ପ୍ରଥମ ମନ୍ଦିର ଯେଉଁଠାରେ ଶିବଙ୍କ ଲିଙ୍ଗକୁ ପୂଜା କରାଯାଏ ନାହିଁ। ପଥର ରେ ନିର୍ମିତ ପ୍ରତିମାକୁ ପୂଜା କରାଯାଏ।ଏହି ମନ୍ଦିର ରେ ଏକ ପୁଷ୍କରିଣୀ ରହିଛି ଯେଉଁଠାରେ ପାଣି ସବୁବେଳେ ପ୍ରବାହିତ ହୋଇଥାଏ। ଭକ୍ତ ମାନେ ବିଶ୍ୱାସ କରନ୍ତି କି ଏହି ପୁଷ୍କରିଣୀ ର ପାଣି ରେ ସ୍ନାନ କଲେ ସବୁ ପାପ କ୍ଷୟ ହୋଇଯାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।