ଏମିତି ଏକ ଅଦ୍ଭୁତ ଶିବ ମନ୍ଦିର, ଯାହା ସମୁଦ୍ର ମଝିରେ ଅବସ୍ଥିତ।ଦିନରେ ଥରେ ଦର୍ଶନ ଦେଇ ପୁଣି ଅଦୃଶ୍ୟ ହୋଇ ଯାଏ ଏହି ମନ୍ଦିର

ଭାରତ ହେଉଛି ଦେବତାଙ୍କ ଜନ୍ମ ଭୂମି,ତେଣୁ ଭାରତ କୁ ଦେବଭୂମି ମଧ୍ୟ କୁହା ଯାଏ।ଏଠାରେ ଅନେକ ଦେବା ଦେବୀ ଜନ୍ମ ଗ୍ରହଣ କରିଛନ୍ତି ବୋଲି ଆମ ଶାସ୍ତ୍ର କହୁଛି।ଏଠାରେ ଅନେକ ମନ୍ଦିର ମାନ ମଧ୍ୟ ରହିଛି।ଅନେକ ପାହାଡ଼ ପର୍ବତ ମାନ ରହିଛି, ଯେଉଁଠାରେ କି ଦେବତା ମାନେ ତାଙ୍କର ଲୀଳା କରୁ ଥିଲେ ବୋଲି ଆମ ଇତିହାସ କହୁଛି।ଏଠାରେ ପ୍ରତ୍ୟେକ ଯୁଗରେ ଅନେକ ଦେବତା ଜନ୍ମଗ୍ରହଣ କରିଛନ୍ତି।ତେଣୁ ଏଠାରେ ଲକ୍ଷ ଲକ୍ଷ ମନ୍ଦିର ମାନ ଅଛି।

ଶାସ୍ତ୍ର ପୁରାଣରେ ମନ୍ଦିର କୁ ଏକ ପବିତ୍ର ଏବଂ ପୁଣ୍ୟ ସ୍ଥାନ ବୋଲି ବର୍ଣ୍ଣିତ କରା ଯାଇଛି।କାରଣ ମନ୍ଦିର ହେଉଛି ଦେବତା ମାନଙ୍କ ବାସ ସ୍ଥାନ।ତେଣୁ କୁହା ଯାଏ ଯେ ମନ୍ଦିର ଗଲେ ଆମର ସମସ୍ତ ପାପ କ୍ଷୟ ହୋଇ ଥାଏ।ମନ୍ଦିର ଯାଇ ଭଗବାନ ଙ୍କ ଦର୍ଶନ କଲେ ଆମର ସମସ୍ତ ବିପଦ ଦୂର ହୋଇ ଥାଏ।

ମନ୍ଦିର ରେ ପୂଜା କଲେ ଆମର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇ ଥାଏ।ଜଣେ ବ୍ୟକ୍ତି ଯେତେ ବି ମାନସିକ ଚାପ ରେ ଥାଉ ନା କାହିଁକି ମନ୍ଦିର ଯାଇ ଭଗବାନ ଙ୍କ ଦର୍ଶନ କଲେ ଓ ମନ୍ଦିର ରେ କିଛି ସମୟ ଅତିବାହିତ କଲେ, ସେ ମାନସିକ ଶାନ୍ତି ପାଇ ଥାଏ।ଆଜି ଆମେ ଆପଣଙ୍କୁ ଏକ ଆଶ୍ଚର୍ଯ୍ୟକର ମନ୍ଦିର ବିଷୟରେ କହିବୁ, ଯେଉଁ ମନ୍ଦିର ର ଶିବ ଲିଙ୍ଗ ସମୁଦ୍ର ର ଲହରୀ ଦ୍ୱାରା ଗୋଟିଏ ଦିନରେ ୨ ଥର ଅଭିଷେକ ହୋଇ ଥାଏ।

ଏହି ମନ୍ଦିର ଟି ବହୁ ପୁରାତନ ଯୁଗରୁ ରହିଛି।ଏହି ମନ୍ଦିରର ରହସ୍ୟ ହେଉଛି ବଡ଼ ବିଚିତ୍ର।ତାଡକେଶ୍ୱର ନାମକ ଜଣେ ରାକ୍ଷସ, ଭଗବାନ ମହାଦେବ ଙ୍କ ବହୁତ ବଡ଼ ଭକ୍ତ ଥିଲା।ସେ ତାର ତପସ୍ୟାରେ ଭୋଳନାଥ ଙ୍କୁ ସନ୍ତୁଷ୍ଟ କରି ଥିଲା।ଭଗବାନ ଙ୍କୁ ସେ ଅମର ବର ପ୍ରାର୍ଥନା କଲେ।

ମାତ୍ର ମହାଦେବ ତାକୁ ଅମର ଦେଇ ନଥିଲେ।ତେଣୁ ସେ ମହାଦେବ ଙ୍କୁ କହିଥିଲା କି “ମୋତେ ଏମିତି ଏକ ବର ପ୍ରଦାନ କରନ୍ତୁ, ଯେମିତି ମୋତେ କେହି ମାରି ପାରିବେ ନାହିଁ।ମୋତେ କେବଳ ଆପଣଙ୍କ ପୁତ୍ର ହିଁ ମାରି ପାରିବ।”ଭଗବାନ ଶିବ ମଧ୍ୟ ତାକୁ ତଥାସ୍ତୁ କହି ଦେଲେ।

ତେଣୁ ବର ପାଇବା ପରେ ତାଡକେଶ୍ୱର, ଦେବଲୋକରେ ଅତ୍ୟାଚାର ଆରମ୍ଭ କରିଥିଲେ।ତାର ଅତ୍ୟାଚାର ରେ ଅତିଷ୍ଠ ହୋଇ ଦେବତା ମାନେ ଆସି ମହାଦେବ ଙ୍କ ପାଖରେ ପହଞ୍ଚିଲେ।ମହାଦେବ ସମସ୍ତ କଥା ଶୁଣିବା ପରେ, ତାଙ୍କ ଶକ୍ତି ଦ୍ୱାରା ଶ୍ବେତ ପର୍ବତ ରୁ କାର୍ତ୍ତିକ ଭଗବାନ ଜନ୍ମ ନେଇଥିଲେ।

ତେବେ କାର୍ତ୍ତିକ ହିଁ ତାଡକେଶ୍ୱର କୁ ବଦ୍ଧ କରି ଥିଲେ।ମାତ୍ର ତାଡକେଶ୍ୱର ଭଗବାନ ଶିବଙ୍କ ପ୍ରିୟ ଭକ୍ତ ଥିବାରୁ ତାର ମୃତ୍ୟୁ ରେ ମହାଦେବ ଟିକିଏ ଦୁଃଖିତ ହୋଇ ଥିଲେ।ତେଣୁ ଭଗବାନ ବିଷ୍ଣୁ ଓ ଅନ୍ୟ ଦେବତା ମାନେ ମିଶି ତାଡକେଶ୍ୱର ର ବଦ୍ଧ ସ୍ଥାନରେ ଶିବଙ୍କର ଏହି ମନ୍ଦିର ସ୍ଥାପନ କରା ଯାଇଥିଲା।

ଆରବ ସାଗରର ଖମ୍ବାଧାର ଖାଡି ରେ ସାଗର ନଦୀ ର ସଙ୍ଗମ ରେ ଏହି ମନ୍ଦିର ରହିଛି।ଯାହା ଗୁଜରାଟ ର ବଡ୍ଦରା ରୁ ୮୫ କିମି ଦୂରରେ ବରାଦ ଜିଲ୍ଲାର କାବି ଗାଁରେ ଅବସ୍ଥିତ। ଏହି ମନ୍ଦିରକୁ ଏହି ଦୁଇଟି ସାଗରର ଲହରୀ ଅଭିଷେକ କରାଇଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।