ହେ ଭଗବାନ ! ଏମିତିବି ଆସିପାରେ ମୃତ୍ୟୁ, ବସ୍ ଭିତରେ ପଶିଗଲା ଗ୍ୟାସ୍ ପାଇପ୍, ଆଉ ତା’ ପରେ……

ପୁଣି ଏକ ଭୟାନକ ଦୁର୍ଘଟଣା ସମସ୍ତଙ୍କୁ ଭୟଭୀତ କରି ଦେଇଛି।ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ରାଜସ୍ଥାନର ପାଲି ଜିଲାର ଜୟପୁର-ଅହମଦାବାଦରେ। ଏଠାରେ ଜାତୀୟ ରାଜପଥ-୧୬୨ ନିକଟସ୍ଥ ସାଣ୍ଡେରାଓରେ ଏକ ଭୟାବହ ଦୁର୍ଘଟଣା ଘଟିଛି ଏବଂ ୨ ଜଣଙ୍କର ମୃତ୍ୟୁ ମଧ୍ୟ ଏଥିରେ ଘଟିଛି।ଏକ ଚଳନ୍ତା ଯାତ୍ରୀବାହି ବସ୍‌ରେ ୧୦୦ ଫୁଟ୍‌ ଲମ୍ବର ଏକ ପାଇପ୍‌ ପଶି ଯିବାରୁ ଘଟଣାସ୍ଥଳରେ ହିଁ ୨ ଜଣଙ୍କ ମୃତ୍ୟୁ ଘଟିଛି।

ତେବେ ଏହି ଦୁର୍ଘଟଣା ରେ ୧୩ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି ବୋଲି ସୂଚନା ମିଳିଛି।ତେବେ ଏହି ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ଆପଣ ନଦେଖିଲେ ବିଶ୍ୱାସ କରି ପାରିବେ ନାହିଁ।

ତେବେ ସୂଚନା ଅନୁସାରେ, ଯେଉଁ ସ୍ଥାନରେ ଏହି ଦୁର୍ଘଟଣା ଘଟିଛି ଉକ୍ତ ସ୍ଥାନରେ ବହୁ ଦିନରୁ ରାସ୍ତା ପାର୍ଶ୍ଵରେ ଗ୍ୟାସ ପାଇପ ଲାଇନ ବିଛା ଯିବାର କାମ ଚାଲୁଥିଲା।ତେବେ ଏହି ମଙ୍ଗଳବାର ଦିନ ହାଇଡ୍ରା ମେସିନ ଦ୍ବାରା ଏହିସବୁ ପାଇପ ଉଠାଯାଇ ଖୋଳା ଯାଇଥିବା ସ୍ଥାନରେ ପକା ଯାଉଥିଲା।

ତେବେ ଏହି ସମୟରେ ଘଟିଥିଲା ଭୟାନକ ପରିସ୍ଥିତି। ପାଇପ ଉଠାଯାଇ ଖୋଳା ଯାଉଥିବା ସ୍ଥାନରେ ପକା ଯାଉଥିବା ସମୟରେ ସେହି ମେସିନର ଭାରସାମ୍ୟ ବିଗିଡ଼ି ଯାଇଥିଲା ଏବଂ ଫଳରେ ରାସ୍ତାରେ ଯାଉଥିବା ଏକ ଯାତ୍ରୀବାହି ବସ୍‌ ଭିତରେ ଏହି ପାଇପ ପଶି ଯାଇଥିଲା। ଏହି ପାଇପଟି ବସ୍‌ର ଗୋଟିଏ ପାର୍ଶ୍ବରେ ପଶି ଆର ପାର୍ଶ୍ବ ରେ ବାହାରି ଯାଇଥିଲା।

ଏହାପରେ ହଠାତ୍ କେହି କିଛି ବୁଝିବା ଆଗରୁ ପାଇପ ଟି ପଶିବା କ୍ଷଣି ଜଣେ ମହିଳାଙ୍କ ମୁଣ୍ଡ ଶରୀରରୁ ଅଲଗା ହୋଇଥିବା ବେଳେ ସେଠାରେ ଜଣେ ଯୁବକଙ୍କ ମୁଣ୍ଡ ମଧ୍ୟ ଫାଟି ଯାଇଥିଲା। ଏହାକୁ ଦେଖି ସେଠାରେ ଅନ୍ୟ ଯାତ୍ରୀ ମାନଙ୍କ କ୍ରନ୍ଦନ ଆରମ୍ଭ ହୋଇ ଯାଇଥିଲା ଏବଂ ସେମାନେ ଭୟଭୀତ ହୋଇ ଉଠିଲେ ଏହିଭଳି ଦୃଶ୍ୟ କୁ ଦେଖି।

ଏହି ଦୃଶ୍ୟକୁ ଦେଖି ସ୍ଥାନୀୟ ଲୋକ ମଧ୍ୟ ସ୍ତବ୍ଧ ହୋଇ ଯାଇଥିଲେ ଓ ଚକିତ ହୋଇ ରହି ଯାଇଥିଲେ। ଏହାପରେ ଏନେଇ ସ୍ଥାନୀୟ ପୋଲିସକୁ ଲୋକେ ତତ୍ କ୍ଷନାତ୍ ଖବର ଦେଇଥିଲେ। ବସ୍ ଭିତରେ ବସିଥିବା ଯାତ୍ରୀ ଙ୍କ ଏହିଭଳି ଭାବରେ ମୃତ୍ୟୁ ସେଠାରେ ଉପସ୍ଥିତ ଅନ୍ୟ ଯାତ୍ରୀ ମାନଙ୍କୁ ଭୟଭୀତ କରିଥିଲା।

ଏହାପରେ ସ୍ଥାନୀୟ ଲୋକ ଏ ବିଷୟରେ ପୋଲିସ୍ କୁ ଖବର ଦେବା ପରେ ସେଠାରେ ଥିବା ଆହତ ଯାତ୍ରୀଙ୍କୁ ଉଦ୍ଧାର ମଧ୍ୟ କରିଥିଲେ। ତେବେ ଗୁରୁତର ଆହତଙ୍କ ଉଦ୍ଧାର କରାଯାଇ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା। ଦୁର୍ଘଟଣା ଯୋଗୁ ରାସ୍ତାରେ କିଛି ସମୟ ପାଇଁ ଟ୍ରାଫିକ୍‌ ଜାମ୍‌ ସମସ୍ୟା ମଧ୍ୟ ଦେଖା ଦେଇଥିଲା।ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଏକ କୋକୁଆ ଭୟ ଖେଳାଇ ଦେଇଛି ଏବଂ ଚର୍ଚ୍ଚାର ବିଷୟ ପାଲଟିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।