ଦେଖନ୍ତୁ Shocking ଭିଡ଼ିଓ : କାଗଜରେ ଲୁଚିଛି ନବବାବୁଙ୍କ ମୃତ୍ୟୁର ରହସ୍ୟ ! ଟାଙ୍କିରୁ ମିଳିଲା ଗୋପାଳର ହାତ ଲେଖା କାଗଜ
ତେବେ ମନ୍ତ୍ରୀ ନବ ଦାସ ଙ୍କ ମୃତ୍ୟୁ କୁ ନେଇ ଆଉ ଏକ ରହସ୍ୟ ଘଟଣା ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଖୁବ ଆଶ୍ଚର୍ଯ୍ୟ ହୋଇ ଯିବେ ଆଉ ଏହାକୁ ନେଇ ଏବେ ପୋଲିସ ତଦନ୍ତ ଜାରି ରଖିଛି | ରାତିସାରା ଅନିଦ୍ରା ଆଉ ଶେଷରେ ପାଇଖାନା ଟାଙ୍କିରୁ ପ୍ରମାଣ ମିଳିଲା, ପୋଲିସ ଯେଉଁଥି ପାଇଁ ରାତିସାରା ଅନିଦ୍ରା ହୋଇ ଲାଇଟ ଲଗାଇ ମଇଳା ଟାଙ୍କି କୁ ଖୋଜୁ ଥିଲା ତନ ତନ କରି ଖେଳାଉ ଥିଲା ଏବେ ତା ଭିତରୁ ପ୍ରମାଣ ପାଇଛି | ଏବେ ଏବେ ଖବର ଆସୁଛି କି ରାତି ଅନିଦ୍ରା ହୋଇ ଯେଉଁ ଟାଙ୍କି କ୍ରାଇମ ବ୍ରାଞ୍ଚ ଖୋଜୁ ଥିଲା ସେହି ଟାଙ୍କି ରୁ ଏବେ ନବ ବାବୁ ଙ୍କ ଗୁମର ମିଳିଛି |
ପ୍ରଭାବଶାଳୀ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ କ୍ରାଇମ ବ୍ରାଞ୍ଚ ଅଧିକାରୀ ଙ୍କ ହାତରେ ଲାଗିଛି ଯାହାକି ସେ ରାତି ଅନିଦ୍ରା ହୋଇ ଖୋଜୁ ଥିଲେ | ନବ ବାବୁଙ୍କୁ ହତ୍ୟା ପଛର ସମସ୍ତ ପ୍ରମାଣ କୁ ଏଡାଇବା ପାଇଁ ଗୋପାଳ ଦାସ ନିଜେ ପାଇଖାନା ଟାଙ୍କି ଭିତରେ ଏଗୁଡ଼ାକୁ ପୁରାଇ ଦେଇ ଥିଲା | ଆଉ ଅତି ରୋଚକ ଭାବରେ ଝାଡ଼ା ଯିବ କହି ଲାଟିନ ଭିତରକୁ ଯାଇଥିଲା ଆଉ ତାପରେ କୁଆଡେ 15 ପୃଷ୍ଠା ନିଜ ପକେଟ ରେ ରଖିଥିଲା ଆଉ ତାକୁ ମୋଡ଼ି ମକଚି ଲାଟିନ ଭିତରେ ପୁରାଇ ପାଣି ଢାଳି ଦେଇ ଥିଲା ଯାହା ସେଠି ଯାଇ ସିଧା ଟାଙ୍କି ଭିତରେ ପଡିଥିଲା |
ଆଉ ଯାହାକୁ ଆଗରୁ ପୋଲିସ ବାବୁ ଜାଣି ପାରି ନଥିଲେ ଆଉ ଏମିତି ଜାଣିଲେ କି ଗୋପାଳ ର ପକେଟ କୁଆଡେ ଉଚ୍ଚା ଦେଖା ଯାଉଥିଲା ଏବେ କଣ ନୀଚା ଦେଖା ଯାଉଛି | ଏହା ପଚାରିବାରୁ ଗୋପାଳ କହିଲା କି ମୁଁ ସବୁ କାଗଜ ଟାଙ୍କି ଭିତରେ ପକାଇ ଦେଇଛି | ଆଉ ଏବେ ଟାଙ୍କି ଖୋଳିବା ପରେ ଟାଙ୍କି ରୁ 15 ପୃଷ୍ଠା କାଗଜ ମିଳିଲା, ଯେଉଁ 15 ପୃଷ୍ଠା କୁ ଲାଟିନ ଭିତରେ ପକାଇ ଗୋପାଳ ପାଣି ଢାଳି ଦେଇ ଥିଲା ଆଉ ଏହାକୁ ଏବେ ପୋଲିସ ଉଦ୍ଧାର କରିଛି |
ତେବେ ଦେଖିବା ପାଇଁ ବାକି ରହିଲା କି ଏହି 15 ପୃଷ୍ଠା ରେ କଣ ତଥ୍ୟ ରହିଛି ଯେଉଁ ତଥ୍ୟ କୁ ଗୋପାଳ ବଞ୍ଚାଇବା ପାଇଁ ଚାହୁଁ ଥିଲା | ସତରେ କଣ ହତ୍ୟା ପଛର ଗୁମର ଏହି 15 ପୃଷ୍ଠା ରେ ଲେଖା ଯାଇଛି ଆଉ ସେ 15 ପୃଷ୍ଠା ରେ କଣ ଲେଖା ଯାଇଛି ତାକୁ ଜାଣିବା ପାଇଁ ଏବେ ସମସ୍ତେ ବ୍ୟସ୍ତ | ତେବେ ଏଭଳି ଏକ ଘଟଣା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି |