ଦେଖନ୍ତୁ EXCLUSIVE :ଭିଡିଓ ରାସ୍ତା ମଝିରେ ଘଟିଲା ଭୟଙ୍କର ଦୁର୍ଘଟଣା ମା କୁ ଜାବୁଡି ଧରିଛି କୁନି ପୁଅ..।ଏହି ଖବର ଆପଣ ଙ୍କୁ ବିଚଳିତ କରିପାରେ..ଦୟାକରି ଦେଖନ୍ତୁ ଆଉ ସତର୍କ ହୁଅନ୍ତୁ..

ଆଜି ର ସେସିଆଲ ମିଡ଼ିଆର ଯୁଗରେ ପ୍ରତିଦିନ ଘଟୁଥିବା ପ୍ରତେକ ଟି ଘଟଣା ବର୍ତ୍ତମାନ ସେସିଆଲ ମିଡିଆରେ ଭାଇରାଲ ହେଉଛି | ସେ କୋୖଣସି ସଡ଼କ ଦୁର୍ଘଟଣା ହେଉ କି କୌଣସି ମାରପିଟ ଓ ଗଣ୍ଡଗୋଳ ସବୁ ଆଡେ ସେସିଆଲ ମିଡ଼ିଆ ଘୁରି ବୁଲୁଛି | ଯାହା ଆମ ଯୁବ ସମାଜ ପାଇଁ ମଧ୍ୟ ଭଲ କାମ କରୁଛି , ଆଉ ଏହି ସୋସିଆଲ ମିଡ଼ିଆ ଯୋଗୁଁ ପ୍ରତିଦିନ କଣ ସବୁ ଘଟୁଛି ଆମେ ମଧ୍ୟ ଘରେ ବସି ଜାଣିପାରୁଛୁ |

ତେବେ ଏପରି ଏକା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଯାହା ବିଷୟ ରେ ଆପଣ ମାନେ ମଧ୍ୟ ଜାଣିଲେ ଦୁଃଖ ପ୍ରକାଶ କରିବେ, ତାହେଲେ ଆସନ୍ତୁ ସେହି ଘଟଣା ବିଷୟରେ ସମ୍ପୂର୍ଣ୍ଣ ଘଟଣାଟି ଜାଣିବା |

ହାଇ ସେକ୍ଯୁରିଟି ନମ୍ବର ପ୍ଳେଟ ବାଧ୍ୟତାମୂଳକ ହେଲା, କିନ୍ତୁ କେବେ ସାବାଡ ହେବେ ମଦ-ଉଆ ଡ୍ରାଇଭର । ଛୁଆଙ୍କୁ ବାଇକ କିମ୍ବା ସ୍କୁଟରରେ ଯାଉଥିଲେ ଟିକେ ସାବଧାନ । ଆଗ ପଛ ନ ଦେଖି, ଦ୍ରୁତ ଗତିରେ ଗାଡି ମାଡି ଆସୁଛି, ଲୋକଙ୍କ ଉପରେ ମାଡି ଯାଉଛି । ଆଉ ଟିକେ ବିଳମ୍ବ ହୋଇଥିଲେ ଟ୍ରକ ଚକା ତଳେ ଚାଲି ଯାଇଥାନ୍ତା ଦୁଇଟି ଜୀବନ । ଟିକେ, ଭାବିଲେ, ଆପଣ ଭୁବନେଶ୍ବରରେ ଅଛନ୍ତି, ଛୁଟିଦିନରେ ସ୍ତ୍ରୀ ପିଲାଛୁଆଙ୍କୁ ଧରି କୁଆଡ଼େ ବାହାରିଲେ, ଆପଣ ଧୀରେ ଧୀରେ ଗାଡ଼ି ଚଳାଇ ଯାଉଥିବେ ।

ଅଚାନକ ଜଣେ ମଦୁଆ ଡ୍ରାଇଭର ଦ୍ରୁତଗତିରେ ଆସିବ, ଆପଣଙ୍କ ଉପରେ ମାଡିଯିବ, ଆପଣ କଣ କରିବେ ? ସମାନ ଧରଣ ଦୁର୍ଘଟଣା, ଭୁବନେଶ୍ବର ସୈନିକ ସ୍କୁଲ ନିକଟରେ ଘଟିଛି । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ କୁନି ପିଲାଟି କିଭଳି ମାଆକୁ ଧରିଛି ଦେଖନ୍ତୁ । ଭୁବନେଶ୍ବରରେ ବିନା ଡ୍ରାଇଭିଙ୍ଗ ଲାଇସେନ୍ସରେ ମଦ ପିଇ ଟ୍ରକ ଚଲାଉ ଛନ୍ତି ଡ୍ରାଇଭର । ଇଏ ହେଉଛି ତାହାର ଉଦାହରଣ ନିଶାସକ୍ତ ଅବସ୍ଥାରେ ଟ୍ରକ ଚଲାଉ ଥିବା ଡ୍ରାଇଭର ଜଣକ ବାଇକ, ସ୍କୁଟି ଆଉ କାର ଉପରେ ଅଚାନକ ମାଡି ଗଲା । ଟ୍ରକ ଡ୍ରାଇଭର ଜଣକ କହୁଛନ୍ତି ତାଙ୍କର ଡ୍ରାଇଭର ଲାଇସେନ୍ସ ନାହିଁ କିନ୍ତୁ ସେ ଗାଡି ଚଲାଉ ଛନ୍ତି କେମିତି ।

ଯେତେବେଳେ ହାଇ ସେକ୍ଯୁରିଟି ନମ୍ବର ପ୍ଳେଟକୁ ନେଇ କଡାକଡି ଯାଞ୍ଚ ହେଲା ଆଉ ରାଜଧାନୀରେ ଛକ ଛକରେ ଧର ପକଡ ହେଲା ସେତେବେଳେ ଡ୍ରାଇଭର ମାନେ ଡ୍ରାଇଭିଙ୍ଗ ଲାଇସେନ୍ସ ନଥାଇ କିଭଳି ଗାଡି ଚଲାଉ ଛନ୍ତି ତାହା ଉଚୁଛି ପ୍ରଶ୍ନ । ଏମିତି ଅନେକ ଡ୍ରାଇଭର ଅଛନ୍ତି ଯେଉଁ ମାନେ ମଦ ପିଇ ଆଗ ପଛ କିଛି ଦେଖି ନାହାନ୍ତି ସେମାନେ ମନ ଇଛା ଦ୍ରୁତ ଗତିରେ ଗାଡି ଚଲାଉ ଛନ୍ତି । ଏ ଦୃଶ୍ୟ ଟିକେ ଭଲ ଭାବରେ ଦେଖନ୍ତୁ ଟ୍ରକ ଚକା ତଳେ ବାଇକ ଓ ସ୍କୁଟି ଏବଂ ଟ୍ରକ ସାମ୍ନାରେ କାର ପଡିଛି । ଭୁବନେଶ୍ବର ନାଲ୍କୋ ଛକରୁ ସୈନିକ ସ୍କୁଲ ପାଖରେ ଏହି ଦୁର୍ଘଟଣା ଘଟିଛି । ଉକ୍ତ ଡ୍ରାଇଭରକୁ ପୋଲିସ ଗିରଫ କରିଛି ଆଉ ପଚରା ଉଚରା ଜାରି ରଖିଛି । ଡ୍ରାଇଭର ଜଣକ ନିଶାସକ୍ତ ଅବସ୍ଥାରେ ଗଣମାଧ୍ୟମ ଆଗର ନିଜର ବୟାନ ଦେଇ ଛନ୍ତି । ଆଉ ଏହି ଘଟଣାକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି ।