ଦେଖନ୍ତୁ ଅଦ୍ଭୁତ ଭିଡ଼ିଓ । ହାତୀ ପେଟରୁ ବହୁ କଷ୍ଟରୁ ବାହାରିଲେ ମହିଳା, ଦେଖନ୍ତୁ କେମିତି ହେଲା ଏତେ ବଡ ଅଘଟଣ…..

ଆଜି ଆମେ ଆପଣଙ୍କୁ ଏକ ମଜାଦାର ଘଟଣା ସମ୍ପର୍କରେ ଜଣାଇବୁ ଯାହା ଜାଣିଲା ପରେ ଆପଣ ନିଶ୍ଚିତ ହତଚକିତ ହେବା ସହ ଉତ୍ସାହିତ ମଧ୍ୟ ହେବେ।ଯୁଗର ଅଗ୍ରଗତି ଘଟିଛି ତା ସହ ମଣିଷ ମଧ୍ୟ ତାଳ ଦେଇ ଆଗେଇଛି।ହେଲେ ମଧ୍ୟ ଏବେ ବି କିଛି କିଛି ସ୍ଥାନରେ ପ୍ରଥା,ପରମ୍ପରା ତା ସହ ଅନ୍ଧ ବିଶ୍ୱାସ ଭଳି ଭଳି ଚଳନୀ କୁ ସମାଜ ଜାବୁଡ଼ି ଧରିଛି।ସତ୍ୟତା ର ପ୍ରମାଣ ଅଭାବ ଥିଲେ ମଧ୍ୟ ଲୋକ ଉକ୍ତି ଅନ୍ଧ ବିଶ୍ବାସକୁ ସୁଦୃଢ କରିଛି।

ଆମେ ଆଜି ଏକ ମନ୍ଦିର ପରିସର ର ଘଟଣା ଆଲୋଚନା କରିବା ଯେଉଁଠି ଅନ୍ଧ ବିଶ୍ବାସ ର ବଶବର୍ତ୍ତୀ ହୋଇ ଜଣେ ମହିଳା ହାତୀ ପେଟ ମଧ୍ୟରେ ଫସି ରହିଛନ୍ତି ଓ ସେଥିରୁ ବାହାରିବା ପାଇଁ ବହୁ ଚେଷ୍ଟା କରିବା ପରେ ହିଁ ସଫଳ ହୋଇଛନ୍ତି।

ଘଟଣା ତି କିଛି ଏହି ପରି।ଏକ ମନ୍ଦିର ପରିସର ମଧ୍ୟରେ ରହିଛି ଏକ ପଥର ନିର୍ମିତ ଛୋଟ ହାତୀ। ସେହି ମୂର୍ତ୍ତି ର ମଧ୍ୟ ଭାଗ ଦେଇ ଜଣେ ମହିଳା ଗୋଟେ ପାର୍ଶ୍ଵରେ ପଶି ଅନ୍ୟ ପାର୍ଶ୍ଵରେ ବାହାରିବା ପାଇଁ ଚାହୁଁଛନ୍ତି।ଏହି ପ୍ରାପ୍ତ ବୟସ୍କ ମହିଳା ଜଣକ ସୁସ୍ଥ ସବଳ ଓ ମୋଟା ହୋଇ ଥିବାରୁ ଉକ୍ତ କାମଟି ତାଙ୍କ ପାଇଁ କଷ୍ଟକର ସାବ୍ୟସ୍ତ ହୋଇଛି।

ତେବେ ସେ ଯାହା ହେଉ ଭଗବାନ ଙ୍କ ଦୟାରୁ ସେ ଏହି କାର୍ଯ୍ୟ ଟିକୁ ସୁଚାରୁ ରୂପେ କରି ପାରି ଛନ୍ତି।ସ୍ଥାନୀୟ ଅଞ୍ଚଳରେ ବିଶ୍ବାସ ରହିଛି କି ଯଦି କୌଣସି ବ୍ୟକ୍ତି ଉକ୍ତ ପଥର ହାତୀ ର ମଧ୍ୟ ଭାଗକୁ ଗୋଟେ ପାର୍ଶ୍ଵରେ ପଶି ଅନ୍ୟ ପାର୍ଶ୍ଵରେ ବାହାରି ଅତିକ୍ରମ କରି ପାରେ ତେବେ ତାହା ଅତ୍ୟନ୍ତ ଶୁଭଙ୍କର ସାବ୍ୟସ୍ତ ହୋଇଥାଏ ।

ତେଣୁ ଏହି ମହିଳା ଜଣକ ହାତୀର ମଧ୍ୟ ଭାଗକୁ ଅତିକ୍ରମ କରିବା ପାଇଁ ତିଳେ ହେଲେ ଭୟ କରି ନାହାନ୍ତି। ମହିଳା ଜଣକ ଅତି ସହଜରେ ହାତୀ ମଧ୍ୟରେ ପଶି ତା ଗଲେ ମାତ୍ର ନିଜର ମୋଟା ଶରୀର ପାଇଁ ମଝିରେ ଫସି ରହିଲେ।

ପେଟ ଠାରୁ ଗୋଡ଼ ହାତୀର ଗୋଟେ ପାର୍ଶ୍ଵରେ ଓ ମୁଣ୍ଡ ଠାରୁ ପେଟ ଆଉ ଗୋଟେ ପାର୍ଶ୍ଵରେ।ତେବେ ସେ ହାତୀକୁ ଅତିକ୍ରମ କରିବା ସମୟରେ କେହି ଜଣେ ଭିଡିଓ ରେକୋଡିଂ କରୁଥିବା ଜାଣି ପାରି ସେ କ୍ୟାମେରା ପଟକୁ ଚାହିଁ ହସିଲେ ମଧ୍ୟ।ତେବେ ଏହା ପରେ ସେ ସେହି ହାତୀ ମଧ୍ୟରୁ ବାହାରିବା ପାଇଁ ବହୁ ଚେଷ୍ଟା କରି ବିଫଳ ହେବାରୁ ତାଙ୍କ ମୁହଁରେ ଏକ ଅଜଣା ଆତଙ୍କ ମଧ୍ୟ ଦେଖା ଗଲା ।

ତେବେ କିଛି ସମୟ ଚେଷ୍ଟା ପରେ ନ ବାହାରିବାରୁ ଅନ୍ୟ ମହିଳା ମାନଙ୍କ ସହାୟତାରେ ବହୁ ସମୟ ପରେ ସେ ହାତୀର ପେଟରୁ ବାହାରି ପାରିଲେ।ଯଦି ସେ ବାହାରି ନପରନ୍ତେ ତେବେ ଘଟଣାର ଭୟାବହତା ସମ୍ପର୍କରେ ଟିକେ ଚିନ୍ତା କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।