ଏକା ଯାତ୍ରା କରୁଥିବା ମହିଳାଙ୍କ ପାଇଁ ନୂଆ ଯୋଜନା । ଆରମ୍ଭ ହେଲା ‘ମେରୀ ସହେଲି’ ଯୋଜନା। ଟ୍ରେନ ରେ ଯାଉଥିଲେ ନିଶ୍ଚୟ ଦେଖନ୍ତୁ…..

ଟ୍ରେନ ରେ ଯାତ୍ରା କରୁଥିବା ମହିଳା ମାନଙ୍କ ପାଇଁ ରେଲୱେ ତରଫରୁ ସୁରକ୍ଷା ବ୍ୟବସ୍ଥା। ଟ୍ରେନ୍ ରେ ଯାତ୍ରା କରୁଥିବା ମହିଳା ମାନଙ୍କୁ ମିଳିବ ସୁରକ୍ଷା। ବୟସ୍କ ତଥା ଏକୁଟିଆ ଯାତ୍ରା କରୁଥିବା ମହିଳା ଯାତ୍ରୀ ମାନଙ୍କ ସଂପର୍କରେ ସୂଚନା ରଖିବା ସହିତ ସେମାନଙ୍କ କଥା ବୁଝିବେ ମହିଳା ରେଲୱେ କର୍ମଚାରୀ।

ତେବେ ମହିଳା ଯାତ୍ରୀ ମାନଙ୍କୁ ସୁରକ୍ଷା ଦେବା ପାଇଁ ଆର୍ ପି ଏଫ୍ କର୍ମଚାରୀ ଙ୍କ ଦ୍ଵାରା ଆରମ୍ଭ ହୋଇଛି ‘ମେରି ସହେଲି’ ଯୋଜନା।ଏହି ଯୋଜନା ମାଧ୍ୟମରେ ଟ୍ରେନ୍ ରେ ଯାତ୍ରା କରୁଥିବା ସମସ୍ତ ମହିଳା ଯାତ୍ରୀ ମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ କରାଯିବ।

କେବଳ ଏତିକି ନୁହେଁ ଏହା ସହିତ ଟ୍ରେନ୍ ରେ ସେମାନଙ୍କୁ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ସେମାନଙ୍କର ମତ ମଧ୍ୟ ନିଆଯିବ।ଏହା ସହିତ ଯେଉଁ ଯାତ୍ରୀ ମାନେ ଏହି ଟ୍ରେନ୍ ରେ ଯାଉଛନ୍ତି ସେମାନଙ୍କ ଗନ୍ତବ୍ୟ ସ୍ଥଳ ବିଷୟରେ ପରବର୍ତ୍ତୀ ଷ୍ଟେସନ କୁ ସୂଚନା ଦିଆଯିବ। ଯାତ୍ରା କରୁଥିବା ବୟସ୍କ ମହିଳା ମାନଙ୍କୁ ମଧ୍ୟ ଅଧିକ ଗୁରୁତ୍ବ ଦିଆଯିବ।

ସେମାନଙ୍କ ସୁବିଧା ଅସୁବିଧା ସଂପର୍କରେ ସମସ୍ତ ତଥ୍ୟ ହାସଲ କରାଯିବ।ଏଥିପାଇଁ ରେଲୱେ ତରଫରୁ ମହିଳା ଅଧିକାରୀ ସହିତ ମହିଳା କର୍ମଚାରୀ ଙ୍କ ନିର୍ଦ୍ଦିଷ୍ଟ ଟିମ୍ ଗଠନ କରାଯିବ।ଆଉ ଏହି ଟିମ୍ ଟ୍ରେନ୍ ରେ ମହିଳା ମାନଙ୍କର ସୁରକ୍ଷିତ ଯାତ୍ରା ଉପରେ ନଜର ରଖିବେ।

ଟ୍ରେନ୍ ରେ ମହିଳା ମାନଙ୍କର ଯାତ୍ରା ସୁରକ୍ଷିତ ହେବା ସହିତ କିଭଳି ଆରାମଦାୟକ ହେବ ସେଥିପାଇଁ ମେରି ସହେଲୀ ଯୋଜନା ଆରମ୍ଭ କରା ଯାଇଛି।ଏହା ମହିଳା ମାନଙ୍କର ସମସ୍ତ ସମସ୍ୟା ଉପରେ ଦୃଷ୍ଟି ଦେବା ସହିତ ଏହାର ସମାଧାନ ପାଇଁ ପଦକ୍ଷେପ ନେବ ।

ଏଥିସହ ଅଭିଯୋଗ ଦାଖଲ ପାଇଁ ରେଳବାଇ ପକ୍ଷରୁ ଜାରି ହୋଇଥିବା ହେଲ୍ପ ଲାଇନ ନମ୍ୱର୍ 182 ରେ କଲ୍ କରି ମହିଳା ଯାତ୍ରୀ ମାନେ ସେମାନଙ୍କର ଅଭିଯୋଗ ଦାଖଲ କରି ପାରିବେ ଏବଂ କିଭଳି ସେମାନଙ୍କ ଭିତରେ ସଚେତନତା ସୃଷ୍ଟି କରାଯିବ ସେଥିପ୍ରତି ଧ୍ୟାନ ମଧ୍ୟ ଦିଆ ଯାଉଛି।ଏଥିପାଇଁ ରେଲୱେ ଡି ସି ଏମ, ରେଖା ଶର୍ମା ମଧ୍ୟ ସୂଚନା ଦେଇଛନ୍ତି।

ଆପଣ ଦେଖିଥିବେ ଅନେକ ସମୟରେ ଟ୍ରେନ୍ ରେ ଏକୁଟିଆ ଯାତ୍ରା କରୁଥିବା ମହିଳା ମାନେ ଲୁଟେରା ମାନଙ୍କର ଟାର୍ଗେଟ୍ ହୋଇଥାନ୍ତି ଏବଂ ଅନେକ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି। ଦୁର୍ବୃତ୍ତ ମାନେ ଜିନିଷ ପତ୍ର ଚୋରି କରିବା ସହିତ କିଛି ଅସାଧୁ ବ୍ୟକ୍ତି ବିଶେଷ ମାନେ ଏକୁଟିଆ ଯାତ୍ରା କରୁଥିବା ମହିଳା ମାନଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ ମଧ୍ୟ କରିଥାନ୍ତି।

ତେଣୁ ଏସବୁ କୁ ଦୃଷ୍ଟିରେ ରଖି ରେଲୱେ ତରଫରୁ ଏହି ପଦକ୍ଷେପ ସ୍ବାଗତ ଯୋଗ୍ୟ ଅଟେ। ଏହାକୁ ଅନ୍ୟମାନେ ପ୍ରଶଂସା କରିବା ସହିତ ମହିଳା ଯାତ୍ରୀ ମାନେ ମଧ୍ୟ ଏଥିପାଇଁ ସକାରାତ୍ମକ ପ୍ରତିକ୍ରିୟା ରଖିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।