ହଳଦୀ ରେ ପାଚିଲା ଚୁଟି 😜😄କୁ କଳା କରନ୍ତୁ ଅତି ସହଜରେ…ଆଜି ହିଁ ପରୀକ୍ଷା କରନ୍ତୁ ଏହି ସୁନ୍ଦର ଘରୋଇ ଉପଚାର…

ବୟସ ବଢିବା ମାତ୍ରେ କେଶ ପାଚିବା ଝାଡ଼ିବା ଏହା ଏକ ସାଧାରଣ କଥା। କିନ୍ତୁ ଆଜି କାଲି ଯୁବ ପିଢ଼ିଙ୍କ ପାଖରେ ମଧ୍ୟ ଏହି ଭଳି ସମସ୍ୟା ଦେଖିବାକୁ ମିଳୁଛି। ତେବେ ଆପଣ ଯଦି ଆପଣଙ୍କ କେଶ ପାଚିବା ଝଡ଼ିବା କୁ ନେଇ ଚିନ୍ତିତ ଅଛନ୍ତି ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ କାରଣ ଆଜି ଆମେ ଆପଣଙ୍କ ପାଇଁ ଏଭଳି ଏକ ଚମତ୍କାରି ହୋମ ରେମିଡି ନେଇ ଆସିଛୁ ଯାହା ଆପଣଙ୍କ ଧଳା ବାଳକୁ ଗୋଟି ଗୋଟି କରି କଳା କରିବ ଏହା ସହ ଷ୍ଟ୍ରଙ୍ଗ ମଧ୍ୟ କରିବ। ତେବେ ଜାଣିବା ଏହାକୁ ଆପଣ କିପରି ପ୍ରସ୍ତୁତ କରିବେ ଏବଂ ଏହାକୁ କିପରି ପ୍ରୟୋଗ କରିବେ।

ଆବଶ୍ୟକ ସାମଗ୍ରୀ- ହଳଦୀ ଗୁଣ୍ଡ ଏବଂ ନଡ଼ିଆ ତେଲ
ପ୍ରସ୍ତୁତ ପ୍ରଣାଳୀ-

ପ୍ରଥମେ ଆପଣ ଏକ ପାତ୍ର କୁ ଦୁଇ ଚାମଚ ପରିମାଣରେ ହଳଦୀ ଗୁଣ୍ଡ ନେବେ । ଏହାପରେ ଆପଣ ହଳଦୀ ଗୁଣ୍ଡ ଥିବା ପାତ୍ର କୁ ଗ୍ୟାସ୍ ରେ ବସାଇ ସ୍ଲୋ ଫ୍ଲେମରେ ଏହାକୁ ରଖି ଗରମ କରିବେ। ହଳଦୀ ଗୁଣ୍ଡ ର ଯେ ପର୍ଯ୍ୟନ୍ତ କଳା ରଙ୍ଗ ଆସି ନାହିଁ ସେ ପର୍ଯ୍ୟନ୍ତ ତାକୁ ଧୀରେ ଧୀରେ ଗରମ କରନ୍ତୁ।

ତାପରେ ଯେତେବେଳେ ତାର ରଙ୍ଗ କଳା ଆସିଯିବ ତାକୁ ବାହାର କରି ଆଣିବେ ଆଉ ଏକ ପାତ୍ର କୁ। ଏହାପରେ ଉଷୁମ ଥିବା ଅବସ୍ଥାରେ ସେଥିରେ ଦୁଇ ଚାମଚ ନଡ଼ିଆ ତେଲ ମିଶାନ୍ତୁ। ଯେମିତି ଏହା ଭଲ ଭାବରେ ଏକ ଫାଇନ ପେଷ୍ଟ ପ୍ରସ୍ତୁତ ହୋଇ ଯିବ।

ଏବେ ଜାଣିବା ଏହାକୁ ଆପଣ କିପରି ପ୍ରୟୋଗ କରିବେ-

ପ୍ରଥମେ ଆପଣ ଏହାକୁ ଆପଣଙ୍କ କେଶରେ ଲଗାଇବା ପୂର୍ବରୁ ଆପଣଙ୍କ କେଶ କୁ ହାଲକା ଓଦା କରି ନିଅନ୍ତୁ। ଏବେ ଆପଣ ପ୍ରସ୍ତୁତ କରି ରଖିଥିବା ପେଷ୍ଟ କୁ ଆପଣଙ୍କ କେଶ ରେ ଲଗାନ୍ତୁ। ଏବେ ଏହାକୁ ଲଗାଇ ସାରିବା ପରେ କେଶକୁ ଆପଣ ବାନ୍ଧି ଦିଅନ୍ତୁ।୩୦-୪୫ ମିନିଟ୍ ପର୍ଯ୍ୟନ୍ତ ଆପଣ ଏହାକୁ ସେହିଭଳି ଆପଣଙ୍କ କେଶ ରେ ଲାଗି ରହିବା ପାଇଁ ଦିଅନ୍ତୁ।ଏହାପରେ ଆପଣ ଆପଣଙ୍କ କେଶ କୁ ଧୋଇ ନର୍ମାଲ ସାମ୍ପୁ ରେ ୱାସ କରି ନିଅନ୍ତୁ। ଆପଣ କୌଣସି ପ୍ରକାର କଣ୍ଡିସନର ୟୁଜ୍ କରିବେ ନାହିଁ। ଏହାକୁ ଆପଣ ସପ୍ତାହକୁ ମାତ୍ର ଥରେ ବ୍ୟବହାର କରି ପାରିବେ। ତେବେ ଆପଣ ଏହାକୁ ନିଶ୍ଚିତ ଥରେ ଟ୍ରାଇ କରନ୍ତୁ ଆପଣ ନିଜେ ଏହାର ରେଜଲ୍ଟ ଜାଣି ପାରିବେ।